ତିରୁପତିଙ୍କ ପ୍ରସାଦ ନେଇ ପୁଣି ଅଭିଯୋଗ ଆଣିଲେ ଭକ୍ତ, କହିଲେ…

ଜଣେ ଭକ୍ତମାନେ ଏବେ ଦାବି କରିଛନ୍ତି ଯେ ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିରରେ ସେମାନଙ୍କୁ ଦିଆଯାଇଥିବା ପ୍ରସାଦରେ ପୋକ ମିଳିଛି ।

Tirupati Temple

ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ମଧ୍ୟରେ ଆଉ ଜଣେ ଭକ୍ତ ଏକ ବଡ଼ ଦାବି କରିଛନ୍ତି । ଜଣେ ଭକ୍ତମାନେ ଏବେ ଦାବି କରିଛନ୍ତି ଯେ ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିରରେ ସେମାନଙ୍କୁ ଦିଆଯାଇଥିବା ପ୍ରସାଦରେ ପୋକ ମିଳିଛି । ତେବେ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଏଭଳି ଦାବିକୁ ଖାରଜ କରିଦେଇଛି ।

ଗତ ବୁଧବାର ଏଭଳି ଘଟଣା ଦେଖିବାକୁ ମିଳିଛି । ନାମ ଗୋପନ ରଖିବାକୁ ଜଣେ ଭକ୍ତ କହିଛନ୍ତି ଯେ, ‘ଏହା ଗ୍ରହଣୀୟ ନୁହେଁ ଏବଂ ଟିଟିଡି କର୍ତ୍ତୃପକ୍ଷଙ୍କ ଅବହେଳାକୁ ପ୍ରତିଫଳିତ କରୁଛି । ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ’ ।

ନିଜର ଅଭିଜ୍ଞତା ବାଣ୍ଟି ଚନ୍ଦୁ ନାମକ ଜଣେ ଭକ୍ତ କହିଛନ୍ତି, ମୁଁ ୱାରଙ୍ଗାଲରୁ ଦର୍ଶନ ପାଇଁ ଆସିଥିଲି । ମୁଁ ମୁଣ୍ଡନ କରିବା ପରେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲି । କିନ୍ତୁ ଭୋଜନ ସମୟରେ ପ୍ରସାଦରେ ଏକ ପୋକ ଦେଖିବାକୁ ପାଇଥିଲି । ଏନେଇ ମୁଁ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ କହିଥିଲି, କିନ୍ତୁ ସେମାନଙ୍କ ଯାହା ପ୍ରତିକ୍ରିୟା ରଖିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା ବୋଲି ଭକ୍ତଜଣକ କହିଥିଲେ । ସେମାନେ କହିଥିଲେ ବେଳେବେଳେ ଏହା ଘଟେ ।

ତେବେ ଏହି ଘଟଣାର ଫଟୋ, ଭିଡିଓ ଉତ୍ତୋଳନ କରିବା ପରେ ଅଧିକାରୀମାନେ ମୋ ପାଖକୁ ଆସି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ପ୍ରସାଦ ସେବନ ପାଇଁ ବ୍ୟବହୃତ ହେଉଥିବା ପତ୍ରରୁ ଏହି ପୋକ ଆସିଛି ବୋଲି ସେମାନେ କହିଥିଲେ । ତେବେ ଏହି ଅବହେଳା ଗ୍ରହଣୀୟ ନୁହେଁ । ଯଦି ପିଲାମାନେ କିମ୍ବା ଅନ୍ୟମାନେ ଏହି ଦୂଷିତ ଖାଦ୍ୟ ଖାଆନ୍ତି ଆଉ ଅସୁବିଧାରେ ପଡ଼ନ୍ତି ଏଥିପାଇଁ କିଏ ଦାୟୀ ରହିବେ ବୋଲି ଚନ୍ଦୁ କହିଛନ୍ତି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର କର୍ମଚାରୀମାନେ ସେମାନଙ୍କୁ ଅପମାନିତ ଓ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ବୋଲି ଭକ୍ତ ଅଭିଯୋଗ କରିଛନ୍ତି । ଚନ୍ଦୁ ଆହୁରି କହିଛନ୍ତି, ‘ସେମାନେ ଆମକୁ ଘଉଡ଼ାଉଥିଲେ। ଏଭଳି ଘଟଣା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍’ ।

ପ୍ରସାଦରେ ପୋକ ଥିବା ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହି ଭକ୍ତଙ୍କ ଅଭିଯୋଗକୁ ଟିଟିଡି ଦୃଢ଼ ଭାବେ ପ୍ରତ୍ୟାଖାନ କରିଛି । ପ୍ରତିଦିନ ହଜାର ହଜାର ଭକ୍ତଙ୍କ ପାଇଁ ଫ୍ରେସ୍‌ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ । ପ୍ରସାଦରେ ପୋକ୍‌ ପଡ଼ିବା ସମ୍ଭବ ନୁହେଁ ବୋଲି ଟଟିଡି ପକ୍ଷରୁ କୁହାଯାଇଛି ।