• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଢ଼ିଲା ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ଅଡୁଆ । କ୍ୟାସ ଫର୍ କ୍ୱେରି ମାମଲାରେ ଇଡିର ବଡ଼ ପଦକ୍ଷେପ । ମହୁଆଙ୍କ ବିରୋଧରେ ରୁଜୁ ହେଲା ମନି ଲଣ୍ଡ୍ରିଂ ମାମଲା । ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ବା ଫେମା ଆଇନରେ ତାଙ୍କୁ ଜେରା ପାଇଁ ସମନ କରିଥିଲା ଇଡି । ତେବେ ତୃତୀୟ ଥର ପାଇଁ ସେ ସମନ ଖିଲାପ କରିବା ପରେ, ତାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ରୁଜୁ ହୋଇଛି । କ୍ୟାସ୍ ଫର୍ କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ଅଭିଯୋଗରେ, ଗତବର୍ଷ ଲୋକସଭାରୁ ବହିଷ୍କୃତ ହୋଇଥିଲେ ମହୁଆ ମୈତ୍ର ।

ସଂସଦୀୟ ଏଥିକ୍ସ କମିଟିର ସୁପାରିଶ କ୍ରମେ ତାଙ୍କୁ ବହିଷ୍କାର କରାଯିବା ପରେ, ଏହାକୁ କଙ୍ଗାରୁ କୋର୍ଟ ବୋଲି କଟାକ୍ଷ କରିଥିଲେ ମହୁଆ । ତେବେ ସପ୍ତାହେ ତଳେ କୋଲକାତା ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା ସିବିଆଇ । ସୂଚନାଯୋଗ୍ୟ ଯେ, ଆଗାମୀ ନିର୍ବାଚନ ପାଇଁ କ୍ରିଷ୍ଣନଗର ଆସନରୁ ପୁଣି ଥରେ ମହୁଆଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଟିଏମ୍‌ସି ।