• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲାଜ କଲେ, ପେଟ ପୋଡ଼ିଯିବ । ଆଉ ଏଥିପାଇଁ ଚା ଦୋକାନ କରିଛନ୍ତି ଉଚ୍ଚଶିକ୍ଷିତ । ଇକୋନମିକ୍ସରେ ଡିଗ୍ରୀ କରି ଚା’ ବିକ୍ରି କରୁଛନ୍ତି ଯୁବତୀ । ଚାକିରି ପାଇଁ ଦୁଇ ବର୍ଷ ଅପେକ୍ଷା କରିବା ପରେ ବାଛିଲେ ଏମିତି ରାସ୍ତା । ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ସୁଦ୍ଧା ଚାକିରି ନପାଇ ଚା’ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା ଗୁପ୍ତା ବିହାର ପାଟନାର ମହିଳା ମହାବିଦ୍ୟାଳୟ ବାହାରେ ଚା ଦୋକାନ କରିଛନ୍ତି । ସେ ୨୦୧୯ ରେ ଅର୍ଥନୀତିରେ ସ୍ନାତକ ପାସ କରିଛନ୍ତି । ପାଖାପାଖି ୨ ବର୍ଷ ଚାକିରି ଖୋଜିବା ପରେ ଚାକିରି ମିଳିଲା ନାହିଁ। ଯାହାକୁ ନେଇ ସେ ଚିନ୍ତାରେ ରହିଥିଲେ। କେମିତି ନିଜେ ଚଳିବେ ଓ କେମିତି ପରିବାର ଚଳିବ ତାହାକୁ ଚିନ୍ତା କରି କରି ଶେଷରେ ଏପରି ଏକ ନିଷ୍ପତ୍ତି ନେଲେ।

ଅନେକ ପାଟନାର ମହିଳା କଲେଜ୍‌ ସାମ୍ନାରେ ଏକ ଚା ଦୋକାନ କରିବାକୁ ନିଷ୍ପତ୍ତି ନେଲେ । କେବଳ ନିଷ୍ପତ୍ତି ନେଲେ ତାହା ନୁହେଁ ବରଂ ଚା ଦୋକାନ ମଧ୍ୟ କଲେ । ଆଉ ଚା’କୁ ସିଏ ଏମିତି ଭାବରେ ତିଆରି କରୁଛନ୍ତି ଯେ, ପିଇବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖା ଯାଉଛି । ତାଙ୍କ ହାତ ତିଆରି ଚା’ ପିଇବା ପାଇଁ ଦୋକାନ ସମ୍ମୁଖରେ ଲୋକଙ୍କ ଲମ୍ବା ଲାଇନ୍‌ ବି ଲାଗୁଛି।

ପ୍ରିୟଙ୍କା ଗୁପ୍ତା କହିଛନ୍ତି, ‘ମୁଁ ୨୦୧୯ ରେ ଗ୍ରାସୁଏସନ୍‌ ପାସ କଲି, କିନ୍ତୁ ଗତ ୨ ବର୍ଷ ମଧ୍ୟରେ ଚାକିରି ପାଇପାରିଲି ନାହିଁ। ଏହାରି ଭିତରେ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟ ବି ଦେଇଥିଲି, କିନ୍ତୁ ଅସଫଳ ହେବାକୁ ପଡ଼ିଥିଲା । ଏହାପରେ ଏକ ଚା ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲି । ପରିସ୍ଥିତି ମତେ ବାଧ୍ୟ କରିଥିଲା ଚା ଦୋକାନ କରିବା ପାଇଁ। ତେଣୁ କଲେଜ୍‌ ସାମ୍ନାରେ ଚା ଦୋକାନ କଲେ ଭଲ ଚାଲିବ ବୋଲି ମୁଁ ଭାବିଲି ଏବଂ ଚା ଦୋକାନ କଲି।

ଚା’ ଦୋକାନ ଖୋଲିବାର ଅଳ୍ପଦିନ ହୋଇଥିଲେ ମଧ୍ୟ ଏବେ ଭଲ ଚାଲୁଛି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣିନି ଲୋକମାନେ ମୋ ପରିସ୍ଥିତି ଦେଖି କି ଚା’ର ସ୍ୱାଦ ପାଇଁ ମୋ ଦୋକାନକୁ ଆସୁଛନ୍ତି। ହେଲେ ସମସ୍ତଙ୍କୁ ଭଲରେ ଚା ପିଇଆବାକୁ ମୁଁ ଚେଷ୍ଟା କରୁଛି। ହେଲେ ଆଜି ବି ମୁଁ ଚାକିରି ପାଇଁ ଚେଷ୍ଟା କରୁଛି। ଯଦି ଚାକିରି ମିଳେ ତେବେ ନିଶ୍ଚୟ ଚାକିରି କରିବି ବୋଲି ସେ କହିଛନ୍ତି।