Advertisment

ଆଧାର ସହ ଯୋଡ଼ି ହେବ ଭୋଟର କାର୍ଡ, ଜାଣନ୍ତୁ କେବେଠୁ?

ସଂସଦରେ ବିଲ୍‌ ପାରିତ, ଏଣିକି ଆଧାର ସହ ଯୋଡି ହେବ ଭୋଟର କାର୍ଡ

author-image
Sarbeswar
ଅଦ୍ୟତନ ହୋଇଛି
adhar voter link

adhar voter link

ନୂଆଦିଲ୍ଲୀ: ଏଣିକି ଭୋଟର ପରିଚୟ ପତ୍ର ସହ ସଂଯୋଗ ହେବ ଆଧାର କାର୍ଡ। ପୂର୍ବରୁ ଆଧାର କାର୍ଡକୁ ବିଭିନ୍ନ ଆବଶ୍ୟକୀୟ କାର୍ଡ ସହ ଲିଙ୍କ କରାଯାଇଥିବା ବେଳେ ଏବେ ଭୋଟର କାର୍ଡ ସହ ଆଧାରକୁ ଲିଙ୍କ କରାଯିବ। ଏ ନେଇ ନିର୍ବାଚନ ଆଇନ (ସଂଶୋଧନ) ବିଲ୍, ୨୦୨୧କୁ ଲୋକସଭାରେ ପାରିତ କରାଯାଇଛି। ଜଣେ ବ୍ୟକ୍ତିଙ୍କ ନାଁ ଏକାଧିକ ସ୍ଥାନରେ ଭୋଟର ଭାବେ ତାଲିକାଭୁକ୍ତ ହେବା ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଏହି ବିଲ୍ ପାରିତ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜ୍ଜୁ ଏହି ବିଲ ଆଗତ କରିଥିଲେ।

Advertisment

ଏହି ନୂଆ ବ୍ୟବସ୍ଥା ଦ୍ୱାରା ଦେଶରେ ବୋଗସ୍ ଭୋଟିଂ ବନ୍ଦ ହୋଇଯିବା ସହ ନିର୍ବାଚନ ପ୍ରକ୍ରିୟା ଆହୁରି ସ୍ୱଚ୍ଛ ହେବ ବୋଲି ସେ ଯୁକ୍ତି ବାଢିଥିଲେ। ହେଲେ କଂଗ୍ରେସ, ଏଆଇଏମ୍ଆଇଏମ, ବିଏସପି ଏବଂ ଅନ୍ୟ ବିରୋଧୀ ଦଳ ଏହି ବିଲକୁ ବିରୋଧ କରିଥିଲେ। ନୂଆ ବ୍ୟବସ୍ଥା ଦ୍ୱାରା ଲୋକଙ୍କ ଗୋପନୀୟତା ଅଧିକାରର ଉଲଂଘନ ହେବା ସହ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି କହି ବିଲକୁ ଷ୍ଟାଣ୍ଡିଂ କମିଟିକୁ ପଠାଇବା ଲାଗି ସେମାନେ ଦାବି କରିଥିଲେ। ତେବେ ଏହାକୁ ନେଇ ହୋ ହଲ୍ଲା ଜାରି ରହିଥିଲା। କିନ୍ତୁ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟରେ ବିଲ୍ ଗୃହୀତ ହୋଇଥିଲା।

ସୂଚନା ଅନୁସାରେ, ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଜାନୁଆରୀ ୧ ରେ କଟ୍ ଅଫ୍ ତାରିଖ ହେତୁ ଅନେକ ଯୁବକ ଭୋଟର ତାଲିକାରୁ ବଞ୍ଚିତ ହୋଇଥିଲେ । ଉଦାହରଣ ସ୍ୱରୂପ କଟ୍ ଅଫ୍ ତାରିଖ ହେତୁ ଜାନୁୟାରୀ ୨ରେ ୧୮ ବର୍ଷ ହେଉଥିବା ଯୁବଗୋଷ୍ଠୀଙ୍କ ନାଁ ଭୋଟର ତାଲିବାରେ ପଞ୍ଜୀକୃତ ହୋଇପାରୁନଥିଲା । ଆଉ ସେଥିପାଇଁ ସେମାନଙ୍କୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ବିଲରେ ସଂସ୍କାର ପରେ ବର୍ଷକୁ ଚାରିଥର ଭୋଟର ତାଲିକାରେ ନାମ ପଞ୍ଜୀକୃତ କରିବାର ସୁଯୋଗ ମିଳିବ । ଜନ ପ୍ରତିନିଧି ଧାରା ୧୪ରେ ସଂଶୋଧନ ଆଣିବା ପାଇଁ ପ୍ରସ୍ତାବ ଆସିଥିବା ସଂସଦର ଏକ କମିଟିକୁ କହିଛି ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ । ଫଳରେ ପ୍ରତିବର୍ଷ ପଞ୍ଜୀକରଣ ପାଇଁ ଚାରୋଟି କଟ୍ ତାରିଖ ରହିବ । ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ଏବଂ ଅକ୍ଟୋବର ୧ରେ ଭୋଟ୍‌ର ତାଲିକା ଆସିବ ।

Advertisment

ସାଧାରଣତଃ ଲୋକମାନେ ନିଜ ଗାଁରେ ଭୋଟ୍ ଦେବା ସହ ସେମାନେ କାମ କରୁଥିବା ସହର କିମ୍ବା ମହାନଗରରେ ଭୋଟ୍ ଦେଇ ଦିଅନ୍ତି । ଏଭଳି ପରିସ୍ଥିତିରେ ଭୋଟରଙ୍କ ନାମ ଅନେକ ସ୍ଥାନରେ ସାମିଲ ହୋଇଥାଏ । କିନ୍ତୁ ଆଧାର ସହିତ ଲିଙ୍କ୍ ହେବା ପରେ ଲୋକେ କେବଳ ଗୋଟିଏ ସ୍ଥାନରେ ଭୋଟ୍ ଦେଇପାରିବେ । ତେବେ ସରକାର କରିଥିବା ସଂସ୍କାର ଅନୁଯାୟୀ ଭୋଟର ତାଲିକା ସ୍ୱେଚ୍ଛାକୃତ ଭିତ୍ତିରେ ଆଧାର ସହିତ ଭୋଟର କାର୍ଡ ଯୋଡି ହୋଇପାରିବ ।

Adhar Voter ID Linking With Aadhaar
Advertisment
Advertisment