Advertisment

Punjab Bachelor: ବିଦେଶ ଯିବା ନିଶାରେ ଯୁବକ ଫସିଗଲେ, ମହିଳା ଲକ୍ଷ ଲକ୍ଷ ଟଙ୍କା ନେଇ ପାର୍

ଯୁବକମାନଙ୍କୁ ବିଦେଶୀ ମହିଳାମାନଙ୍କ ସହ ବିବାହର ପ୍ରସ୍ତାବ ଦିଆଯାଉଥିଲା । ଯାହା ଦ୍ୱାରା ସେମାନେ ବିଦେଶରେ ସ୍ଥାୟୀ ଭାବେ ରହିବାର ସୁଯୋଗ ପାଇବେ ବୋଲି କୁହାଯାଉଥିଲା। ଏହି ପ୍ରସ୍ତାବ ଅନୁଯାୟୀ ଯୁବକମାନଙ୍କୁ ବିବାହ ପ୍ରକ୍ରିୟା, ଭିସା ପ୍ରୋସେସିଂ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ମୋଟା ଅଙ୍କର ଟଙ୍କା ଦାବି କରାଯାଉଥିଲା।

Cheating

Cheating

Advertisment

ବିଦେଶରେ ରହିବା ଓ ନିଜ ଜୀବନକୁ ଉନ୍ନତ କରିବାର ସ୍ୱପ୍ନ ଦେଖୁଥିବା ୭ ଜଣ ପଞ୍ଜାବୀ ଯୁବକ ଫସି ଯାଇଛନ୍ତି । ସେମାନଙ୍କ ଠାରୁ ଟଙ୍କା ଛକି ନେଇଛନ୍ତି ମାଆ ଓ ଝିଅ । ବିବାହର ପ୍ରତିଶ୍ରୁତିରେ ସେମାନେ ପ୍ରତାରଣାର ଶିକାର ହୋଇଛନ୍ତି। ଏକ ସଂଗଠିତ ପ୍ରତାରଣା ଗ୍ୟାଙ୍ଗ ଏହି ଯୁବକମାନଙ୍କୁ ବିଦେଶରେ ସ୍ଥାୟୀଭାବେ ରହିବାର ଆଶ୍ୱାସନା ଦେଇ ବିବାହର ପ୍ରସ୍ତାବ ଆଗତ କରି ଠକିଛନ୍ତି । ଏହି ଗ୍ୟାଙ୍ଗ ଯୁବକମାନଙ୍କୁ ବିଦେଶୀ ନାଗରିକତା ବା ସ୍ଥାୟୀ ବାସିନ୍ଦା ଭିସା ପାଇଁ ମହିଳାମାନଙ୍କ ସହ ବିବାହ କରାଇବାର ପ୍ରତିଶ୍ରୁତି ଦେଇଥିଲା। ଏହି ପ୍ରତିଶ୍ରୁତିରେ ଭାସିଯାଇ ଯୁବକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଶେଷରେ ସେମାନେ ଠକାମୀର ଶିକାର ହୋଇଛନ୍ତି।

Advertisment

ଏହି ଗ୍ୟାଙ୍ଗ ସାଧାରଣତଃ ସୋସିଆଲ ମିଡିଆ, ଅନଲାଇନ ପ୍ଲାଟଫର୍ମ ଓ ବିବାହ ସଂକ୍ରାନ୍ତୀୟ ୱେବସାଇଟ ମାଧ୍ୟମରେ ଯୁବକମାନଙ୍କୁ ଟାର୍ଗେଟ କରୁଥିଲା। ଯୁବକମାନଙ୍କୁ ବିଦେଶୀ ମହିଳାମାନଙ୍କ ସହ ବିବାହର ପ୍ରସ୍ତାବ ଦିଆଯାଉଥିଲା । ଯାହା ଦ୍ୱାରା ସେମାନେ ବିଦେଶରେ ସ୍ଥାୟୀ ଭାବେ ରହିବାର ସୁଯୋଗ ପାଇବେ ବୋଲି କୁହାଯାଉଥିଲା। ଏହି ପ୍ରସ୍ତାବ ଅନୁଯାୟୀ ଯୁବକମାନଙ୍କୁ ବିବାହ ପ୍ରକ୍ରିୟା, ଭିସା ପ୍ରୋସେସିଂ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ମୋଟା ଅଙ୍କର ଟଙ୍କା ଦାବି କରାଯାଉଥିଲା।

ପ୍ରତ୍ୟେକ ଯୁବକ ପ୍ରାୟ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥିବା ଜଣାପଡ଼ିଛି। ଏହି ଟଙ୍କା ବିବାହର ଖର୍ଚ୍ଚ, ଭିସା ପ୍ରକ୍ରିୟା, ଟ୍ରାଭେଲ ଏଜେନ୍ସି ଫି ଓ ଅନ୍ୟାନ୍ୟ ନାମରେ ଆଦାୟ କରାଯାଇଥିଲା। କେତେଜଣଙ୍କୁ ନକଲି ଡକ୍ୟୁମେଣ୍ଟ ଓ ମିଛ ପ୍ରମାଣପତ୍ର ଦେଖାଇ ପ୍ରତାରଣା କରାଯାଇଥିଲା।

Advertisment

ଯୁବକମାନେ ବିଦେଶ ଯିବା ପାଇଁ ଅପେକ୍ଷା କରୁଥିବା ବେଳେ ଗ୍ୟାଙ୍ଗର ସଦସ୍ୟମାନେ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ। କେତେଜଣ ଯୁବକ ସେମାନଙ୍କ ଜମି ବିକ୍ରି କରି ମଧ୍ୟ ଟଙ୍କା ଦେଇଛନ୍ତି । ଏହି ଗ୍ୟାଙ୍ଗର ମୁଖ୍ୟ ଜଣେ ମହିଳା ଥିଲା । ସେ ପ୍ରଥମେ ତାଙ୍କ ଝିଅର ଫଟୋ ଦେଖାଇ ବିବାହ ପ୍ରସ୍ତାବ ଦେଉଥିଲା । ତା ପରେ ଝିଅ ସହ ଭିଡିଓ କଲରେ କଥା କଥା କରାଇ ଦେଉଥିଲା । ଝିଅ ବାହାଘର ପାଇଁ ସମ୍ମତି ଦେଉଥିଲା । ବେଳେ ବେଳେ ଅନ୍ୟ ଝିଅଙ୍କ ଫଟୋ ବି ଦେଖାଉଥିଲା । 

ମାଆ ଏହାକୁ ନେଇ ଟଙ୍କା ଆଦାୟ କରୁଥିଲା । ଝିଅଟି ଏବେ କାନାଡାରେ ରହି ଷ୍ଟୁଡେଣ୍ଟ ଭିସାରେ ରହି ପାଠ ପଢୁଛି । ବାହାଘର ପରେ ସ୍ଥାୟୀ ଭାବେ କାନାଡାରେ ରହିବାର ପ୍ରତିଶ୍ରୁତି ଦେଉଥିଲା ଝିଅ । ମାଆ ଏମିତି ବାହାଘର ପ୍ରସ୍ତାବ ଦେଇ ଅନେକ ଯୁବକଙ୍କୁ ଠକିଛି । ଏପରିକି ଅନଲାଇନରେ ନିର୍ବନ୍ଧ କରି ଟଙ୍କା ଲୁଟି ନେଇଛି । ପଞ୍ଜାବ ପୋଲିସ ନିକଟରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ଛାଙ୍ଗୁର ବାବାଙ୍କ ନେଟୱର୍କରେ ଇଡି ମାଡ଼, ୧୪ଟି ସ୍ଥାନରେ ଚାଲିଛି ରେଡ୍

Punjab Cheating Case Before Wedding Pretext
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ