• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଜା କରୁଛନ୍ତି ଦମଦାର ବାଇକ ଷ୍ଟଣ୍ଟ । ପରିଣତ ବୟସରେ ଜଲୱା । ସାଧାରଣତଃ ଯୁବକମାନେ ବାଇକ ଷ୍ଟଣ୍ଟ କରୁଥିବାର ସମସ୍ତେ ଦେଖିଥିଲେ । ଅନେକ ସମୟରେ ଯୁବକ ଷ୍ଟଣ୍ଟ ଦେଖାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ନଜରି ରହିଛି । ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହହେଉଛି,ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ।

ଜଣେ ବୃଦ୍ଧ ବାଇକ ଉପରେ ଜବରଦସ୍ତ ଷ୍ଟଣ୍ଟ କରୁଥିବା ଦେଖିବକା ମିଳୁଛି । ବାଇକଟି ଗଡୁଥିବା ବେଳେ ବୃଦ୍ଧ ଜଣକ ବାଇକ ଉପରେ ଉଠବସ ହେଉଛନ୍ତି । ଯାହାକୁ ଦେଖିବା ପରେ ଆପଣ କହିପାରିବେ, ଯୁବକମାନେ ଏ ବୃଦ୍ଧଙ୍କ ଭଳି କେବେହେଲେ ଷ୍ଟଣ୍ଟ କରିପାରିବେ ନାହିଁ । ତେବେ ଭିଡିଓଟିରେ ବୃଦ୍ଧ ବ୍ୟକ୍ତି ଜଣକ ଚଳନ୍ତା ବାଇକରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରୁଥିବା ନଜର ଆସୁଛନ୍ତି । ବୃଦ୍ଧଙ୍କର ଏହି ଷ୍ଟଣ୍ଟ ଦେଖି ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଭିଡିଓ ଦେଖିବା ପରେ ଲାଗୁଛି ଯେ, ବୃଦ୍ଧ ବ୍ୟକ୍ତିଙ୍କଠାରେ ବୟସ କିଛି ମୂଲ୍ୟ ରଖେ ନାହିଁ। ତେବେ ଭିଡିଓଟିରେ ବୃଦ୍ଧ ଜଣକ ବାଇକରେ କୌଣସି ସ୍ଥାନକୁ ଯାଉଥିବା ସମୟରେ ଥରେ ନୁହେଁ ଅନେକ ପ୍ରକାର ଷ୍ଟଣ୍ଟ ଦେଖାଉଛନ୍ତି । ବେଳେବେଳେ ବାଇକ ହ୍ୟାଣ୍ଡେଲ ଉପରୁ ଦୁଇ ହାତ ପୂରା ଛାଡି ଦେଉଛନ୍ତି ତ ଆଉ କେତେବେଳେ ବାଇକ ଚଲାଉଥିବା ବେଳେ ନାଚୁଥିବାର ନଜର ଆସୁଛନ୍ତି । ସେ ଯାହା ବି ହେଉ ବୃଦ୍ଧଙ୍କର ଏ ବାଇକ ଷ୍ଟଣ୍ଟକୁ ଅନେକ ପସନ୍ଦ କରିଛନ୍ତି । ଭିଡିଓଟିକୁ ଆଜି ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଲାଣି ।

OTV is now on Whatsapp

Join and get latest news update delivered to you via whatsapp

Join Now