• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବନ୍ଦ ହୋଇଯିବ ମାଗଣା ରାସନ୍‌ ଯୋଜନା । କରୋନା ମହାମାରୀ ପର ଠାରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ଗରିବ ପରିବାରକୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଥିବା ସୁବିଧା ସେପ୍ଟେମ୍ବର ପରେ ବନ୍ଦ ହୋଇପାରେ । ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ବ୍ୟୟ ବିଭାଗ ସରକାରଙ୍କୁ ଏହି ଯୋଜନାକୁ ସେପ୍ଟେମ୍ବର ମାସ ପରଠାରୁ ବୃଦ୍ଧି ନକରିବାକୁ ପରାମର୍ଶ ଦେଇଛି ।

ଦେଶର ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ଏହା ଭଲ ନୁହେଁ ବୋଲି ବ୍ୟୟ ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗର ସୂଚନା ଅନୁସାରେ, ଗତ ମାସରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଶୁଳ୍କ ହ୍ରାସ ହେତୁ ରାଜସ୍ୱ ଉପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିଛି । ଆଗାମୀ ସମୟରେ ମାଗଣା ରାସନ୍‌ ଯୋଜନା ଚାଲୁ ରହିଲେ ଆର୍ଥିକ ବୋଝ ଆହୁରି ବୃଦ୍ଧି ପାଇବ । ବର୍ତ୍ତମାନ ମହାମାରୀର ପ୍ରଭାବ ହ୍ରାସ ପାଇଛି, ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଏପରି ସମୟରେ ମାଗଣା ରାସନ ଯୋଜନା ବନ୍ଦ କରିବା ଜରୁରୀ ବୋଲି କୁହାଯାଉଛି ।

ସବସିଡ ପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି

କରୋନା ମହାମାରୀ ପରଠାରୁ ସରକାର ଖାଦ୍ୟ ସବସିଡି ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି । ଦେଶର ପ୍ରାୟ ୮୦କୋଟି ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି । ତେବେ ଏହି ଯୋଜନା ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ଆଉ ଏଥିପାଇଁ ରାଜସ୍ୱ ଉପରେ ମଧ୍ୟ ଅନେକ ଚାପ ପଡ଼ୁଛି ।

ଚଳିତ ବର୍ଷ ମାର୍ଚ୍ଚ ମାରେ କେନ୍ଦ୍ର ସରକାର ଏହି ଯୋଜନାକୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ବଜେଟରେ ଖାଦ୍ୟ ସବସିଡି ପାଇଁ ସରକାର ୨.୦୭ ଲକ୍ଷ କୋଟି ଟଙ୍କା ମଧ୍ୟ ଆବଣ୍ଟନ କରିଛନ୍ତି । ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଯୋଜନାର ସମ୍ପ୍ରସାରଣ ସହିତ ଖାଦ୍ୟ ସବସିଡି ବିଲ୍ ୨.୮୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି କୁହାଯାଉଛି ।

ବ୍ୟୟ ବିଭାଗ ଅନୁସାରେ, ଯଦି ଏହି ଯୋଜନା ଆଉ ୬ ମାସ ପାଇଁ ବୃଦ୍ଧି କରାଯାଏ, ତେବେ ଖାଦ୍ୟ ସବସିଡି ବିଲ୍ ୮୦,୦୦ କୋଟି ବୃଦ୍ଧି ପାଇ ପ୍ରାୟ ୩.୭ ଲକ୍ଷ କୋଟିରେ ପହଞ୍ଚିଯିବ । ଆଉ ଏହା ସରକାରଙ୍କ ଆର୍ଥିକ ସ୍ଥିତି ପାଇଁ ଶୁଭଙ୍କର ହେବ ନାହିଁ ।

PMGKAY ବ୍ୟତୀତ ଆହୁରି ଅନେକ ଯୋଜନା ଅଛି ଯାହା ରାଜସ୍ୱ ଉପରେ ଚାପ ପକାଉଛି । ଏଥି ମଧ୍ୟରେ ସାର ସବସିଡିର ବୃଦ୍ଧି (ରନ୍ଧନ ଗ୍ୟାସ ଉପରେ ସବସିଡିର ପୁନଃ ଆରମ୍ଭ, ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି କିମ୍ବା ବିଭିନ୍ନ ଉତ୍ପାଦ ଉପରେ କଷ୍ଟମ ଶୁଳ୍କ ହ୍ରାସ ଆଦି ଅନ୍ତର୍ଭୁକ୍ତ । ତେବେ ଆଗାମୀ ସୟମରେ ଅନେକ ମାଗଣା ଯୋଜନା ବନ୍ଦ ହୋଇପାରେ ବୋଲି ସୂଚନା ମିଳିଛି ।