Advertisment

ସାମ୍ନାକୁ ଆସିଲେ ଆଉ ଜଣେ କ୍ୟାସ୍ କିଙ୍ଗ୍, ୩୦ କୋଟିର ପୁଳା ପୁଳା ନୋଟ୍ ଜବତ କଲା ED

ମନ୍ତ୍ରୀଙ୍କ ପର୍ସନାଲ ସେକ୍ରେଟାରୀଙ୍କ ଘରୋଇ ସହାୟକଙ୍କ ଘରେ ନୋଟ୍ ର ପାହାଡ଼ । ଆଖି ତରାଟିଲା ଭଳି ପ୍ରାୟ ୩୦ କୋଟିର ନଗଦ ଟଙ୍କା।

undefined

ED Raid

Advertisment

ଝାଡ଼ଖଣ୍ଡରେ ପୁଣି ଏକ ଟଙ୍କାର ପାହାଡ଼...ସାମ୍ନାକୁ ଆସିଲେ ଆଉ ଜଣେ କ୍ୟାସ୍ କିଙ୍ଗ୍...ଲକ୍ଷେ କି ଦୁଇ ଲକ୍ଷ ନୁହଁ, କୋଟିଏ କି ୨ କୋଟି ନୁହଁ...ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ହାତରେ ଲାଗିଛି ପ୍ରାୟ ୩୦ କୋଟିର ପୁଳା ପୁଳା ନୋଟ୍ । ଜବତ ନୋଟରେ ରହିଛି କେବଳ ୫ଶହ ଟଙ୍କିଆ। ଯାହାକୁ ଗଣି ଗଣି ହାଲିଆ ED ଅଧିକାରୀ । ଗୋଟିଏ ପରେ ଗୋଟିଏ ମେସିନ୍ ଆଣି ଚାଲିଛି ନନଷ୍ଟପ୍ କାଉଣ୍ଟିଂ।

Advertisment

ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଟଙ୍କା ନା କୌଣସି ବ୍ୟବସାୟୀଙ୍କ ଘରୁ ନା କୌଣସି ରାଜନେତାଙ୍କ ଘରୁ ଜବତ ହୋଇଛି। ଏତେ ପରିମାଣର ଟଙ୍କା ମିଳିଛି ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗିରଙ୍କ ଘରୁ। ରାଞ୍ଚିସ୍ଥିତ ଜାହାଙ୍ଗିରଙ୍କ ଘରେ ଚଢ଼ାଉ କରି ଏହି ଟଙ୍କାକୁ ଜବତ କରିଛି ED । ତାସହ ରାଂଚିର ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି। ଲୋକସଭା ନିର୍ବାଚନ ଭିତରେ ଏତେ ପରିମାଣର କ୍ୟାସ୍ ମିଳିବା ହଇଚଇ ଖେଳାଇ ଦେଇଛି। ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଏଭଳି ଦୁର୍ନୀତିଖୋର୍ ନେତା ତଥା କଂଗ୍ରେସ ଓ ଇଣ୍ଡି ମେଣ୍ଟ ବିରୋଧରେ ବର୍ଷିବା ସହ କହିଛନ୍ତି, ଲୋକଙ୍କ ଟଙ୍କାକୁ ଯିଏ ଖାଇବ, ସେ ସିଧା ଜେଲ୍ ଯିବ ଏବଂ ଜେଲ୍ ଭିତରେ ରୁଟି ଚୋବାଇବ।

କେଉଁଠୁ ଆସିଲା ଏତେ ପରିମାଣର ଟଙ୍କା ? ନୋଟ୍ ପଛର ରହସ୍ୟ କ’ଣ ? ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘରେ ଥିବା ଏତେ ପରିମାଣର ନୋଟ୍ କାହାର ? ତା’ର ଖୋଳତାଡ଼ ଜାରି ରଖିଛି ED ।... କଂଗ୍ରେସ ନେତା ତଥା ମନ୍ତ୍ରୀ ଆଲମଗିରଙ୍କ ସହ ବେଆଇନ କ୍ୟାସ୍ କନେକ୍ସନ ମାମଲା ନୁଆ ନୁହେଁ । ଗତବର୍ଷ ଫେବ୍ରୁଆରୀରେ ତାଙ୍କ ବିଭାଗ ତଥା ଗ୍ରାମ୍ୟ ଉନ୍ନୟନ ଚିଫ୍ ଇଂଜିନିୟର ବୀରେନ୍ଦ୍ର ରାମଙ୍କୁ ଗିରଫ କରାଯାଇଥିଲା। କେତେକ ଯୋଜନାର କାର୍ଯ୍ୟକାରୀ ବେଳେ ମନି ଲଣ୍ଡରିଂ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରିଥିଲା ED ।

Advertisment

ଏହି ମାମଲାର ଖୋଳତାଡ଼ କରୁ କରୁ ED ସୁରାଗ୍ ପାଇ ଚଢ଼ାଉ କରିଥିଲା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘରେ। ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପୂର୍ବରୁ ଗିରଫ ହୋଇ ଜେଲରେ ରହିଛନ୍ତି । ଏଭଳି କ୍ରମାଗତ ଜଣଙ୍କ ପରେ ଜଣେ ନେତାଙ୍କ ଆର୍ଥିକ କେଳେଙ୍କାରୀ ସାମ୍ନାକୁ ଆସିଛି । ଆଉ ଏହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି।

ଗତ ଡିସେମ୍ବରରେ ଝାଡ଼ଖଣ୍ଡର ଚର୍ଚ୍ଚିତ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟରୁ ମିଳିଥିଲା ୩ ଶହ କୋଟିର କ୍ୟାସ୍। ଓଡ଼ିଶା ସହ ବିଭିନ୍ନ ସ୍ଥାନରେ ରେଡ୍ କରି ଏସବୁ ନୋଟ୍ ଜବତ କରିଥିଲା ଆୟକର ବିଭାଗ। ଆଉ ଏବେ କଂଗ୍ରେସ ନେତା ତଥା ମନ୍ତ୍ରୀ ଆଲମଗିରଙ୍କ PSଙ୍କ ଘରୋଇ ସହାୟକଙ୍କ ଘରୁ ଏତେ ପରିମାଣର ନୋଟ୍ ମିଳିବା ପରେ ଆଗକୁ ଆଉ କାହାର ନାଁ ସାମ୍ନାକୁ ଆସୁଛି, ତାକୁ ଅପେକ୍ଷା।

Advertisment

Jharkhand Enforcement Directorate Money Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ