Advertisment

DGCA Advisory: ଅହମ୍ମଦାବାଦ ଦୁର୍ଘଟଣା ପରେ ଚେତା ପଶିଲା, ବିମାନ ଉଡ଼ାଣ ପୂର୍ବରୁ ହେବ ଏହିସବୁ ଯାଞ୍ଚ...

ଅହମ୍ମଦାବାଦ ଦୁର୍ଘଟଣା ପରେ DGCAର ନିର୍ଦ୍ଦେଶନାମା । ବିମାନ ଉଡ଼ାଣ ପୂର୍ବରୁ ଇନ୍ଧନ ପାରାମିଟର୍ ମନିଟରିଂ ହେବ । କ୍ୟାବିନ୍ ଏୟାର କମ୍ପ୍ରେସର୍ ଓ ସମ୍ପୃକ୍ତ ସିଷ୍ଟମର ବି ଯାଞ୍ଚ ହେବ। ଏହାସହ ଇଲେକ୍ଟ୍ରୋନିକ୍ ଇଞ୍ଜିନ ନିୟନ୍ତ୍ରଣ ସିଷ୍ଟମର ପରୀକ୍ଷା ଏବଂ ଟେକ୍ -ଅଫ୍ ପାରାମିଟରର ବି ରିଭ୍ୟୁ ହେବ ।

ଅଦ୍ୟତନ ହୋଇଛି
DGCA Advisory

DGCA Advisory

Advertisment

ଅହମ୍ମଦାବାଦ ଦୁର୍ଘଟଣା ପରେ ଚେତା ପଶିଲା । ଏଣିକି ସବୁ ବୋଇଂର ହେବ ସୁରକ୍ଷା ଯାଞ୍ଚ। ଏୟାର ଇଣ୍ଡିଆର ସମସ୍ତ ବୋଇଂ ବିମାନର ସୁରକ୍ଷା ଯାଞ୍ଚ ପାଇଁ DGCA ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅହମ୍ମଦାବାଦ ଦୁର୍ଘଟଣା ପରେ DGCAର ନିର୍ଦ୍ଦେଶନାମା ଆସିଛି । ବିମାନ ଉଡ଼ାଣ ପୂର୍ବରୁ ଇନ୍ଧନ ପାରାମିଟର୍ ମନିଟରିଂ କରାଯିବ ଓ କ୍ୟାବିନ୍ ଏୟାର କମ୍ପ୍ରେସର୍ ଓ ସମ୍ପୃକ୍ତ ସିଷ୍ଟମର ବି ଯାଞ୍ଚ ହେବ। ଇଲେକ୍ଟ୍ରୋନିକ୍ ଇଞ୍ଜିନ ନିୟନ୍ତ୍ରଣ ସିଷ୍ଟମର ମଧ୍ୟ ପରୀକ୍ଷା ହେବ ଏବଂ ଟେକ୍ -ଅଫ୍ ପାରାମିଟରର ବି ରିଭ୍ୟୁ କରାଯିବାକୁ ନିଷ୍ପତ୍ତି ହୋଇଛି।

Advertisment

ସେପଟେ ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ଗଠନ କରିଛି ଏକ ଉଚ୍ଚସ୍ତରୀୟ ମଲ୍ଟି ଡିସିପ୍ଲିନାରୀ କମିଟି । କେମିତି ହେଲା ବିମାନ AI-171ର ଦୁର୍ଘଟଣା ଏହି କମିଟି ତଦନ୍ତ କରିବ । ଏସଓପି କ'ଣ ପାଳନ ହୋଇଥିଲା ଏନେଇ ଅନୁଧ୍ୟାନ କରିବ କମିଟି । ଏମିତିକି ଆଗକୁ କିଭଳି ଦୁର୍ଘଟଣାକୁ ଏଡାଇ ହେବ, ସେନେଇ କମିଟି ମଧ୍ୟ ଏସଓପିରେ କିଛି ପରିବର୍ତ୍ତନ ଆଣିପାରେ । ହେଲେ କମିଟି ଅନ୍ୟ କୌଣସି ଦିଗରେ ତଦନ୍ତ କରିବ ନାହିଁ । ମୁଖ୍ୟତଃ ଏସଓପି ଉପରେ ଫୋକସ କରିବ ଏହି କମିଟି । 

ଅଧିକ ପଢନ୍ତୁ:  ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ ତ୍ରୁଟି, ଗୁମର ଖୋଲିବ ବ୍ଲାକ ବକ୍ସ

Advertisment
DGCA Advisory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ