Couple ties the knot again
ହୃଦଘାତ ଯୋଡ଼ିଲା ହୃଦୟ, ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ସ୍ୱାମୀ ସ୍ତ୍ରୀ । ବାହାଘରକୁ ବର୍ଷେ ହୋଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖା ଦେଲା । ଏଣୁ ପରସ୍ପର ଅଲଗା ହେବାକୁ ବାଟ ବାଛି ନେଲେ । ଛାଡ଼ପତ୍ର ପାଇଁ ଆବେଦନ କଲେ । ଦୀର୍ଘ ପାଞ୍ଚ ବର୍ଷ ପରେ ଛାଡ଼ପତ୍ର ମଧ୍ୟ ମିଳିଗଲା । ଆଇନତଃ ପରସ୍ପରଠାରୁ ଅଲଗା ହୋଇ ସାରିଥିଲେ ସ୍ୱାମୀ ସ୍ତ୍ରୀ ।
କିଛି ବର୍ଷ ବିତି ଗଲା । ସ୍ୱାମୀଙ୍କର ହୃଦଘାତର ଖବର ପାଇଲେ ସ୍ତ୍ରୀ । ଗତ ଅଗଷ୍ଟରେ ହୃଦଘାତରେ ବିନୟଙ୍କର ଓପନ ହାର୍ଟ ସର୍ଜରୀ କରା ଯାଇଥିଲା । ଏ ଖବର ସ୍ତ୍ରୀଙ୍କ ପାଖରେ ପହଞ୍ଚିଲା । ଆଉ ଥୟ ଧରି ରହି ପାରିଲେନି ସ୍ତ୍ରୀ । ଛୁଟି ଆସିଲେ ସ୍ୱାମୀଙ୍କ ପାଖକୁ । ସେବା ଶୁଶ୍ରୁସା କରି ଭଲ କଲେ । ଯାହା ମନ କରି ପାରିନଥିଲା, ତାହା ହୃଦଘାତ କରି ଦେଖାଇ ଦେଲା ।
ପ୍ରେମ ମଞ୍ଜିର ଅଙ୍କୁରୋଦଗମ ହେଲା । ପୁଣି ଥରେ ଉଭୟ ପରସ୍ପରକୁ ମନ୍ଦିରରେ ବିବାହ କଲେ । ଏପରି ରୋମାଞ୍ଚକର ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦ ସହରରେ । ଗାଜିଆବାଦ କୋସମ୍ବି ଅଞ୍ଚଳର ବିନୟ ଓ ପୂଜା ୨୦୧୨ ମସିହାରେ ବିବାହ କରିଥିଲେ । ବିବାହର ମାତ୍ର ବର୍ଷେ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଗଲା । ଫଳରେ ସେମାନେ ବିଚ୍ଛେଦ ହେବାକୁ ନିଷ୍ପତ୍ତି ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ।
ଦୀର୍ଘ ୫ ବର୍ଷର ଲଢ଼େଇ ପରେ ଉଭୟଙ୍କୁ ଛାଡ଼ପତ୍ର ମିଳି ଯାଇଥିଲା । କିନ୍ତୁ ପରେ ହୃତଘାତ ଖବର ପାଇବା ପରେ ଗତ ୨୩ ତାରିଖରେ ଉଭୟ ପୁଣି ଥରେ ଆର୍ଯ୍ୟସମାଜରେ ବିବାହ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701347409.jpg)