ED Raids At National Herald Office
ନ୍ୟାସନାଲ୍ ହେରାଲ୍ଡ ମାମଲା(National Herald Case)ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପଚରାଉଚରାର କିଛିଦିନ ପରେ ନ୍ୟାସନାଲ୍ ହେରାଲ୍ଡ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ କରିଛି। ଦିଲ୍ଲୀ ଓ କୋଲକାତା ସମେତ ୧୨ଟି ସ୍ଥାନରେ ଇଡି ରେଡ୍ କରିଛି। ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ହେରାଲ୍ଡ ଅଫିସରେ ମଧ୍ୟ ଚଢ଼ଉ ହୋଇଛି। କୁହାଯାଉଛି ଯେ, ହେରାଲ୍ଡ ହାଉସ୍ର ଚତୁର୍ଥ ମହଲାରେ ଇଡି ଛାନ୍ଭିନ୍ ଚଳାଇଛି। ଏଠାରେ ନ୍ୟାସନାଲ୍ ହେରାଲ୍ଡର ପବ୍ଲିକେସନ୍ ଅଫିସ ରହିଛି।
ଆଜି ସକାଳ ୧୦ଟାରେ ଇଡି ଅଧିକାରୀମାନେ ହେରାଲ୍ଡ ହାଉସ୍ରେ ପହଞ୍ଚିଥିଲେ। ଏହାପରେ ଛାନ୍ଭିନ୍ ଆରମ୍ଭ କରିଥିଲେ। ସୂଚନାଥାଉ କି, ଏହା ପୂର୍ବରୁ ନ୍ୟାସନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଇଡି ପଚରାଉଚରା କରିଥିଲା। ସୋନିଆଙ୍କୁ ପଚରାଉଚରା ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ପକ୍ଷରୁ ସାରା ଦେଶରେ ସତ୍ୟାଗ୍ରହ କରାଯାଇଥିଲା।
ସୂଚନା ଅନୁସାରେ, ଆଜି ଇଡି ରେଡ୍ ବେଳେ ନ୍ୟାସନାଲ୍ ହେରାଲ୍ଡ ଅଫିସରେ ସିକ୍ୟୁରିଟି ଗାର୍ଡଙ୍କ ବ୍ୟତୀତ କେହି ନଥିଲେ। ରାଜନୈତିକ ଆକ୍ରୋଶ ରଖି ଏଭଳି କରାଯାଉଥିବା କଂଗ୍ରେସ କହିଛି।ନ୍ୟାସନାଲ୍ ହେରାଲ୍ଡ ନ୍ୟୁଜ୍ପେପର୍ରେ ହୋଇଥିବା ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1659426868.jpg)