Advertisment

Vrindavan Banke Bihari Temple Viral Video: ଶ୍ରୀକୃଷ୍ଣଙ୍କ ଚରଣାମୃତ ଭାବି ଭକ୍ତ ପିଇଗଲେ AC ପାଣି; ଦେଖନ୍ତୁ ଭିଡିଓ

ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନରୁ ଏକ ଚକିତ କରିଦେବା ଭଳି ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ କିଛି ଲୋକ ବାଙ୍କେ ବିହାରୀଙ୍କ ମନ୍ଦିରର ପଛ ପାର୍ଶ୍ୱରୁ ପାଣି ଗଳୁଥିବା ଦେଖି ଏହାକୁ ଶ୍ରୀକୃଷ୍ଣଙ୍କ ଚରଣାମୃତ ବୋଲି ଭାବି ପିଇ ନେଇଛନ୍ତି। କିନ୍ତୁ ବାସ୍ତବରେ ଏହା ଏସିର ପାଣି ।

ଅଦ୍ୟତନ ହୋଇଛି
Vrindavan Banke Bihari Temple Viral Video: Devotees drink AC water

Viral Video: Devotees drink AC water

Advertisment

ଆମେ ଭଗବାନଙ୍କୁ ମାନୁ। ବିଶ୍ୱାସରେ ପ୍ରସାଦ ବି ସେବନ କରୁ। ହେଲେ କିଛି ଲୋକ ଅନ୍ଧ ଭଳି ସବୁ ଅନ୍ଧବିଶ୍ୱାସକୁ ମାନି ନିଅନ୍ତି। ଯେଉଁଥିପାଇଁ ଅନେକ ସମୟରେ ସେମାନେ ଅସୁବିଧାରେ ବି ପଡନ୍ତି। ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନରୁ ଏକ ଚକିତ କରିଦେବା ଭଳି ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ କିଛି ଲୋକ ବାଙ୍କେ ବିହାରୀଙ୍କ ମନ୍ଦିରର ପଛ ପାର୍ଶ୍ୱରୁ ପାଣି ଗଳୁଥିବା ଦେଖି ଏହାକୁ ଶ୍ରୀକୃଷ୍ଣଙ୍କ ଚରଣାମୃତ ବୋଲି ଭାବି ପିଇ ନେଇଛନ୍ତି। ଯାହାକି ବାସ୍ତବରେ ଏସିର ପାଣି ।

Advertisment

ଏହି ଭିଡିଓରେ କିଛି ଲୋକ ମନ୍ଦିରର ପଛ ପାର୍ଶ୍ୱରୁ ପାଣି ଗଳୁଥିବା ଦେଖିଥିଲେ। ଏହାକୁ ସେମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣାମୃତ ବୋଲି ଭାବୁଛନ୍ତି। କିଛି ଲୋକ ସେମାନଙ୍କୁ ମଧ୍ୟ କହୁଛନ୍ତି ଯେ ଏହା ଚରଣାମୃତ ନୁହେଁ, ବରଂ ଏସିର ଡିସଚାର୍ଜ ଜଳ । ଏହା ସତ୍ତ୍ୱେ ମଧ୍ୟ ସେମାନେ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଏପରିକି ଏହି ପାଣିକୁ ସେମାନେ କପ୍ ଏବଂ ଅନ୍ୟାନ୍ୟ ପାତ୍ରରେ ସଂଗ୍ରହ କରି ଘରକୁ ନେଇଯାଉଛନ୍ତି। ଏହି ଭିଡିଓଟି ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: Viral Video: ବାହାରେ ଶୋଇଥିଲେ ମହିଳା, ହଠାତ୍ ସାପ ଆସି ଚଢ଼ିଲା, ଆଉ ତା’ ପରେ…

Advertisment

ମଥୁରା-ବୃନ୍ଦାବନରେ ବାଙ୍କେ ବିହାରୀଙ୍କ ମନ୍ଦିର ବହୁତ ପୁରୁଣା। ବର୍ଷା ଜଳ ନିଷ୍କାସନ ପାଇଁ ମନ୍ଦିରର ପ୍ରଥମ ମହଲାରେ ଡ୍ରେନ୍ ଅଛି । ଏହି ଡ୍ରେନଗୁଡ଼ିକର ମୁଖ ହାତୀର ମୁଖ ପରି। ମନ୍ଦିରରେ ଏସି ମଧ୍ୟ ଲଗାଯାଇଛି । ତେଣୁ, ଏସିରୁ ନିର୍ଗତ ଜଳ ଏହି ଡ୍ରେନ୍ ମାଧ୍ୟମରେ ବାହାର କରାଯାଏ । ତେବେ ମନ୍ଦିରକୁ ଭଗବାନଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତ ଜଳକୁ ବାଙ୍କେ ବିହାରୀଙ୍କ ଚରଣାମୃତ କହିବା ଆରମ୍ଭ କରିଥିଲେ। ତାଙ୍କୁ ଦେଖି ଅନ୍ୟ ଭକ୍ତମାନେ ମଧ୍ୟ ପ୍ରାର୍ଥନା କରିବା ଆରମ୍ଭ କଲେ। ସେବେଠାରୁ ଏହା ଏକ ପରମ୍ପରା ହୋଇଗଲା ।

Advertisment

ବର୍ତ୍ତମାନ, ବାଙ୍କେ ବିହାରୀ ଜୀଙ୍କର ଦର୍ଶନ ପାଇଁ ଯାଉଥିବା ଭକ୍ତ ଏହି ଜଳକୁ ଚରଣାମୃତ ବୋଲି ଭାବନ୍ତି । ଅନେକ ସମୟରେ ଲୋକମାନେ ଏହି ଜଳକୁ ଏକ କପ୍, କିମ୍ବା ଅନ୍ୟ ପାତ୍ରରେ ସଂଗ୍ରହ କରି ନିଜ ଘରକୁ ନେଇଯାଆନ୍ତି । ଯଦିଓ ଅନେକ ଥର ସ୍ଥାନୀୟ ଲୋକ ଭକ୍ତମାନଙ୍କୁ ଏହା ବୁଝାଇବା ପାଇଁ ଚେଷ୍ଟା କରିଥିଲେ, ତଥାପି ଭକ୍ତମାନେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ଏହି ପାଣି ନେବା ପାଇଁ ଭକ୍ତମାନଙ୍କର ଏକ ଲମ୍ବା ଧାଡି ଲାଗିଛି। ତେବେ ଭିଡିଓ ଭାଇରାଲ ହେବା ପରେ ମନ୍ଦିରର ପୁରୋହିତମାନେ ଲୋକଙ୍କୁ ନିବେଦନ କରିଛନ୍ତି। ଭକ୍ତମାନଙ୍କୁ ଏହାକୁ ନପିଇବାକୁ ନିବେଦନ କରିଛନ୍ତି।

ତେବେ ବଙ୍କେ ବିହାରୀ ମନ୍ଦିର ହେଉଛି ଦେଶର ଏକ ଲୋକପ୍ରିୟ ମନ୍ଦିର। ଏଠାରେ ଠାକୁରଜୀଙ୍କର ଦର୍ଶନ ପାଇବା ପାଇଁ ପ୍ରତିଦିନ ୧୦ ରୁ ୧୫ ହଜାର ଭକ୍ତ ମନ୍ଦିରକୁ ଆସନ୍ତି। ଏଥି ସହିତ, କୌଣସି ପର୍ବପର୍ବାଣୀ ସମୟରେ ଭକ୍ତଙ୍କ ସଂଖ୍ୟା ୨୦ ରୁ ୨୫ ହଜାରକୁ ବୃଦ୍ଧି ପାଇଥାଏ ।

ଅଧିକ ପଢ଼ନ୍ତୁ: Viral Video: ଦୀପାବଳି ପାଇଁ ସଫା କରୁଥିଲେ ଘର, ମିଳିଲା ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍‌

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ