Advertisment

Doctor Team Saves Life: ୧୩ ମିନିଟରେ ୧୩ ଷ୍ଟେସନ ଓ ୧୩ କିଲୋମିଟର ଯାତ୍ରା: ଡାକ୍ତରୀ ଦଳ ବଞ୍ଚାଇଲେ ଜୀବନ

ଡାକ୍ତରଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଏ। ଏହାକୁ କାମରେ କରି ଦେଖାଇଛନ୍ତି ହାଇଦ୍ରାବାଦର ଏକ ଡାକ୍ତରୀ ଟିମ। ୧୩ ମିନିଟରେ ୧୩ କିମି ଯାତ୍ର କରି ବଞ୍ଚାଇଛନ୍ତି ବହୁମୂଲ୍ୟ ଜୀବନ।

ଅଦ୍ୟତନ ହୋଇଛି
life

life

Advertisment

ଡାକ୍ତରଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଏ। ଏହାକୁ କାମରେ କରି ଦେଖାଇଛନ୍ତି ହାଇଦ୍ରାବାଦର ଏକ ଡାକ୍ତରୀ ଟିମ। ୧୩ ମିନିଟରେ ୧୩ କିମି ଯାତ୍ର କରି ବଞ୍ଚାଇଛନ୍ତି ବହୁମୂଲ୍ୟ ଜୀବନ। ୨୦୧୧ ମସିହାର ଫିଲ୍ମ ଟ୍ରାଫିକ ବାସ୍ତବ ଜୀବନରେ ସତ୍ୟ ହୋଇଛି। ଫିଲ୍ମ ପରି ଗ୍ରୀନ କରିଡରରେ ଫୁସଫୁସ ଓ ହୃଦୟକୁ ନେଇ ଯାତ୍ରା କରିଥିଲେ ଡାକ୍ତରୀ ଦଳ। ତେବେ ଏଥର ଡାକ୍ତରୀ ଦଳ ଯାତ୍ରା କରିଥିଲା ମେଟ୍ରୋ ଟ୍ରେନରେ।

Advertisment

ହାଇଦ୍ରାବାଦର ଗୋଟିଏ ଡାକ୍ତରୀ ଦଳ ମେଟ୍ରୋ ଟ୍ରେନ ଦ୍ୱାରା ୧୩ ମିନିଟରେ ୧୩ କିଲୋମିଟର ରାସ୍ତାକୁ ଅତିକ୍ରମ କରି ଜଣେ ରୋଗୀର ଜୀବନ ବଞ୍ଚାଇଛନ୍ତି।ସୂଚନା ଅନୁଯାୟୀ, ହାଇଦ୍ରାବାଦର ଏଲ ଭି ନଗର ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀ ପ୍ରାଣ ହରାଇଥିଲେ। ରୋଗୀ ଜଣଙ୍କ ବ୍ରେନ ଡେଡ ହେବା ପରେ ତାଙ୍କ ଫୁସଫୁସ ଓ ହୃଦୟକୁ ଅନ୍ୟତ୍ର ପ୍ରତିରୋପଣ ପାଇଁ ପରିବାର ଲୋକ ଅନୁମତି ଦେଇଥିଲେ।

ଅଧିକ ପଢ଼ନ୍ତୁ: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

ଲକଡି କା ପୁଲ ନିକଟରେ ଥିବା ଏକ ହସପିଟାଲରେ ଆଉ ଜଣେ ରୋଗୀ ପ୍ରତିରୋପଣ ପାଇଁ ଅପେକ୍ଷା କରିଥିଲେ। ତୁରନ୍ତ ଏକ ଡାକ୍ତରୀ ଦଳ ଗଠନ କରାଯିବା ସହିତ ଫୁସଫୁସ ଓ ହୃଦୟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୧୩ଟି ଷ୍ଟେସନ ଅତିକ୍ରମ କରି ଯିବାକୁ ଥିବା ବେଳେ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥା ଉପରେ ଭରସା ନ କରି ମେଟ୍ରୋର ସାହାଯ୍ୟ ନେଇଥିଲେ ଡାକ୍ତରୀ ଦଳ।

Advertisment

ହାଇଦ୍ରାବାଦ ମେଟ୍ରୋ ରେଳ କତ୍ତୃପକ୍ଷ, ଏଲ ଆଣ୍ଡ ଟି କତ୍ତୃପକ୍ଷ, ମେଡିକାଲ୍ ପ୍ରଫେସନାଲ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲୋଡା ଯାଇଥିବା ବେଳେ ମାତ୍ର ୧୩ ମିନିଟରେ ୧୩ କିମି ରାସ୍ତା ଅତିକ୍ରମ କରି ପାରିଥିଲା ଡାକ୍ତରୀ ଦଳ। ଏଥିପାଇଁ ହାଇଦ୍ରାବାଦ ମେଟ୍ରୋ ରେଳ ଏକ ଉତ୍ସର୍ଗୀକୃତ ଗ୍ରୀନ କରିଡର ସୃଷ୍ଟି କରିଥିଲା। ହୃଦୟ ଓ ଫୁସଫୁସକୁ ୧୩ ମିନିଟ ସମୟରେ ୧୩ କିଲୋମିଟର ଓ ୧୩ ଷ୍ଟେସନ ଅତିକ୍ରମ କରି ପହଞ୍ଚାଇଥିଲେ। ଏଲ ଆଣ୍ଡ ଟି କର୍ତ୍ତୃପକ୍ଷ ଓ ମେଟ୍ରୋ ରେଳ କର୍ତ୍ତୃପକ୍ଷ କହିଛନ୍ତି ଯେ, ଯେକୌଣସି ଜରୁରୀକାଳୀନ ସେବାରେ ସହାୟତା କରିବା ପାଇଁ ମେଟ୍ରୋ ରେଳ ଏହାର ବିଶ୍ୱସ୍ତରୀୟ ଭିତ୍ତିଭୂମି ବ୍ୟବହାର କରି ସମାଜର କଲ୍ୟାଣରେ ଯୋଗଦାନ ଦେବାରେ ପ୍ରତିବଦ୍ଧ ରହିଛି।

ଅଧିକ ପଢ଼ନ୍ତୁ: ବିଛଣାରେ ଘାଣ୍ଟି ହେଉଛନ୍ତି ୨୨ ବର୍ଷୀୟ ଅଙ୍କିତ; ସହାୟତା ପାଇଁ ମା’ର ଆକୁଳ ନିବେଦନ...

Advertisment
Hyderabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ