Advertisment

ମୀରାବାଈଙ୍କୁ ଦିଗ୍‌ବିଜୟଙ୍କ ଶୁଭେଚ୍ଛା ବାର୍ତ୍ତା ଦେଖି ୟୁଜର୍ସ କହିଲେ ‘ ଶେଷରେ ଚାଚାଙ୍କ ନିଦ ଭାଙ୍ଗିଲା’

ଟୋକିଓ ଅଲମ୍ପିକରେ ୱେଟ ଲିଫ୍‌ଟିଂରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁଙ୍କୁ ଦୁଇଦିନ ପରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ। ଏପରି ବିଳମ୍ବିତ ଶୁଭେଚ୍ଛାବାର୍ତ୍ତାକୁ ନେଇ ସୋଶାଲ ମିଡିଆରେ ବେଶ ଟ୍ରୋଲ ହୋଇଛନ୍ତି କଂଗ୍ରେସ ନେତା।

ମୀରାବାଈଙ୍କୁ ଦିଗ୍‌ବିଜୟଙ୍କ ଶୁଭେଚ୍ଛା ବାର୍ତ୍ତା ଦେଖି ୟୁଜର୍ସ କହିଲେ ‘ ଶେଷରେ ଚାଚାଙ୍କ ନିଦ ଭାଙ୍ଗିଲା’

‌Digvijaya Singh congrats Mirabai Chanu after two days

Advertisment

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଟୋକିଓ ଅଲମ୍ପିକରେ ୱେଟ ଲିଫ୍‌ଟିଂରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁଙ୍କୁ ଦୁଇଦିନ ପରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏପରି ବିଳମ୍ବିତ ଶୁଭେଚ୍ଛାବାର୍ତ୍ତାକୁ ନେଇ ସୋଶାଲ ମିଡିଆରେ ବେଶ ଟ୍ରୋଲ ହୋଇଛନ୍ତି କଂଗ୍ରେସ ନେତା। ଏକପ୍ରକାର ଉପହାସର ପାତ୍ର ହୋଇ ଯାଇଛନ୍ତି। 
ଟୋକିଓ ଅଲମ୍ପିକ୍‌ରେ ମୀରାବାଈ ଚାନୁ ମହିଳା ୱେଟ ଲିଫ୍‌ଟିଂରେ ୪୯ କେଜି ବର୍ଗରେ କ୍ଲିନ ଏବଂ ଜର୍ଗରେ ୧୧୫ କେଜି ଏବଂ ସ୍ନେଚ୍‌ରେ ୬୭ କିଗ୍ରାକୁ ମିଶାଇ ୨୦୨ କେଜି ଓଜନ ଉଠାଇ ସିଲ୍‌ଭର ପଦକ ହାତେଇଛନ୍ତି। ମୀରାବାଈ ଏହି ପଦକ ଜୁଲାଇ ୨୪ ଅର୍ଥାତ୍‌ ଶନିବାର ଦିନ ହାସଲ କରିଥିଲେ। ହେଲେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଆଜି ଟ୍ୱିଟ କରି ମୀରାବାଈଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ‘ଶୁଭେଚ୍ଛା’। ସେ ଆହୁରି ଲେଖିଛନ୍ତି, ତୁମ ପାଇଁ ଆମେ ଗର୍ବିତ। ଏହା ତଳେ ମୀରାବାଈ  ମେଡାଲ ଜିତିଥିବା କଥା ଉଲ୍ଲେଖ ରହିଛି।
ଦିଗ୍‌ବିଜୟଙ୍କର ଏହି ଟ୍ୱିଟ ଉପରେ କିଛି ୟୁଜର୍ସ ବେଶ ମଜାଳିଆ କମେଣ୍ଟ ଦେଇଛନ୍ତି। ୨ ଦିନ ପରେ ଏପରି ଶୁଭେଚ୍ଛଶ ବାର୍ତ୍ତାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସୋଶିଆଲ ମିଡିଆରେ ତାଙ୍କର ମଜାକ ଉଡ଼ାଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ ଚାଚା, ଆପଣଙ୍କ ନିଦ ଭାଙ୍ଗିଲା !’ 
ଅନ୍ୟଜଣେ ଇଂରାଜୀରେ ପ୍ରତିକ୍ରିୟା ଦେଇ କହିଛନ୍ତି, ବହୁତ ଶୀଘ୍ର ଆପଣ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଅନ୍ୟଜଣେ ‘ବହୁତ୍‌ ଜଲ୍‌ଦି ଉଠିଲେ’ ବୋଲି ଲେଖିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ତାଙ୍କୁ ଦୁଇ ଦିନ ପରେ ଜଣାପଡ଼ିଲା ଯେ, ଦେଶର ଜଣେ ମହିଳା ଅଲମ୍ପିକ୍‌ରେ ଦେଶ ପାଇଁ ସିଲଭର ମେଡାଲ ଜିତିଛନ୍ତି।’
ସୂଚନାଥାଉ କି,  ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ପ୍ରଥମ ଦିନରେ ପ୍ରଥମ ରୌପ୍ୟ ପଦକ ଜିତିଛନ୍ତି ଏହି ସାଇଖୋମ୍‌ ମୀରାବାଈ ଚାନୁ । ସେ ନଙ୍ଗପୋକ୍‌ କାକ୍‌ଚିଂ, ଇମ୍ଫାଲ ଇଷ୍ଟ ମଣିପୁରର ଝିଅ ।  ୨୬ ବର୍ଷ ବୟସ୍କ ଏହି ଖେଳାଳୀଙ୍କ ନାଁରେ ରହିଛି ଅନେକ ରେକର୍ଡ । ଜାତୀୟ ରକେର୍ଡ ଠାରୁ ଆରମ୍ଭ କରି ଅନେକ ବିଶ୍ୱ ରେକର୍ଡର ଅଧିକାରୀ ସେ । ୮ ଅଗଷ୍ଟ ୧୯୯୪ରେ ତାଙ୍କର ଜନ୍ମ ।  

Advertisment

ମୀରାବାଈ ୨୦୧୪ ପରଠାରୁ ସବୁବେଳେ ଆନ୍ତର୍ଜାତୀୟ ଇଭେଣ୍ଟରେ ନିଜର ଅସ୍ଥିତ୍ୱ ଜାହିର କରି ଅସିଛନ୍ତି । ପ୍ରଥମେ ୪୮ କେଜି ବର୍ଗରେ ଭାରଉତ୍ତୋଳନରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଟାଇଟାଲ ହାସଲ କରିବା ସହ କମନ୍‌ ୱେଲ୍ଥ ଗେମ୍‌ସରେ ଅନେକ ମେଡାଲ ନିଜ ନାଁରେ କରିଥିଲେ । ଏମିତିକି ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ପୁରଷ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ଖେଳ ପାଇଁ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ପୁରଷ୍କାର ଦିଆଯାଇଥିଲା । ଖାଲି ସେତିକି ନୁହେଁ ୨୦୧୮ରେ ତାଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରଷ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଭାରତ ସରକାରଙ୍କ ପକ୍ଷରୁ ଏହି ପୁରଷ୍କାର ପ୍ରଦାନ କରାଯାଇଥିଲା ।

Advertisment
Tokyo Olympics 2020 Senior Congress Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ