Advertisment

ଡମ୍ପିଂୟାଡ୍‌ରୁ ବାହାରୁଛି ଗ୍ୟାସ୍‌, ଦୁଇ ଦିନ ହେଲା ଜଳୁଛି...

ଦିଲ୍ଲୀ ଦମକଳ ବାହିନୀର କହିବା ଅନୁସାରେ, ଏହି ବିଶାଳ ଅଳିଆ ଗଦାର ପାହାଡରୁ ଉତ୍ପନ୍ନ ଗ୍ୟାସ୍ ଯୋଗୁ ରବିବାର ସନ୍ଧ୍ୟାରେ 'ଲ୍ୟାଣ୍ଡଫିଲ୍'ରେ ଅଗ୍ନିକାଣ୍ଡ ଘଟିଥିଲା।

Dumping Yard Delhi

Dumping Yard Delhi

Advertisment

ରାଜଧାନୀ ଦିଲ୍ଲୀରେ ହୁ ହୁ ହୋଇ ଜଳୁଛି ଡମ୍ପିଂୟାର୍ଡ। ଗତକାଲି ରାତିଠାରୁ ଜଳୁଥିବା ଏହି ନିଆଁକୁ ନେଇ ଅସ୍ତବ୍ୟସ୍ତ ସ୍ଥାନୀୟ ବାସିନ୍ଦା। ଏଇ ନିାଆଁ ଯୋଗୁ ତାତି ବଢ଼ିବା ସହ ନିଶ୍ୱାସ ପ୍ରଶ୍ୱାସ ନେବା ବି କଷ୍ଟକର ହୋଇପଡିଛି । ଏହାକୁ ନେଇ ଏବେ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ରୁଜୁ କରିଛି ଏଫ୍‌ଆଇଆର୍ । ପୁର୍ବ ଦିଲ୍ଲୀର ଗାଜିପୁରରେ ଥିବା ଡମ୍ପିଂୟାର୍ଡ ତଥା ଲ୍ୟାଣ୍ଡଫିଲ୍ ସାଇଟ୍‌ରେ ଗତ ସନ୍ଧ୍ୟାରୁ ହୁ ହୁ ହୋଇ ଜଳୁଛି ଡମ୍ପିଂୟାର୍ଡ। ଏହି ନିଆଁକୁ ଆୟତ୍ତ କରିବା ଏବେ କଷ୍ଟକର ହୋଇପଡିଛି।

Advertisment

ଦିଲ୍ଲୀ ଦମକଳ ବାହିନୀର କହିବା ଅନୁସାରେ, ଏହି ବିଶାଳ ଅଳିଆ ଗଦାର ପାହାଡରୁ ଉତ୍ପନ୍ନ ଗ୍ୟାସ୍ ଯୋଗୁ ରବିବାର ସନ୍ଧ୍ୟାରେ 'ଲ୍ୟାଣ୍ଡଫିଲ୍'ରେ ଅଗ୍ନିକାଣ୍ଡ ଘଟିଥିଲା।

ଲ୍ୟାଣ୍ଡଫିଲ୍ ନିକଟରେ ଥିବା ଘଡୋଲି ଗ୍ରାମବାସିନ୍ଦାଙ୍କ କହିବା ମୁତାବକ, ଏହି ଡମ୍ପିଂୟାର୍ଡରେ ଗତକାଲିଠାରୁ ହେଲା ନିଆଁ ଲାଗିଥିଲେ ମଧ୍ୟ ଏଯାଏଁ ଏହାକୁ ଆୟତ୍ତ କରାଯାଇପାରି ନାହିଁ। ଏଥିରୁ ବାହାରୁଥିବା ବିଷାକ୍ତ ଧୂଆଁ ଯୋଗୁ ଲୋକଙ୍କୁ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ପୋଲିସ ଗାଜିପୁର ଥାନାରେ ଧାରା ୩୩୬ ଓ ୨୭୮ରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

Advertisment

ସେପଟେ ଏହି ଘଟଣାକୁ ନେଇ ଦିଲ୍ଲୀ ମହାନଗର ନିଗମ ଓ ସରକାରକୁ ଟାର୍ଗେଟ କରିଛି ବିଜେପି। ଲୋକଙ୍କୁ ଭଲ ସ୍ୱାସ୍ଥ୍ୟକର ଜୀବନ ଦେବାରେ ସ୍ଥାନୀୟ ସରକାର ବିଫଳ ହୋଇପଡିଥିବା ବିଜେପି ଅଭିଯୋଗ କରିଛି। 

BJP Delhi Police Fire Mishap AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ