Advertisment

କେବେ ହେବ ସାଧାରଣ ନିର୍ବାଚନ ପାଇଁ ମତଦାନ ? ଭାଇରାଲ୍‌ ହେଲାଣି ମିଛ କାର୍ଯ୍ୟସୂଚୀ

ସୋସିଆଲ ମିଡିଆରେଭାଇରାଲ୍ ହେଉଛି ସାଧାରଣ ନିର୍ବାଚନର ମିଛ କାର୍ଯ୍ୟସୂଚୀ। ଏହାକୁ ବିଶ୍ୱାସ ନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

undefined

General Election

Advertisment

କେବେ ହେବ ସାଧାରଣ ନିର୍ବାଚନ ପାଇଁ ମତଦାନ? ଭୋଟ୍ ତାରିଖ କେବେ ଘୋଷଣା କରିବେ ନିର୍ବାଚନ କମିଶନ ? ଜୋର ଧରିଲାଣି ଚର୍ଚ୍ଚା, ଭାଇରାଲ୍ ହେଲାଣି ଫେକ୍ ସ୍କେଡ୍ୟୁଲ୍ । ଚର୍ଚ୍ଚା ହେଉଛି, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ଇଲେକସନ କମିଶନ୍। କିଛି ଦିନ ତଳେ ଓଡ଼ିଶାରେ ୨ ଦିନିଆ ସମୀକ୍ଷା କରି ଫେରିଥିବା ECI ଟିମ୍, ଏବେ ବିଭିନ୍ନ ରାଜ୍ୟକୁ ଗସ୍ତ କରି ନିର୍ବାଚନୀ ପ୍ରସ୍ତୁତି ପରଖୁଛନ୍ତି। ନେତୃତ୍ୱ ନେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

Advertisment

ଆଜି ତାମିଲନାଡ଼ୁ ଗସ୍ତ ସରିଥିବା ବେଳେ, ଏବେ ବି ବାକି ଅଛି ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଜାମ୍ମୁ-କାଶ୍ମୀର ଆଦି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ଶେଷ ରାଜ୍ୟ ଭାବେ ମାର୍ଚ୍ଚ ୧୨ ଓ ୧୩ରେ ଜାମ୍ମୁ-କାଶ୍ମୀର ଯିବ ECI ଟିମ୍ । ସାଧାରଣ ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ର, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ, ସେହି ସମୟରେ ଜାମ୍ମୁ-କାଶ୍ମୀରରେ ବି ଭୋଟ୍ କରାଇବାକୁ ବିଚାର ଚାଲିଥିବା ଚର୍ଚ୍ଚା ହେଉଛି। ତେଣୁ ଆକଳନ କରାଯାଉଛି, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଭୋଟ୍ ତାରିଖ ଘୋଷଣା କରିପାରନ୍ତି ଇଲେକସନ କମିଶନ। ସେପଟେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ନିର୍ବାଚନ କାର୍ଯ୍ୟସୂଚୀକୁ ମିଛ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ତାରିଖ ଯେବେ ଘୋଷଣା ହେଉ ନା କାହିଁକି, ଏକଥା ନିଶ୍ଚିତ ଯେ, ସରି ସରି ଆସୁଛି ସମୟ। ଏପ୍ରିଲରେ ଯଦି ଭୋଟ୍ ହୁଏ, ତେବେ ମଝିରେ ଆଉ ଗୋଟିଏ ମାସ। ତେଣୁ ଯେଝା କସରତରେ ମାତିଲେଣି ରାଜନୈତିକ ଦଳ। ଓଡ଼ିଶାରେ ବି ଚଳଚଞ୍ଚଳ ୩ ପ୍ରମୁଖ ଶିବିର। ବିଜେପି କଥା ଦେଖିଲେ, କେନ୍ଦ୍ରୀୟ ନେତୃତ୍ୱଙ୍କ ଘନ ଘନ ଗସ୍ତ କର୍ମୀଙ୍କ ମନରେ ଉତ୍ସାହ ଭରିଛି। ସମ୍ବଲପୁର ଆସିଥିଲେ ଖୋଦ୍ ପିଏମ୍ ମୋଦି। ଏଥିସହ କ୍ଲଷ୍ଟର କାର୍ଯ୍ୟକ୍ରମରେ ଗୁରୁମନ୍ତ୍ର ଦେଇଛନ୍ତି ଶିବରାଜ ଓ ରାଜନାଥଙ୍କ ଭଳି ବହୁ ହେଭିୱେଟ୍। ରାଉରକେଲା ଚିନ୍ତନ ଶିବିର ପରେ ଭୁବନେଶ୍ୱର ପଦାଧିକାରୀ ବୈଠକରେ ଚୂଡ଼ାନ୍ତ ହୋଇଛି 'ମିଶନ୍ ଓଡ଼ିଶା' ରୋଡ୍ ମ୍ୟାପ୍। ୪ ଦିନ ତଳେ ଦିଲ୍ଲୀରେ ସରିଥିବା ଦୁଇ ଦିନିଆ ରାଷ୍ଟ୍ରୀୟ ସମାବେଶରେ, ମୋଦି ସରକାରର ତୃତୀୟ ପାଳି ପାଇଁ ପଣ କରିଛି ବିଜେପି।

Advertisment

ଏଣେ ବିଜେଡି ସରକାର ନିଇତି କରୁଛନ୍ତି ମାଗଣା ଯୋଜନା ଓ ଆର୍ଥିକ ସହାୟତା ବର୍ଷା। ଦ୍ୱନ୍ଦ୍ୱ ନ ଥିବା କିଛି ସିଟ୍‌ରେ ନେତାଙ୍କୁ ଗ୍ରାଉଣ୍ଡରେ ରହି କାମ କରିବାକୁ ନବୀନ କ୍ଲିଅରାନ୍ସ ଦେଇଥିବା କୁହାଯାଉଥିବା ବେଳେ, ବାକି ସ୍ଥାନର ନେତାଙ୍କୁ ନବୀନ ନିବାସକୁ ଡାକି ମ୍ୟାନେଜ୍ କରାଯାଉଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ଆଗରେ ଏଥର କର ବା ମର ଚାଲେଞ୍ଜ । ଏହାକୁ ସାମ୍ନା କରିବା ପାଇଁ, ଯୋଗ୍ୟ ପ୍ରାର୍ଥୀ ଚୟନ ଉପରେ ଫୋକସ କରିଛି ଦଳ। ଗତ ୧୯ ତାରିଖରେ ପ୍ରଦେଶ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ଆଶାୟୀଙ୍କ ତାଲିକା ସ୍କ୍ରୁଟିନି ପାଇଁ ଦିଲ୍ଲୀ ପଠାଇଛି ପିସିସି। ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛି ଦଳ। ସୂଚନା ଅନୁସାରେ ୨୦୧୯ରେ ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ଗତଥର ୭ଟି ପର୍ଯ୍ୟାୟରେ ହୋଇଥିଲା ଭୋଟ୍ ଗ୍ରହଣ।

Election Dates Election Commission 2024 General Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ