• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବର୍ଦ୍ଧିତ ଦରଦାମ ଭିତରେ ଘାଣ୍ଟି ହେଉଥିବା ଜନତାଙ୍କ ପାଇଁ ଆଶ୍ୱସ୍ତିଜନକ ଖବର । ପାର୍ବଣ ଋତୁ ପୂର୍ବରୁ ଖାଇବା ତେଲ ଦରରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏଥିପାଇ ତୈଳ କମ୍ପାନୀ ସହିତ ଖାଦ୍ୟ ସଚିବଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ତୈଳ ଦର ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଖାଇବା ତେଲ ଦର ୧୦ଟଙ୍କାରୁ ୧୨ ଟଙ୍କା ମଧ୍ୟ କମାଇବାକୁ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଖାଦ୍ୟ ସଚିବଙ୍କ ପରାମର୍ଶ କ୍ରମରେ କମ୍ପାନୀ ଗୁଡ଼ିକ ତେଲ ଦର କମ୍‌ କଲେ ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।

ଗତ ମେ ’ପରେ ଖାଇବା ତେଲକୁ ନେଇ ତୃତୀୟ ବୈଠକ ବସିଛି । ପାମୋଲିନ୍‌ ତେଲର ବୃହତ୍ତମ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ  ପରିବହନ ଉପରେ ପ୍ରତିବନ୍ଧକ ହଟାଇବା ପରେ ସୂର୍ଯ୍ୟମୁଖୀ ଏବଂ ସୋୟା ତେଲର ଯୋଗାଣ ସହଜ ହୋଇଛି । ଫଳରେ ବିଶ୍ୱରେ ଖାଇବା ତେଲ ଦର ହ୍ରାସ ପାଇଛି ।

ତେବେ କିଛି ଦିନ ଭିତରେ ହୁ ହୁ ହୋଇ ବଢ଼ୁଥିବା ଦରଦାମ ଭିତରେ ପାର୍ବଣ ଋତୁ ପୂର୍ବରୁ ତେଲ ଦର କମିବା ଜନତାଙ୍କ ପାଇଁ ଏକ ଭଲ ଖବର । ଆନ୍ତର୍ଜାତୀୟ ମୂଲ୍ୟରେ ହ୍ରାସର ଲାଭ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଇଛି । ଗତ ମାସରେ ମଧ୍ୟ ଖାଇବା ତେଲ ଦର ହ୍ରାସ ଘଟିଥିଲା ​​ଏବଂ ଆଗାମୀ ଦିନରେ ଖାଇବା ତେଲର ମୂଲ୍ୟ ଆହୁରି ହ୍ରାସ କରାଯିବ ।

ଗତ ମାସରେ ୩୦ ଟଙ୍କା ହ୍ରାସ କରାଯାଇଥିଲା

ଗତ ମାସରେ ଖାଇବା ତେଲର ମୂଲ୍ୟ ଲିଟର ପିଛା ୩୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା । ଅନେକ ତୈଳ କମ୍ପାନୀ ଜୁଲାଇର ତୃତୀୟ ସପ୍ତାହରୁ ଏକ ଲିଟର ଶିଶି ଏବଂ ପାଉଚ୍‌ର MRP ଉପରେ ୩୦ ଟଙ୍କା ହ୍ରାସ କରିଥିଲେ । ମୂଲ୍ୟ ହ୍ରାସ ପଛରେ ବିଶ୍ୱ ବଜାରରେ ଖାଇବା ତେଲ ମୂଲ୍ୟରେ  ହ୍ରାସ ବୋଲି କୁହାଯାଉଛି ।