Advertisment

ମୋଦିଙ୍କ ମୁହଁରେ ପୁଣି କୋଣାର୍କ ଗାଥା, ସେବେଠୁ ଭାରତୀୟଙ୍କ ଭିତରେ ଅଛି ଆଧୁନିକ ଫ୍ୟାସନର ଛାପ

କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ମଧ୍ୟ ଭାରତୀୟଙ୍କ ଭିତରେ ଥିଲା ଆଧୁନିକ ଫ୍ୟାସନ ଡିଜାଇନିଂର ଜ୍ଞାନ । ନ୍ୟାସନାଲ୍ କ୍ରିଏଟର୍ସ ଆୱାର୍ଡ ପ୍ରଦାନ ଅବସରରେ କିଛି ଏଭଳି ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ମଧ୍ୟ ଭାରତୀୟଙ୍କ ଭିତରେ ଥିଲା ଆଧୁନିକ ଫ୍ୟାସନ ଡିଜାଇନିଂର ଜ୍ଞାନ । ନ୍ୟାସନାଲ୍ କ୍ରିଏଟର୍ସ ଆୱାର୍ଡ ପ୍ରଦାନ ଅବସରରେ କିଛି ଏଭଳି ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

ଭାରତର ପ୍ରାଚୀନ ପରମ୍ପରାକୁ ଶାଢ଼ୀରେ ଆଧୁନିକ ଫ୍ୟାସନର ରୂପ ଦେଉଥିବା ଡିଜାଇନର ଜାହ୍ନବୀ ସିଂଙ୍କୁ ହେରିଟେଜ୍ ଫ୍ୟାସନ୍ ଆଇକନ୍ ଆୱାର୍ଡରେ ସମ୍ମାନିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, କାହିଁ କେବେଠୁ ଫ୍ୟାସନ କ୍ଷେତ୍ରରେ ବିଶ୍ୱରେ ଭାରତ ଅଗ୍ରଣୀ ରହି ଆସିଛି ।

ଏହି ମର୍ମରେ କୋଣାର୍କର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, କୋଣାର୍କର ସୂର୍ଯ୍ୟ ମନ୍ଦିର କାନ୍ଥରେ ଥିବା ଆକର୍ଷଣୀୟ ପ୍ରସ୍ତର ମୂର୍ତ୍ତି ଭିତରୁ ଏପରି ଏକ ମୂର୍ତ୍ତି ଅଛି ଯେଉଁଥିରେ ମିନିସ୍କଟ୍ ପିନ୍ଧା ଜଣେ ଝିଅକୁ ହାତରେ ପର୍ସ ଧରିଥିବାର ଆଧୁନିକ ଠାଣିରେ ଦେଖିବାକୁ ମିଳିବ । ଏହାର ଅର୍ଥ ଶହ ଶହ ବର୍ଷ ପୂର୍ବରୁ ଫ୍ୟାସନର ଏ ଜ୍ଞାନ ଆମ ପ୍ରସ୍ତର ଶିଳ୍ପୀଙ୍କ ପାଖରେ ବି ଥିଲା ।

Advertisment

ଆଜି ପ୍ରଥମ ନାସନାଲ କ୍ରିଏଟର ଆୱାର୍ଡ ପ୍ରଦାନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ପରିବର୍ତ୍ତନ, ପରିବେଶ ନିୟନ୍ତ୍ରଣ ଏବଂ ଶିକ୍ଷା ଭଳି ୨୦ଟି ବିଭାଗରେ ପ୍ରଥମ ନାସନାଲ କ୍ରିଏଟର ଆୱାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ପରିବର୍ତ୍ତନ, ପରିବେଶ ନିୟନ୍ତ୍ରଣ ଏବଂ ଶିକ୍ଷା ଭଳି ୨୦ଟି ବିଭାଗରେ ଦିଆଯାଉଛି ପୁରସ୍କାର । ଆସିଛି ଦେଢ ଲକ୍ଷ ନୋମିନେସନ ଏବଂ ୧୦ ଲକ୍ଷ ଭୋଟ୍ । ଓଡିଶାରେ ବିବାଦୀୟ ଥିବା ୟୁଟ୍ୟୁବର କାମିୟା ଜାନୀଙ୍କୁ ବେଷ୍ଟ ଟ୍ରାଭେଲ କ୍ରିଏଟର ଆୱାର୍ଡ ମିଳିଛି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ମାନୀତ କରିଛନ୍ତି । ଏହା ସହ ସେ କାମିୟାଙ୍କୁ ଦେଶର ମନ୍ଦିର ଗୁଡିକୁ ପ୍ରୋମଟ କରିବାକୁ ପରାମର୍ଶ ଦେଇଛନ୍ତି ।

Advertisment

Indians Fashion Knowledge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ