Advertisment

ମୃତ୍ୟୁକୁ ଆମନ୍ତ୍ରଣ କରି ପୋଲିସ୍‌ ଅଧିକାରୀଙ୍କୁ ହତ୍ୟା ! ଡାଏରୀରେ ଲେଖିଛନ୍ତି- ‘ପ୍ରିୟ ମୃତ୍ୟୁ...’

ଜମ୍ମୁ-କାଶ୍ମୀର ପୋଲିସ୍‌ ମହାନିର୍ଦ୍ଦେଶକ(ଜେଲ୍‌) ହେମନ୍ତ ଲୋହିଆଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହେମନ୍ତ ଲୋହିଆଙ୍କୁ ତାଙ୍କ ଘରୋଇ ସହାୟକ ୟାସିର୍‌ ଅହମ୍ମଦ(୩୬) ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
Diary Of Cop's Killer In Jammu

Diary Of Cop's Killer In Jammu

Advertisment

ଜାମ୍ମୁ କାଶ୍ମୀର ଜେଲ୍ ଡିଜି ହେମନ୍ତ କୁମାର ଲୋହିଆ ହତ୍ୟା ଘଟଣାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ, ଡିଜି ଲୋହିଆଙ୍କ ଘରୋଇ ସହାୟକ ୟାସିର ଅହମ୍ମଦ ଗିରଫ, ଘଟଣା ପରଠୁ ଫେରାର ଥିଲା ୟାସିର, ପୋଲିସର ଜେରା ଆରମ୍ଭ, ପୂର୍ବରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର ସହ ଡାଏରୀ ଜବତ କରିଥିଲା ପୋଲିସ

Advertisment

ଜମ୍ମୁ-କାଶ୍ମୀର(Jammu Kashmir) ପୋଲିସ୍‌ ମହାନିର୍ଦ୍ଦେଶକ(ଜେଲ୍‌) ହେମନ୍ତ ଲୋହିଆ (Hemant Lohia)ଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରକ୍ତାକ୍ତ ଅବସ୍ଥାରେ ଜମ୍ମୁ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେମନ୍ତ ଲୋହିଆଙ୍କୁ ତାଙ୍କ ଘରୋଇ ସହାୟକ ୟାସିର୍‌ ଅହମ୍ମଦ(୩୬) ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେମନ୍ତଙ୍କ ଘରେ ୟାସିର୍‌ ସହାୟକ ଭାବେ କାମ କରୁଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୟାସିର୍‌କୁ ପୋଲିସ୍‌ ଗିରଫ କରିଛି। ଘଟଣା ପରଠୁ ସେ ଫେରାର ଥିଲା।

ଏସବୁ ଭିତରେ ପୋଲିସ୍‌ ହାତରେ ୟାସିର୍‌ଙ୍କ ଏକ ଡାଏରୀ ଲାଗିଛି। ଯେଉଁଥିରେ ସେ ଡିପ୍ରେସନରେ ଥିବା ଜଣାପଡ଼ିଛି। ଏହାସହ ଡାଏରୀରୁ ଅନେକ କିଛି ଖୁଲାସା ହୋଇଛି। ୟାସିର୍‌ ଡାଏରୀରେ ଲେଖିଥିବା କିଛି ଲେଖା ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, ସେ ଖୁସିରେ ନଥିଲେ। ତାଙ୍କ ଜୀବନରେ ଅନେକ ଦୁଃଖକଷ୍ଟ ରହିଛି। ଏକ ନୋଟ୍‌ରେ ୟାସିର୍‌ ଲେଖିଛନ୍ତି, ‘ପ୍ରିୟ ମୃତ୍ୟୁ, ମୋ ପାଖକୁ ଆସ(“Dear death, Come Into My life”)। ସେହପରି ଆଉ ଏକ ନୋଟ୍‌ରେ ସେ ଲେଖିଛନ୍ତି, ‘ମୋତେ କ୍ଷମା କରିବ, ମୋ ଜୀବନରେ ବର୍ତ୍ତମାନ ଖରାପ ଦିନ, ସପ୍ତାହ, ମାସ ଓ ବର୍ଷ ଚାଲିଛି("I'm sorry I am having bad day, week, month, year, life")। 

Advertisment

ଖାଲି ଏତିକି ନୁହେଁ ୟାସିର୍‌ ଡାଏରୀରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘"Bhula dena mujhe" (ମୋତେ ଭୁଲି ଯାଅ), ମୁଁ ମୋ ଜୀବନକୁ ଘୃଣା କରେ("I hate my life"), "Love 0%, Tension 90%, Sad 99%, Fake Smile 100%”...ଇତ୍ୟାଦି। ଆଉ ଏକ ନୋଟ୍‌ରେ ସେ ଲେଖିଛନ୍ତି, ‘ଯେମିତି ମୁଁ ମୋ ଜୀବନରେ ବଞ୍ଚୁଛି, ଏଥିରେ ମୋର କୌଣସି ଅସୁବିଧା ନାହିଁ...ଆଗକୁ କ’ଣ ହେବ, ତାହା ହିଁ ଅସୁବିଧା’। 

Diary Of Cop's KillerDiary Of Cop's Killer

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା, ହେମନ୍ତ ଲୋହିଆଙ୍କ ମୃତ୍ୟୁ ପଛରେ ଆତଙ୍କବାଦୀଙ୍କ ହାତ ରହିଛି। ହେଲେ ଏହି ସମ୍ଭାବନାକୁ ପୋଲିସ୍‌ ଏଡ଼ାଇ ଦେଇଛି। ହେମନ୍ତଙ୍କ ଘରେ କାମ କରୁଥିବା ସହାୟକ ୟାସିର୍‌ଙ୍କ ଉପରେ ପୋଲିସ୍‌ର ସନ୍ଦେହ ସୃଷ୍ଟି ହୋଇଛି। ଯିଏକି ଏବେ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି।

Advertisment
Jammu And Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ