Advertisment

୪ ଫୁଟିଆ ହରିନାରାୟଣଙ୍କ ଇଚ୍ଛା ପୂରଣ ହେଲା, ନିଜ ପାଇଁ ତିଆରି କରାଇଲେ ୨ ଫୁଟିଆ ବାଇକ୍

ଏବେ ୨ ଫୁଟର ବାଇକକୁ ଚଢିବା ପରେ ବେଶ ଖୁସି ହରିନାରାୟଣ ।

ଅଦ୍ୟତନ ହୋଇଛି
2 Feet High Bike

special story

Advertisment

ମନରେ ଆଶା ଥିଲା ଦିନେ ବାଇକ ଚଢିବେ, ହେଲେ କମ ଉଚ୍ଚତା ଦେଉଥିଲା ବାଧା । ତଥାପି ସେ ହାର ମାନିନଥିଲେ । ବାଇକ ଚଢିବାର ଆଶାକୁ ନ ମାରି ଶେଷରେ ନିଜ ପାଇଁ ୨ ଫୁଟର ବାଇକ ନିର୍ମାଣ କଲେ ହାଇଦ୍ରାବାଦ ବେଗମ ବଜାରର ୪ ଫୁଟ ଉଚ୍ଚତା ରଖିଥିବା ହରିନାରାୟଣ ତିୱାରୀ । ବାଇକକୁ ଅତି ସୁନ୍ଦର ଭାବେ ଡ୍ରାଇଭ କରୁଛନ୍ତି ହରି ନାରାୟଣ ।

Advertisment

ୟୁଟୁବ ଓ ଫେସବୁକରେ ବାଇକ ସମ୍ବନ୍ଦରେ ଜ୍ଞାନ ଆହାରଣ କରିବା ପରେ ସେ ୨ ଫୁଟ ଉଚ୍ଚତାର ବାଇକ ନିର୍ମାଣ କରିବା ଲାଗି ବେଙ୍ଗାଲୁରୁର ଏକ କାରିଗରଙ୍କୁ ଅର୍ଡର ଦେଇଥିଲେ । ୬ ମାସ ମଧ୍ୟରେ ବିଭିନ୍ନ ଗାଡ଼ିର ପାର୍ଟସକୁ ଯୋଡି ସେ ଏହି ବାଇକ ନିର୍ମାଣ କରିଛନ୍ତି।

ହରିନାରାୟଣ ନିର୍ମାଣ କରିଥିବା ଏହି ବାଇକର ଉଚ୍ଚତା ୨ ଫୁଟ ଥିବା ବେଳେ ପେଟ୍ରୋଲ ରହିବାର କ୍ଷମତା ୪ ଲିଟର ରହିଛି। ଏହାର ସର୍ବୋଚ୍ଚ ସ୍ପିଡ୍ ୧୨୦ କିଲୋମିଟର ରହିଥିବା ବେଳେ ମାଇଲେଜ ଲିଟର ପ୍ରତି ୪୦ କିଲୋମିଟର ରହିଛି । ବାଇକରେ କ୍ଲଚ ସହ ୪ଟି ଗିୟର ରହିଥିବା ବେଳେ ଡିସ୍କ ବ୍ରେକର ସୁବିଧା ବି ରହିଛି । ବାଇକ ଚଢିବା ପରେ ଏବେ ଭାରତର ଯେ କୌଣସି କୋଣକୁ ବୁଲିପାରିବେ ବୋଲି କହିଛନ୍ତି ହରି ନାରାୟଣ ।

Advertisment

ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ୩ ଫୁଟିଆ ନେତା, ଉଚ୍ଚତା କରୁଛି ଭୋଟରଙ୍କ ଦୃଷ୍ଟି ଆକର୍ଷଣ, ଘର ଘର ବୁଲି କରୁଛନ୍ତି ଭୋଟ୍‌ ଭିକ୍ଷା...

ହରିନାରାୟଣଙ୍କ ପିଲା ଦିନରୁ ବାଇକ ଚଢିବା ଲାଗି ଯେଉଁ ଆଶା ଥିଲା ତାହା ପୁରଣ ହେବା ପରେ ଏବେ ହାଇଦ୍ରାବାଦର ରାସ୍ତାରେ ତାଙ୍କ ଗାଡ଼ି ଗଡୁଛି । ଏଥିଲାଗି ସେ ନମ୍ବର ପ୍ଲେଟ ଲାଗି ଆବେଦନ କରିବେ ବୋଲି କହିଛନ୍ତି.... ।

Advertisment
Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ