Advertisment

ED Raid: ଛାଙ୍ଗୁର ବାବାଙ୍କ ନେଟୱର୍କରେ ଇଡି ମାଡ଼, ୧୪ଟି ସ୍ଥାନରେ ଚାଲିଛି ରେଡ୍

ବଳରାମପୁରରେ ନୀତୁ ଓରଫ ନସରୀନ ଦ୍ୱାରା ପରିଚାଳିତ ବାବା ତାଜୁଦ୍ଦୀନ ବୁଟିକରେ ଚଢ଼ାଉ କରାଯାଇଥିଲା। ନୀତୁଙ୍କ ନାମରେ ଅଭିଯୋଗ ରହିଛି ଯେ ସେ ମହିଳାମାନଙ୍କୁ ଧର୍ମାନ୍ତରଣ ପାଇଁ ପରାମର୍ଶ ଦେଉଥିଲେ। ଯେଉଁମାନେ ରାଜି ହେଉଥିଲେ ସେମାନଙ୍କୁ ସେ ଛାଙ୍ଗୁର ବାବାଙ୍କ ପାଖକୁ ନେଉଥିଲେ । ସେ ଧର୍ମାନ୍ତରୀକରଣ କରାଉଥିଲେ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Chhangur Baba

Chhangur Baba

ଧର୍ମାନ୍ତରୀକରଣ ଅଭିଯୋଗରେ ଫସିଥିବା ଛାଙ୍ଗୁର ବାବା ଓରଫ ଜମାଲୁଦ୍ଦୀନଙ୍କ ନେଟୱର୍କର ୧୪ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରେଡ୍ କରାଯାଇଛି । ତାଙ୍କ ନାମରେ ମନି ଲଣ୍ଡରିଂ ମାମଲା ରୁଜୁ ହେବାର ୭ ଦିନ ପରେ ଚଢ଼ାଉ କରିଛି ଇଡି । ଉତ୍ତର ପ୍ରଦେଶ ବଳରାମପୁରର ୧୨ଟି ସ୍ଥାନ ଓ ମୁମ୍ୱାଇର ୨ଟି ସ୍ଥାନରେ ଏକସଙ୍ଗେ ରେଡ୍ କରାଯାଇଛି । ତାଙ୍କ ପାଖକୁ ବିଦେଶରୁ ବିପୁଳ ପରିମାଣର ଟଙ୍କା ଆସିଥିବାର ଜଣାପଡିଛି । ଏହା ପ୍ରାୟ ୧୦୦ କୋଟି ଟଙ୍କା ହେବ । ଧର୍ମାନ୍ତରୀକରଣ ପାଇଁ ଏହି ଟଙ୍କା ବିନିଯୋଗ କରାଯାଇଥିବା ଅଭିଯୋଗ ହୋଇଛି ।

Advertisment

ଇଡି ତଦନ୍ତରୁ ଜଣାପଡ଼ିଛି ଯେ ୧୮ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୬୮ କୋଟି ଟଙ୍କା କାରବାର ହୋଇଛି । ସେଥିରୁ ୩ ମାସରେ ୭ କୋଟି ଟଙ୍କା ବିଦେଶୀ ଚ୍ୟାନେଲ ମାଧ୍ୟମରେ ଆସିଥିଲା। ଏକ ଗୁରୁତ୍ୱପୂର୍ଣ୍ଣ କାରବାରରେ ନବୀନ ନାମକ ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ୨ କୋଟି ଟଙ୍କା ଶେହଜାଦ ଶେଖଙ୍କୁ ସ୍ଥାନାନ୍ତରିତ ହୋଇଥିଲା। ଛାଙ୍ଗୁର ବାବାଙ୍କ ଘନିଷ୍ଠ ସହଯୋଗୀ ଓ ଫଲୋୟର୍ଙ୍କ ଉପରେ କଡା ନଜର ରଖିଛି ପୋଲିସ୍ ।

ବଳରାମପୁରରେ ନୀତୁ ଓରଫ ନସରୀନ ଦ୍ୱାରା ପରିଚାଳିତ ବାବା ତାଜୁଦ୍ଦୀନ ବୁଟିକରେ ଚଢ଼ାଉ କରାଯାଇଥିଲା। ନୀତୁଙ୍କ ନାମରେ ଅଭିଯୋଗ ରହିଛି ଯେ ସେ ମହିଳାମାନଙ୍କୁ ଧର୍ମାନ୍ତରଣ ପାଇଁ ପରାମର୍ଶ ଦେଉଥିଲେ। ଯେଉଁମାନେ ରାଜି ହେଉଥିଲେ ସେମାନଙ୍କୁ ସେ ଛାଙ୍ଗୁର ବାବାଙ୍କ ପାଖକୁ ନେଉଥିଲେ । ସେ ଧର୍ମାନ୍ତରୀକରଣ କରାଉଥିଲେ ।

Advertisment

ମୁମ୍ବାଇର ବାନ୍ଦ୍ରା ଓ ମାହିମରେ ଶେହଜାଦ ଶେଖଙ୍କ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ତାଙ୍କୁ ଜେରା କରାଯାଉଛି। ଛାଙ୍ଗୁର ବାବା ଏକ ବେଆଇନ ଧର୍ମାନ୍ତରୀକରଣ ନେଟୱାର୍କ ଚଳାଉଥିବାର ଅଭିଯୋଗ ହୋଇଛି । ସେ ହିନ୍ଦୁ ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ କରାଉ ଥିଲେ ବୋଲି କୁହାଯାଉଛି ।

ଉତ୍ତର ପ୍ରଦେଶ ପୋଲିସର ଏଡିଜି (ଆଇନ ଓ ଶୃଙ୍ଖଳା) ଅମିତାଭ ୟଶଙ୍କ କହିବା ଅନୁଯାୟୀ, ଜମାଲୁଦ୍ଦୀନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୦୦ କୋଟି ଟଙ୍କାର ବିଦେଶୀ ଅର୍ଥ କାରବାରର ପ୍ରମାଣ ମିଳିଛି । ଛାଙ୍ଗୁର ବାବାଙ୍କ ପୁଅ ଘରେ ମଧ୍ୟ ରେଡ୍ ହୋଇଛି ।

ଧର୍ମାନ୍ତରୀକରଣ ନେଇ ତାଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ଥିବାର ଯୁପି ପୋଲିସ ପକ୍ଷରୁ କୁହାଯାଇଛି । ଚଢ଼ାଉ ସମୟରେ ଇଡି ସହିତ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସାମିଲ୍ ଥିଲେ । ପୂର୍ବରୁ ପୋଲିସର ରେଡ୍ ବେଳେ ବହୁ ଦସ୍ତାବିଜ ମଧ୍ୟ ପୋଲିସ ଜବତ କରିଛି । ଜାଲିଆତି ସହ ଜଡ଼ିତ ପ୍ରମାଣ ମଧ୍ୟ ଖୋଜୁଛି।

ଅଧିକ ପଢ଼ନ୍ତୁ: ମଦ ଦୁର୍ନୀତିରେ ଚଳୁ କରିଛନ୍ତି କୋଟି କୋଟି କଳା ଟଙ୍କା, ରେଡ୍ କରି ଗିରଫ କଲା ଇଡି

Raid Enforcement Directorate
Advertisment
Advertisment