ଦିଲ୍ଲୀରେ ପୁଣି ଭୁ଼କମ୍ପ ଝଟ୍‌କା, ଘରୁ ବାହାରି ଆସିଲେ ଲୋକେ

ଭୁ-କମ୍ପର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୫ ରହିଥିଲା । ସେପଟେ ଜମ୍ମୁକାଶ୍ମୀରରେ ମଧ୍ୟ ଭୂକମ୍ପର ଝଟକା । ଆଫଗାନିସ୍ତାନ ଥିଲା ଭୂକମ୍ପର କେନ୍ଦ୍ର ।

Delhi Earthquake

ଭୂକମ୍ପରେ ଦୋହଲିଲା ଉତ୍ତର ଭାରତ । ଦୀର୍ଘ ସମୟ ଧରି ଅନୁଭୂତ ହେଲା ଭୂମିକମ୍ପ । ଦିଲ୍ଲୀ NCRରେ ଘରୁ ବାହାରି ଆସିଲେ ଲୋକେ । ଗତ ତିନି ମାସ ମଧ୍ୟରେ ଦିଲ୍ଲୀରେ ଏହା ଷଷ୍ଠ ଥର ବୋଲି ସୂଚନା ରହିଛି । ଭୁକମ୍ପ ଭୟରେ ଯିଏ ଯେଉଁଠି ଥିଲା ବାହାରକୁ ଦୌଡ଼ିଥିଲେ ବା ଖୋଲାସ୍ଥାନକୁ ପଳାଇଥିଲେ । 

ଦେଖନ୍ତୁ ଫଟୋ | ଭୂମିକମ୍ପରେ ଥରିଲା ଇକ୍ୱାଡର୍ : ୧୫ ମୃତ

ଲୋକେ ଘରୁ ବାହାରି ରାସ୍ତା ଉପରକୁ ଚାଲି ଆସିଥିଲେ । କିଛି ସମୟ ପାଇଁ ଲୋକଙ୍କ ମନରେ ଛନକା ପଶିଥିଲା । ଦିଲ୍ଲୀ ରାସ୍ତା ଏକ ପ୍ରକାର ଗହଳି ହୋଇଥିଲା।ଦିଲ୍ଲୀ ଶକରପୁରରେ ବିଲ୍ଡିଂ କୌଣସି କ୍ଷୟକ୍ଷତି ହୋଇନଥିବା ଫାୟାର ଡାଇରେକ୍ଟର ଅତୁଲ ଗର୍ଗ କହିଛନ୍ତି। ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁକାଶ୍ମୀରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୁ-କମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୫ ରହିଥିଲା । 

ଆଫଗାନିସ୍ତାନର ହିନ୍ଦୁକୁଶରେ ଭୁ-କମ୍ପର ତୀବ୍ରତା ଥିଲା ୬.୬ । ଆଫଗାନିସ୍ତାନର ଫୈଜାବାଦ ଥିଲା ଭୂକମ୍ପର କେନ୍ଦ୍ର । ପାକିସ୍ତାନର ଇସ୍‌ଲାମାବାଦ୍, ଲାହୋର ଓ ପେଶାୱରରେ ବି ଭୁ-କମ୍ପ ଅନୁଭୂତ ।