Advertisment

ଉଦ୍ଧବ ଗୋଷ୍ଠୀକୁ ବଡ଼ ଝଟକା, ‘ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା’

ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ଦର୍ଶାଇଲେ ବାଚସ୍ପତି।

ShivSena vs ShivSena Verdict

ShivSena vs ShivSena Verdict

Advertisment

ମହାରାଷ୍ଟ୍ର ପଲିଟିକ୍ସରେ ଉଦ୍ଧବ ଠାକରେ ଗୋଷ୍ଠୀକୁ ପୁଣି ବଡ଼ ଝଟକା । ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ଦର୍ଶାଇଲେ ବାଚସ୍ପତି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରୱେକରଙ୍କ ରାୟ ଏକନାଥ ସିନ୍ଦେ ଗୋଷ୍ଠୀ ସପକ୍ଷରେ ଯାଇଛି । ଦଳର ସମ୍ବିଧାନ ଅନୁସାରେ, ଏକନାଥ ସିନ୍ଦେ ଗୋଷ୍ଠୀ ଅସଲି ଶିବସେନା ବୋଲି କହିଛନ୍ତି ବାଚସ୍ପତି । ଏଥିସହ ୨୦୧୮ର ସଂଶୋଧିତ ସମ୍ବିଧାନ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇ ନ ଥିବାରୁ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ। ତେଣୁ ୧୯୯୯ର ସମ୍ବିଧାନ ଆଧାରରେ ଏହି ନିଷ୍ପତ୍ତି ଶୁଣାଇଥିବା କହିଛନ୍ତି ବାଚସ୍ପତି। ଏହା ଅନୁସାରେ ଉଦ୍ଧବ ଠାକରେଙ୍କ ନିଷ୍ପତ୍ତି ଦଳର ନିଷ୍ପତ୍ତି ନୁହେଁ। ଏକନାଥ ସିନ୍ଦେଙ୍କୁ ଦଳରୁ ବାହାର କରିପାରିବେ ନାହିଁ ଉଦ୍ଧବ।

Advertisment

ସୂଚନାଯୋଗ୍ୟ ଯେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ୨୦୨୨ରେ ବିଦ୍ରୋହ କରିଥିଲେ ଏକନାଥ ସିନ୍ଦେ । ଅଧିକାଂଶ ବିଧାୟକଙ୍କ ସମର୍ଥନ ବଳରେ ବିଜେପି ସହିତ ମିଶି ସରକାର ଗଠନ କରିଥିଲେ। ଏଥିସହ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବନିଥିଲେ । ଏହା ପରେ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ଦଳ ବଦଳ ନିୟମ ଅନୁସାରେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିଥିଲେ। ୫୬ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ସିନ୍ଦେ ଗୋଷ୍ଠୀରେ ଥିବା ବେଳେ ବାକି ୧୬ ଜଣ ଉଦ୍ଧବ ଗୋଷ୍ଠୀରେ ଅଛନ୍ତି। ଆଗରୁ ନିର୍ବାଚନ କମିଶନଙ୍କ ରାୟ ମଧ୍ୟ ସିନ୍ଦେ ଗୋଷ୍ଠୀ ସପକ୍ଷରେ ଯାଇଥିଲା। ସେପଟେ ଆଜି ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ଉଦ୍ଧବ ଗୋଷ୍ଠୀ ସମର୍ଥକ ।

India News Maharashtra Uddhav Thackeray Eknath Shinde Shivsena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ