Advertisment

ରେଡ୍‌ ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଘରୁ ମିଳିଲା AK 47 ବନ୍ଧୁକ

ବେଆଇନ୍‌ ଖଣି ଖନନ ମାମଲାରେ ଝାଡ଼ଖଣ୍ଡରେ ଇଡି ୧୭ଟି ସ୍ଥାନରେ ଚଢ଼ଉ କରିଛି। ତେବେ ରେଡ୍‌ ବେଳେ ୨ଟି AK 47 ରାଇଫଲ୍‌ ମିଳିଛି।

ଅଦ୍ୟତନ ହୋଇଛି
 ED Raids In Jharkhand

ED Raids In Jharkhand

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ରେଡ୍ ବେଳେ ଘରୁ ମିଳିଲା ଦୁଇ ଦୁଇଟି AK 47 ରାଇଫଲ୍‌। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ କୁହାଯାଉଥିବା ପ୍ରେମ୍‌ ପ୍ରକାଶଙ୍କ ରାଞ୍ଚି ସ୍ଥିତ ଘରୁ ଏହି ୨ଟି ବନ୍ଧୁକ ଜବତ ରାଯାଇଛି। ବେଆଇନ୍‌ ଖଣି ଖନନ ମାମଲାରେ ଅର୍ଥ ହେରଫେର ନେଇ ପ୍ରେମ୍‌ ପ୍ରକାଶଙ୍କ ଘରେ ED ଚଢ଼ଉ କରିଥିଲା। ତେବେ ରେଡ୍‌ ବେଳେ ୨ଟି AK 47 ରାଇଫଲ୍‌ ମିଳିଛି।

Advertisment

ଝାଡ଼ଖଣ୍ଡରେ ବେଆଇନ୍‌ ଖଣି ଖନନ ମାମଲାରେ ଇଡି ୧୭ଟି ସ୍ଥାନରେ ଚଢ଼ଉ କରିଛି। ବେଆଇନ୍‌ ଖଣି ଖନନ ମାମଲାରେ ଅର୍ଥ ହେରଫେର ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରା, ବଚ୍ଚୁ ଯାଦବଙ୍କୁ ପଚରାଉଚରା କରାଯାଇଥିଲା। ଏହାପରେ ଇଡି ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା। ପଙ୍କଜ ଓ ବଚ୍ଚୁଙ୍କ ଇଡି ଗିରଫ କରିଛି।

ଗତ ମାର୍ଚ୍ଚରେ ଇଡି ପଙ୍କଜ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ PMLA ଆକ୍ଟ ଅଧୀନରେ ମାମଲା ରୁଜୁ କରି ଚଢ଼ଉ କରିଥିଲା। ଖାଲି ଝାଡ଼ଖଣ୍ଡ ନୁହେଁ ବିହାରରେ ମଧ୍ୟ ଆଜି ଅନେକ ରାଜନେତାଙ୍କ ଘରେ ସିବିଆଇ ରେଡ୍‌ କରିଛି। ବିହାରରେ ୨୪ଟି ସ୍ଥାନରେ ସିବିଆଇ ଚଢ଼ଉ କରିଛି। ଯେଉଁସବୁ ସ୍ଥାନରେ ସିବିଆଇ ଚଢ଼ଉ କରିଛି, ସେଥିମଧ୍ୟରେ ଆର୍‌ଜେଡି MLC ସୁନୀଲ ସିଂ, ପୂର୍ବତନ ଆର୍‌ଜେଡି MLC ସୁବୋଧ ରୟ, ରାଜ୍ୟସଭା ସାଂସଦ ଅଶଫାକ୍‌ କରିମ୍‌, ଫୈୟାଜ୍‌ ଅହମ୍ମଦଙ୍କ ଘରେ ଏହି ରେଡ୍‌ ହୋଇଛି।

Advertisment

ଗୋଟିଏପଟେ ନୀତିଶ କୁମାର ଓ ତେଜସ୍ୱୀ ଯାଦବ ମହାମେଣ୍ଟ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବାବେଳେ ଅନ୍ୟପଟେ ଆରଜେଡିର ବିଧାନ ପରିଷଦ ସଦସ୍ୟଙ୍କ ଘରେ CBI ରେଡ୍‌ ହୋଇଥିଲା। ଆଜି ସକାଳୁ ସକାଳୁ ପାଟନାରେ ମହାମେଣ୍ଟ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ RJDର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂଙ୍କ ଘରେ ସିବିଆଇ ରେଡ୍ ହୋଇଛି। 

CBI Raid ED Raid ED Raids In Jharkhand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ