During Trial Vande Bharat Train Runs At 180 Kmph
ଭାରତୀୟ ରେଲ୍ୱେ (Indian Railways)କୁ ଆଜି ଏକ ବଡ଼ ସଫଳତା ମିଳିଛି। ଦେଶର ପ୍ରଥମ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ (Vande Bharat Train) ଟ୍ରାଏଲ୍ ରନ୍ରେ ନିଜର ସମସ୍ତ ରେକର୍ଡ ଭାଙ୍ଗିଛି। ବନ୍ଦେ ଭାରତ ଟ୍ରେନ୍ ଟ୍ରାଏଲ୍ ରନିଂରେ ଘଣ୍ଟା ପ୍ରତି ୧୮୦ କି.ମି. ବେଗରେ ଟ୍ରାକ୍ରେ ଦୌଡ଼ିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ(Ashwini Vaishnav) ଟ୍ରାଏଲ୍ ରନ୍ର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି। ଏହାପରେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଘଣ୍ଟା ପ୍ରତି ୧୮୦ କି.ମି. ସ୍ପିଡ୍ରେ ଦୌଡୁଥିବା ଏହି ସ୍ୱଦେଶୀ ଟ୍ରେନ୍ରେ ଅଲଗା ଇଞ୍ଜିନ ନାହିଁ। ଭାରତ ସରକାର ଏହି ଟ୍ରେନ୍ ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ୧୬ କୋଚ୍ ବିଶିଷ୍ଟ ଏହି ସେମି ହାଇ ସ୍ପିଡ୍ ଟ୍ରେନ୍ RDSO(Research Design and Standards Organisation) ଟିମ୍ର ତତ୍ତ୍ୱାବଧାନରେ ପରୀକ୍ଷା ଚାଲିଥିଲା।
ମନ୍ତ୍ରୀ କଲେ ପ୍ରଶଂସା
ବନ୍ଦେ ଭାରତ ଏକ୍ସପ୍ରେସ୍ର ଟ୍ରାଏଲ ରନ୍ ନେଇ କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। କୋଟା-ନାଗଦା ରୁଟ୍ରେ ଟ୍ରେନ୍ର ଟ୍ରାଏଲ ରନ୍ କରାଯାଇଥିଲା। ଏହି ସମୟରେ ଟ୍ରେନର ସ୍ପିଡ୍ ଘଣ୍ଟା ପ୍ରତି ୧୮୦ କି.ମି. ଥିଲା। କେନ୍ଦ୍ର ରେଳମନ୍ତ୍ରୀ ଶେଆର କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ଟ୍ରେନ୍ର ସ୍ପିଡ୍ ୧୮୦ କି.ମି. ଥିଲେ ମଧ୍ୟ ଗ୍ଲାସ୍ରେ ଥିବା ପାଣି ଟିକିଏବି ଢାଳୁ ନାହିଁ। ପୁରା ବାଲାନ୍ସରେ ଗ୍ଲାସ୍ରେ ପାଣି ସେମିତି ସ୍ଥିର ରହିଛି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହାପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍ର ଅନେକ ଟ୍ରାଏଲ୍ କୋଟା ମଣ୍ଡଳରେ ହୋଇସାରିଛି।
ଟ୍ରେନ୍ରେ ରହିଛି ଏହିସବୁ ସୁବିଧା...
- ଅଟୋମେଟିକ୍ ୱିଣ୍ଡୋ
- ଏୟାର କଣ୍ଡିସନର ଚେୟାର କାର୍ କୋଚ୍
- ଘୁରୁ ଥବା ଚେୟାର ମଧ୍ୟ ରହିଛି
- ଟ୍ରେନ୍ରେ ଲାଗିଥିବା ଚେୟାରକୁ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ଘୁରାଇ ପାରିବେ
- GPS ଆଧାରିତ ସୂଚନା ସିଷ୍ଟମ
- ସିସିଟିଭି କ୍ୟାମେରା
- ଭ୍ୟାକ୍ୟୁମ୍ ଆଧାରିତ ବାୟୋ ଟଏଲଟ୍ ଇତ୍ୟାଦି ରହିଛି
ଆସନ୍ତା ବର୍ଷ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ୭୫ଟି ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ଯୋଜନା ରହିଛି। ଏଥିଲାଗି ସରକାର ପ୍ରାୟ ୪୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ। ଏବେ ଦିଲ୍ଲୀ ଓ ଜାମ୍ମୁ କାଶ୍ମୀରର କାଟ୍ରା ମଧ୍ୟରେ ଚାଲିଛି ବନ୍ଦେ ଭାରତ ଟ୍ରେନ୍। ଆଗାମୀ ଦିନରେ ବନ୍ଦେ ଭାରତ ଟ୍ରେନର ଅପଡେଟ୍ ଭର୍ସନ ଉପରେ ଅନୁସନ୍ଧାନ ଚାଲିଛି । ଏହି ଟ୍ରେନକୁ ଘଣ୍ଟାପ୍ରତି ୨ଶହ, ୨୨୦, ୨୪୦ ଏବଂ ୨୬୦ କିଲୋମିଟର ଗତିରେ ଚଳାବାକୁ ଯୋଜନା ଚାଲିଛି । ଏହି ଟ୍ରେନର ଯେତେ ଅପଡେଟ୍ ଭର୍ସନ ଆସିବ, ଏହାର ଗତିକୁ ଧିରେ ଧିରେ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661592974.jpg)