Advertisment

ଅବସର ନେଲା ବିରାଟ, ସାବାସି ଜଣାଇଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦି ତା ମୁଣ୍ଡରେ ହାତ ମାରି ସାବାସି ଦେଇଥିଲେ

horse virat retired

horse virat retired

Advertisment

ନୂଆଦିଲ୍ଲୀ: ଅବସର ନେଲା ବିରାଟ। ଆମେ ଯେଉଁ ବିରାଟ କଥା କହୁଛୁ, ସେ ବିରାଟ କୋହଲି ନୁହନ୍ତି, ଏହି ବିରାଟ ହେଉଛି ଏକ ଘୋଡ଼ା ଇଏ ଏମିତି ସେମିତି ଘୋଡା ନୁହେଁ, ଇଏ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବଡ଼ିଗାର୍ଡଙ୍କର ଘୋଡ଼ା। ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନିଜ କାର୍ଯ୍ୟରୁ ଅବସର ନେଇଛି ବିରାଟ।

Advertisment
horse virat retiredhorse virat retired

ଗଣତନ୍ତ୍ର ଦିବସର ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଶେଷ ଗାର୍ଡ ଦେଇ ଘୋଡ଼ା ବିରାଟ ଅବସର ନେଇଛି। ୨୦୦୩ ମସିହାରେ ରାଷ୍ଟ୍ରପତି ଭବନ ସୁରକ୍ଷା କାମରେ ଏହି ଘୋଡ଼ା ଯୋଗ ଦେଇଥିବା ବେଳେ ୧୩ଟି ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିଥିଲା। ଆଜି ଅବସର ନେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ତା ମୁଣ୍ଡରେ ହାତ ମାରି ସାବାସି ଦେଇଥିଲେ। ଏଭଳି ଦୃଶ୍ୟ ସେଠାରେ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।

ଘୋଡ଼ା ବିରାଟ ହର୍ନୋଭେରିଆନ ବ୍ରିଡ୍‌ର ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବଡ଼ିଗାର୍ଡଙ୍କ ଚାର୍ଜର ଗ୍ରୁପରେ ସାମିଲ ଥିଲା। ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଦାୟ ନେଇଥିବା ଘୋଡ଼ା ବିରାଟର ଖୁବ୍ ପ୍ରଶଂସା କରିଛନ୍ତି। 

Advertisment
PMO Virat Retires
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ