Advertisment

କୋର୍ଟଙ୍କ ବଡ଼ ରାୟ: ସ୍ୱାମୀର ରୋଜଗାର ନଥିଲେ ବି ସ୍ତ୍ରୀର ଭରଣପୋଷ କରିବାକୁ ସେ ବାଧ୍ୟ...

ସ୍ୱାମୀର କୌଣସି ରୋଜଗାର ନଥିଲେ ବି ସ୍ତ୍ରୀର ଭରଣ ପୋଷଣ ସହ ତାହାର ସମସ୍ତ ଦାୟିତ୍ୱ ନେବାକୁ ବାଧ୍ୟ। ପାଖରେ ଟଙ୍କା ନାହିଁ କହି ଦାୟିତ୍ୱ ନେଇପାରିବେ ନାହିଁ ବୋଲି କହିପାରିବେନି ସ୍ୱାମୀ। ଏମିତି ରାୟ ଶୁଣାଇଛନ୍ତି ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ।

author-image
Otv Khabar Bureau
Employed Or Not, Husband's Duty To Maintain Wife, Support Financially, Rules Delhi Court

Employed Or Not, Husband's Duty To Maintain Wife, Support Financially, Rules Delhi Court

ସ୍ୱାମୀର କୌଣସି ରୋଜଗାର ନଥିଲେ ବି ସ୍ତ୍ରୀର ଭରଣ ପୋଷଣ ସହ ତାହାର ସମସ୍ତ ଦାୟିତ୍ୱ ନେବାକୁ ବାଧ୍ୟ। ପାଖରେ ଟଙ୍କା ନାହିଁ କହି ଦାୟିତ୍ୱ ନେଇପାରିବେ ନାହିଁ ବୋଲି କହିପାରିବେନି ସ୍ୱାମୀ। ଏମିତି ରାୟ ଶୁଣାଇଛନ୍ତି ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ।

Advertisment

ଏକ ପାରିବାରିକ ମାମଲାର ବିଚାର କରି କୋର୍ଟ କହିଛନ୍ତି ଯେ, ବିବାହ ପରେ ସ୍ୱାମୀ ସ୍ତ୍ରୀର ସମସ୍ତ ଦାୟିତ୍ୱ ନେବା ପାଇଁ ବାଧ୍ୟ। ନିଜ ବାପା ମାଆଙ୍କୁ ଯେତେବେଳେ ଝିଅ ଟିଏ ଛାଡ଼ିକି ପଳାଇଆସେ, ସେତେବେଳେ କେବଳ ସ୍ୱାମୀ ହିଁ ତା’ର ସବୁ ଦାୟିତ୍ୱ ନେଇଥାଏ। ତେଣୁ ବିବାହ ପରେ ଯଦି ସ୍ୱାମୀ ବେରୋଜଗାରିଆ ହେଲା ସେଥିରେ ବିବାହିତ ଝିଅର କୌଣସି ଭୁଲ ନାହିଁ। ଝିଅର ପୂରା ଖର୍ଚ୍ଚ ସ୍ୱାମୀ ଉଠାଇବାକୁ ବାଧ୍ୟ ବୋଲି ଅତିରିକ୍ତ ସେସ୍ସନ କୋର୍ଟର ବିଚାରପତି ସଂଜୟ ଭରଦ୍ୱାଜ କହିଛନ୍ତି।

ଝିଅ ବିବାହ ପରେ ବାପଘର ନୁହେଁ ବରଂ ତାହାର ସଂପୂର୍ଣ୍ଣ ଦାୟିତ୍ୱ ଶାଶୂ ଘର ଲୋକଙ୍କର। ଆଉ ଏହି ଦାୟିତ୍ୱରେ କେହି ଖସିଯାଇପାରିବେ ନାହିଁ। ବିବାହ ପୂର୍ବରୁ ଯଦି ସ୍ୱାମୀ ରୋଜଗାରିଆ ଥିଲା ଆଉ ପରେ କୌଣସି କାରଣରୁ ସେ ବେରୋଜଗାରିଆ ହେଲା ଏଥିରେ ସ୍ତ୍ରୀର କୌଣସି ଦୋଷ ନାହିଁ। ତେଣୁ ବିନା ଦୋଷରେ ତାଙ୍କର ‌ଭରଣ ପୋଷଣକୁ ମନା କରିପାରିବେ ନାହିଁ ସ୍ୱାମୀ ବୋଲି ଖଣ୍ଡପୀଠ କହିଛନ୍ତି।

Advertisment

କେବଳ ଏତିକି ନୁହେଁ ବରଂ କୋର୍ଟ କହିଛନ୍ତି ଯେ, ଅଦାଲତରେ ଉପସ୍ଥାପନ ଡକ୍ୟୁମେଣ୍ଟ ଅନୁସାରେ, ସ୍ୱାମୀ ଜଣେ ଶିକ୍ଷିତ ବ୍ୟକ୍ତି। ତେଣୁ କୌଣସି ସ୍ଥାନରେ ଚାକିରି କିମ୍ବା ବ୍ୟବସାୟ କରିପାରିବେ। ଏବଂ ସେଥିରୁ ଯେଉଁ ଟଙ୍କା ରୋଜଗାର ହେବ ସେଥିରେ ଉଭୟ ସ୍ୱାମୀ-ସ୍ତ୍ରୀ ଚଳିପାରିବେ ବୋଲି କୋର୍ଟ କହିଛନ୍ତି। ଆଉ ବର୍ତ୍ତମାନ ସ୍ଥିତିରେ ସ୍ତ୍ରୀଙ୍କୁ ଚଳିବା ପାଇଁ ପ୍ରତିମାସରେ ୫ ହଜାର ଟଙ୍କା ଦେବା ପାଇଁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ୨୦୦୭ ମସିହାରେ ଦାୟର ହୋଇଥିବା ଏକ ମାମଲାର ବିଚାର କରି କୋର୍ଟ ଏପରି ରାୟ ଶୁଣାଇଛନ୍ତି। ତେବେ କୋର୍ଟରେ ସ୍ୱାମୀ ମାସିକ ୫୦ ହଜାର ଟଙ୍କା ରୋଜଗାର କରୁଥିବା ସ୍ତ୍ରୀ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱାମୀ ଷ୍ଟୁଡ଼ିଓରେ କାମ କରୁଥିବା ଜଣାପଡ଼ିଥିଲା। ଆଉ କୋର୍ଟଙ୍କ ରାୟକୁ ନେଇ ଏବେ ପୂରା ଗେଶରେ ଚର୍ଚ୍ଚା ଚାଲିଛି।

Special Story
Advertisment
Advertisment