Advertisment

ଜମ୍ମୁ-କଶ୍ମୀର: ଘଣ୍ଟାକରେ ୩ ସ୍ଥାନରେ ଉଡିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ

ଜମ୍ମୁ-କଶ୍ମୀର ଆକାଶରେ ପୁଣି ଦେଖିବାକୁ ମିଳିଛି ସନ୍ଦଗ୍ଧ ଡ୍ରୋନ। ଗୁରୁବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ସମ୍ବା ଜିଲ୍ଲାରେ ତିନ ଭିନ୍ନ ଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
ଜମ୍ମୁ-କଶ୍ମୀର: ଘଣ୍ଟାକରେ ୩ ସ୍ଥାନରେ ଉଡିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ

drones spotted jammu and kashmir

Advertisment

ଶ୍ରୀନଗୀର: ଜମ୍ମୁ-କଶ୍ମୀର ଆକାଶରେ ପୁଣି ଦେଖିବାକୁ ମିଳିଛି ସନ୍ଦଗ୍ଧ ଡ୍ରୋନ। ଗୁରୁବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ସମ୍ବା ଜିଲ୍ଲାରେ ତିନ ଭିନ୍ନ ଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା। ଅଧିକରାଙ୍କ କହିବା ଅନୁଯାୟୀ, ଏହି ଡ୍ରୋନ ରାତି ପ୍ରାୟ ୮.୩୦ରୁ ୯.୩୦ ମଧ୍ୟରେ ଉଡୁଥିଲା। ବାରୀ ବ୍ରାହ୍ମଣ, ଚିଲାଧ୍ୟା, ଗଗବାଲ ଇଲାକାରେ ଏହି ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା। ଏଥିମଧ୍ୟରୁ ୨ଟି ଡ୍ରୋନ ଆର୍ମି କ୍ୟାମ୍ପ ଏବଂ ଆଇଟିବିପି କ୍ୟାମ୍ପ ପାଖରେ ଦେଖିବାକୁ ମିଳିଥିଲା। ତେବେ ସୁରକ୍ଷାକର୍ମୀଙ୍କ ଫାୟାରିଂ ପରେ ଏହି ଡ୍ରୋନ ସେଠାରୁ ଖସି ପଳାଇଥିଲା।

Advertisment

ପ୍ରାୟ ଏକ ସପ୍ତାହ ତଳେ ସୀମାବର୍ତ୍ତୀ କନଚକ୍‌ ଇଲକାରେ ୫ କିଗ୍ରା ଆଇଡି ସାମଗ୍ରୀ ନେଇ ଯାଉଥିବା ଏକ ପାକିସ୍ତାନୀ ଡ୍ରୋନକୁ ପୋଲିସ ଗୁଳିମାରି ଖସାଇ ଦେଇଥିଲେ। ଏହା ପରେ ଭାରତ ଆକାଶରେ ଏପରି ପାକିସ୍ତାନ ଉଡି ବୁଲୁଥିବା ଦେଖିବାକୁ ମିଳିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ସୀମା ସୁରକ୍ଷା ବଳ ପାକିସ୍ତାନକୁ ଫେରୁ ଥିବା ଏକ ଡ୍ରୋନ ଉପରକୁ ଲକ୍ଷ୍ୟ କରି ଚିଲାଧ୍ୟା ନିକଟରେ ଗୁଳି କରିଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ, ଅନ୍ୟ ଦୁଇଟି ଡ୍ରୋନ ବାରୀ ବ୍ରାହ୍ମଣା ଏବଂ ଗଗବାଲରେ ଜମ୍ମୁ-ପଠାନ କୋର୍ଟ ରାଜମାର୍ଗ ଉପରେ ସମ୍ବେଦନଶୀଳ ସୁରକ୍ଷା ପ୍ରତିଷ୍ଠାନ ଉପରେ ଉଡି ବୁଲୁଥିଲା। ତେବେ ଖୁବ୍‌ ସମୟ ମଧ୍ୟରେ ଏହା ନିଖୋଜ ହୋଇ ଯାଇଥିଲା। ଅଧିକାରୀଙ୍କ କହିବା ଅନୁଯାୟୀ, ପୋଲିସ ଅନ୍ୟ ସୁରକ୍ଷାକର୍ମୀଙ୍କ ସହ ଘଟଣାସ୍ଥଳ ତଲାସୀ କରୁଛି।  

Advertisment

 ଏଠି କହରଖିବୁ, ଗତ ଶୁକ୍ରବାର ଜମ୍ମୁ-କଶ୍ମୀରର କନଚକ ଇଲାକାରେ ସକାଳୁ ସକାଳୁ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା। ଜମ୍ମୁ-କଶ୍ମୀର ପୋଲିସ ମାରି ତଳକୁ ଖସାଇ ଦେଇଥିଲେ। ଏହି ଘଟଣାର ଯାଞ୍ଚ ଚାଲିଥିବାବେଳେ ସନ୍ଧ୍ୟାରେ ଜମ୍ମୁରେ ଆଉ ଦୁଇଟି ଡ୍ରୋନ ଦେଖିବାକୁ ମିଳିଥିଲା।

ଏହି ଦୁଇ ସନ୍ଦିଗ୍ଧ ଡ୍ରୋନ ବ୍ୟତୀତ ଲାଇନ ଅଫ କଣ୍ଟ୍ରୋଲ ନିକଟ ପୁଞ୍ଛ ସେକ୍ଟରରେ  PIA (ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ ) ଲେଖା ଯାଇଥିବା ଏକ ବେଲୁନ ମିଳିଥିଲା। ଏହି ବେଲୁନ୍‌ରେ ପାକିସ୍ତାନ ଜାତୀୟ ପତାକର ଚିହ୍ନ ଥିଲା। ଜମ୍ମୁ-କଶ୍ମୀରରେ ଜୁନ୍‌ ୨୭ରେ ଭାରତୀୟ ବାୟୁସେନା ଷ୍ଟେଶନ ଉପରେ ହୋଇଥିବା ଆକ୍ରମଣରେ ଡ୍ରୋନ ବ୍ୟବହାର କରାଯିବା ପରେ ସୀମାରେ ଲଗାତାର ଡ୍ରୋନ ଦେଖିବାକୁ ମିଳୁଛି। 

Advertisment
BSF Drone Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ