କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କଲେ ବିରୋଧି, ଗୃହ ମୁଲତବି

ଉତ୍ତରପ୍ରଦେଶ ଲଖିମପୁର ଖେରି ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବିରେ ସଂସଦରେ ହଟ୍ଟଗୋଳ ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀଙ୍କ ହୋହଲ୍ଲା ଦେଖିବାକୁ ମିଳିଛି ଫଳରେ ଲୋକସଭାକୁ ବାଚସ୍ପତି ମୁଲତବି ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ।

Union minister Ajay Mishra

News Summary

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବିରେ ସଂସଦରେ ହଟ୍ଟଗୋଳ 

ନୂଆଦିଲ୍ଲୀ: ସକାଳେ ଗୃହକାର୍ଯ୍ୟ ଆରମ୍ଭ କ୍ଷଣି ବିରୋଧୀ ଦଳ ପକ୍ଷରୁ ଲଖିମପୁର ଖେରି ଘଟଣାକୁ ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରିଥିଲେ । ଲଖିମପୁର ଖେରିରେ ଚାଷୀଙ୍କୁ ହତ୍ୟା କରାଯିବା ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କର ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା ବୋଲି ତଦନ୍ତ ରିପୋର୍ଟ ଆସିବା ପରେ ଲୋକସଭାରେ ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଲୋଚନା ପ୍ରସ୍ତାବ ଦେଇଥିଲେ ।

ଏହାକୁ ନେଇ ଗୃହରେ ହୋ ହଲ୍ଲା ହୋଇଥିଲା ଫଳରେ ଲୋକସଭାକୁ ଅପରାହ୍ଣ ୨ଟା ଯାଏ ମୁଲତବି ଘୋଷଣା କରାଯାଇଛି । ଆଲୋଚନା ପ୍ରସ୍ତାବ ରଖି ରାହୁଲ ଗାନ୍ଧି କହିଛନ୍ତି ଯେ, ଏସ୍ଆଇଟି ତଦନ୍ତ ରିପୋର୍ଟ ଆସିବା ପରେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ଅଜୟ ମିଶ୍ରାଙ୍କୁ ତୁରନ୍ତ ବହିଷ୍କାର କରାଯିବା ଉଚିତ । ଏହାସହ ଘଟଣାରେ ପୀଡ଼ିତଙ୍କ ପରିବାରକୁ ସରକାର ନ୍ୟାୟ ଦିଅନ୍ତୁ ବୋଲି ରାହୁଲ କହିଛନ୍ତି । ଲଖିମପୁର ଖେରିରେ ଆନ୍ଦୋଳନ ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା

ସୂଚନା ଅନୁସାରେ କୃଷକଙ୍କ ଉପରେ ଏସ୍‌ୟୁଭି ଚଢାଇ ଦେବା ଅଭିଯୋଗରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ପିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । ଆଶିଷ ମିଶ୍ରଙ୍କ ସମେତ ୧୪ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ କୃଷକ ଅଛନ୍ତି।