ଦୁଇ ଦୁଇଟି ଝଟ୍‌କାରେ ଥରିଲା ଜାମ୍ମୁ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ଥିଲା ...

ଆଜି ସକାଳେ ଜାମ୍ମୁ-କାଶ୍ନୀରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସକାଳେ ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ରିକ୍ଟର ସ୍କେଲ୍‌ରେ ୪.୯ ଏବଂ ୪.୮ ତୀବ୍ରତାର ଦୁଇଟି ଲଗାତାର ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

Earth Quake

ଆଜି ସକାଳେ ଜାମ୍ମୁ କାଶ୍ନୀରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ସକାଳେ ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ରିକ୍ଟର ସ୍କେଲ୍‌ରେ ୪.୯ ଏବଂ ୪.୮ ମ୍ୟାଗ୍ନିଚ୍ୟୁଡର ଦୁଇଟି ଲଗାତାର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏନେଇ ଜାତୀୟ ସେସମୋଲୋଜି କେନ୍ଦ୍ର (ଏନସିଏସ୍) ତରଫରୁ ସୂଚନା ମିଳିଛି । ରିକ୍ଟର ସ୍କେଲରେ ୪.୯ ମ୍ୟାଗ୍ନିଚ୍ୟୁଡର ପ୍ରଥମ ଭୂକମ୍ପ ସକାଳ ପ୍ରାୟ ୬:୪୫ରେ ହୋଇଥିଲା ।

ଏହା ହେବାର ଠିକ୍ ପରେ ପରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦ୍ୱିତୀୟ କମ୍ପନଟି ରିକ୍ଟର ସ୍କେଲ୍‌ରେ ୪.୮ ମ୍ୟାଗ୍ନିଚ୍ୟୁଡରେ ରେକର୍ଡ ହୋଇଛି । ତେବେ ଉଭୟ ଭୂମିକମ୍ପ ନେଇ କେହି ଆହତ କିମ୍ବା ଗୁରୁତର କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଏନେଇ ଜାତୀୟ ସେସମୋଲୋଜି କେନ୍ଦ୍ର ତଥା ସରକାରଙ୍କ ତରଫରୁ ପରିସ୍ଥିତି ଉପରେ ନଜର ରଖାଯାଇଛି ।

ଅଧିକ ପଢନ୍ତୁ : ଦୁଇ ଦୁଇଟି ଝଟ୍‌କାରେ ଥରିଲା ଜାମ୍ମୁ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ଥିଲା ...

ତେବେ ଭୌଗୋଳିକ ସ୍ଥିତି ହେତୁ ଭାରତରେ ଭୂକମ୍ପ ଅଧିକ ବିପଦଜନକ ଅଟେ । ଇଣ୍ତିଆନ୍ ଟେକ୍ଟୋନିକ୍ ପ୍ଲେଟ କ୍ରମାଗତ ଭାବରେ ୟୁରୋସିଆନ୍ ପ୍ଲେଟ୍ ସହିତ ମୁହାଁମୁହିଁ ହେଉଥିବାରୁ ଭାରତରେ ଭୂମିକମ୍ପର ପରିମାଣ ବଢ଼ିଯାଇଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଦେଶର ଉତ୍ତର ଏବଂ ଉତ୍ତର-ପୂର୍ବ ଅଞ୍ଚଳ ପାର୍ବତ୍ୟ ଅଞ୍ଚଳ ହେତୁ ଭୂକମ୍ପ ହେବାର ସମ୍ଭାବନା ଅଧିକ ଥାଏ ।

ଭାରତର ଭୌଗୋଳିକ ସ୍ଥିତି ମୁଖ୍ୟତଃ ଚାରୋଟି ଭୂକମ୍ପ କେନ୍ଦ୍ରସ୍ଥଳରେ ବିଭକ୍ତ ହୋଇଛି । ଏହା ମଧ୍ୟରୁ ଅଧିକାଂଶ ଉତ୍ତର ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ରହିଛି । ଜାମ୍ମୁ କାଶ୍ମୀର ଭାରତର ଭୂକମ୍ପ ଦୁର୍ବଳତା ମାନଚିତ୍ରରେ ସର୍ବାଧିକ ଭୂକମ୍ପ ସକ୍ରିୟ ଜୋନ୍ ଭାବେ ପରିଗଣିତ ହେଉଛି । ଫଳରେ ଜାମ୍ମୁର ଏହି ପାର୍ବତ୍ୟ ଉପତ୍ୟକାରେ ଜନସଂଖ୍ୟାର ଘନତ୍ୱ ଏହି ଅଞ୍ଚଳରେ ଭୂକମ୍ପର କ୍ଷତି ସମ୍ଭାବନାକୁ ଲଗାତାର ବଢ଼ାଇଥାଏ ।