Advertisment

Shocking Video: ମହିଳାଙ୍କ ଆଖିରୁ ବାହାରିଲା ୨୩ କଣ୍ଟାକ୍ଟ ଲେନ୍ସ, ଭିଡିଓ ଦେଖିଲେ ଆପଣ ହୋଇଯିବେ ବିଚଳିତ...

ଜଣେ ମହିଳାଙ୍କ ଆଖିରୁ ଡାକ୍ତର ଗୋଟିଏ ନୁହେଁ ଦୁଇଟି ନୁହେଁ ଏକାବେଳେ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିଛନ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ଅଦ୍ୟତନ ହୋଇଛି
Contact Lenses

Doctor Removing 23 Contact Lenses From Patient's Eye

Advertisment

ସାଧାରଣତଃ ଦୃଷ୍ଟି ଶକ୍ତି ଦୁର୍ବଳ ଥିଲେ କିଛି ଲୋକ ଚଷମା ବଦଳରେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିଥାନ୍ତି। ଏବେ ଅଧିକାଂଶ ଲୋକ କଣ୍ଟାକ୍ଟ ଲେନ୍ସ ପିନ୍ଧୁଛନ୍ତି। ତେବେ କଣ୍ଟାକ୍ଟ ଲେନ୍ସକୁ ଠିକ୍ ଭାବେ ବ୍ୟବହାର କରିବା ନିହାତି ଜରୁରୀ। ନଚେତ୍‌ ଆଖି ସଂକ୍ରମିତ ହେବାର ସମ୍ଭାବନା ରହିଛି। କାରଣ ଟିକିଏ ଅସାବଧାନତା ହୁଏତ ଆପଣଙ୍କୁ ଅନେକ ଅସୁବିଧାରେ ପକାଇପାରେ। ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଆଖିରୁ ଡାକ୍ତର ଗୋଟିଏ ନୁହେଁ ଦୁଇଟି ନୁହେଁ ଏକାବେଳେ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିଛନ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ୍‌ ହୋଇଛି।

Advertisment

ମହିଳାଙ୍କ ଆଖିରୁ ଗୋଟିଏ ପରେ ଗୋଟିଏ କଣ୍ଟାକ୍ଟ ଲେନ୍ସ ବାହାର କରାଯାଉଥିବା ଦେଖିବାକୁ ମିଳିଛି। ପ୍ରକୃତରେ ମହିଳା ଜଣକ ରାତିରେ ଶୋଇବା ପୂର୍ବରୁ କଣ୍ଟାକ୍ସ ଲେନ୍ସ କାଢ଼ିବା ପାଇଁ ଭୁଲି ଯାଇଥିଲେ। ଲଗାତାର ୨୩ ଦିନ ଧରି ସେ ଏଭଳି କରିଥିଲେ। 

Advertisment

ଡାକ୍ତର କ୍ୟାଟରିନା କୁର୍ତ୍ତିଭା ସେପ୍ଟେମ୍ବର ୧୩ରେ ଇନଷ୍ଟାଗ୍ରାମ ପେଜ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ ମହିଳାଙ୍କ ଆଖିରୁ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରାଯାଉଛି। ଏଥିସହ କଣ୍ଟାକ୍ଟ ଲେନ୍ସ ପିନ୍ଧି ରାତିରେ ନ ଶୋଇବାକୁ ଡାକ୍ତର କୁର୍ତ୍ତିଭା ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ‘ଏହା ଏକ ବିରଳ ଘଟଣା ଯେ, ଜଣେ କଣ୍ଟାକ୍ଟ ଲେନ୍ସ ବାହାର ନ କରି ରାତିରେ ଶୋଇ ପଡ଼ିବେ ଓ ପୁଣି ତା’ପରଦିନ ସକାଳେ ନୂଆ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବେ। ତା’ବି ପୁଣି ଲଗାତାର ୨୩ ଦିନ ଧରି ଏଭଳି କରିବା ! 

ସମ୍ପୃକ୍ତ ମହିଳାଙ୍କ ଆଖିରୁ ଡାକ୍ତର ଏକାବେଳେ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିବା ପରେ ଆଗକୁ ଆଉ କଣ୍ଟାକ୍ଟ ଲେନ୍ସ ବଦଳରେ ଚଷମା ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି। 

Advertisment
Contact Lenses Viral Video Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ