ହରିୟାଣାରେ ପଛେଇଲା କଂଗ୍ରେସ, ବନ୍ଦ ହେଲା ସେଲିବ୍ରେସନ୍; ବଦଳି ଯିବ କି ଏକଜିଟ୍ ପୋଲ୍ ଆକଳନ ?

ସମୟ ବଢ଼ିବା ସହ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାର କଲା ବିଜେପି । ପ୍ରଥମେ ଆଗୁଆ ଥିବା କଂଗ୍ରେସ ଏବେ ବହୁ ପଛରେ ।

Congress

ହରିୟାଣାରେ ବଦଳିଗଲା ପ୍ରାଥମିକ ଟ୍ରେଣ୍ଡ । ସମୟ ବଢ଼ିବା ସହ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାର କଲା ବିଜେପି । ପ୍ରଥମେ ଆଗୁଆ ଥିବା କଂଗ୍ରେସ ଏବେ ବହୁ ପଛରେ । ବିଜେପିକୁ ତୃତୀୟ ଥର କ୍ଷମତା ମିଳିବାନେଇ ସଂକେତ ଦେଖାଦେଇଛି , କିଛି ସମୟ ପରେ ସ୍ପଷ୍ଟ ହେବ ଚିତ୍ର । 

ତେବେ ସବୁଠୁ ବଡ଼ ରୋଚକ କଥା ହରିୟାଣାରେ ବହୁମତ ଉପରେ ବିଜେପିର ସଂଖ୍ୟା ଆସିବା ପରେ ସେଲିବ୍ରେସନ ବନ୍ଦ କରିଦେଲା କଂଗ୍ରେସ । ସେପଟେ ଭୋଜି ଭାତ ଆୟୋଜନ ନେଇ ବିଜେପି ପକ୍ଷରୁ ଚାଲିଛି ଆୟୋଜନ । ପ୍ରାଥମିକ ଟ୍ରେଣ୍ଡରେ କଂଗ୍ରେସର ଭଲ ପ୍ରଦର୍ଶନ ଦେଖି ମିଠା ବାଣ୍ଟିବା ସହ ବାଣ ଫୁଟାଇ ନାଚଗୀତ କରିଥିଲେ କଂଗ୍ରେସ କର୍ମୀ ।

ଏହା ଭିତରେ ନଡ୍ଡା ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଡାକିଛନ୍ତି ଗୁରୁତ୍ବପୂର୍ଣ୍ଣ ବୈଠକ  । ଦଳର ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା ହେବ  । ହରିୟାଣାରେ ପ୍ରାରମ୍ଭିକ ଟ୍ରେଣ୍ଡ ନେଇ ଆଲୋଚନା ସମ୍ଭାବନା ରହିଛି ।

ଏପଟେ ଜାମ୍ମୁ କାଶ୍ମୀରରେ NC ମେଣ୍ଟ ଆଗୁଆ । ଟ୍ରେଣ୍ଡରେ ବହୁମତ ଉପରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ । ପଛରେ ଚାଲିଛି ବିଜେପି । ୧୦ ବର୍ଷ ପରେ ହୋଇଥିବା ନିର୍ବାଚନ ଫଳାଫଳକୁ ନେଇ ସବୁଠି ଉତ୍କଣ୍ଠା ରହିଛି ।