Advertisment

Delhi Under Attack: ରାଜଧାନୀ ଉପରେ ପାକିସ୍ତାନର ଆଖି; କଲା ମିସାଇଲ ଆଟାକ୍‌!

ଭାରତର ଜାତୀୟ ରାଜଧାନୀ ଦିଲ୍ଲୀକୁ ଟାର୍ଗେଟ କରି ପାକିସ୍ତାନର ମିସାଇଲକୁ ଖସାଇ ଦେଇଛି ଭାରତ । ଫତେହ-୧ କ୍ଷେପଣାସ୍ତ୍ର ଦ୍ୱାରା ପାକିସ୍ତାନ ଆକ୍ରମଣ ଉଦ୍ୟମ କରିଥିଲା ।

ଅଦ୍ୟତନ ହୋଇଛି
Attack on Delhi

Attack on Delhi

Advertisment

ଭାରତ ହମଲରେ ଥରହର ପାକିସ୍ତାନ । ଭାରତର ରାଜଧାନୀ ଦିଲ୍ଲୀ ଉପରେ ଟାର୍ଗେଟ କରି ଆକ୍ରମଣ କରିବାକୁ ଉଦ୍ୟମ କରିଛି । ଦିଲ୍ଲୀକୁ ଟାର୍ଗେଟ କରି ଛାଡିଥିବା ମିିସାଇଲକୁ ହରିୟାଣାର ସିର୍ସାରେ ଖସାଇ ଦେଇଛି ଭାରତୀୟ ସେନା । ଫତେହ-୧ କ୍ଷେପଣାସ୍ତ୍ର ଦ୍ୱାରା ପାକିସ୍ତାନ ଆକ୍ରମଣ ଉଦ୍ୟମ କରିଥିଲା । ତେବେ ପାକିସ୍ତାନକୁ ମାତ ଦେଇଛି ଭାରତ । ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆଗରେ ଫେଲ୍ ମାରିଛି ପାକିସ୍ତାନର ସବୁ ଚାଲ୍ । ହରିୟାଣାର ସିର୍ସାରେ ବିସ୍ଫୋରଣ ହେବାର ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ମିସାଇଲର ଖଣ୍ଡ ବିଖଣ୍ଡିତ ଅଂଶବିଶେଷ ଖେରା ଗାଁରେ ଦେଖିବାକୁ ମିଳିଥିଲା । ଯାହା ଜିଲ୍ଲା ହେଡକ୍ୱାର୍ଟର୍ସଠାରୁ ମାତ୍ର ୨ କିଲୋମିଟର ଦୂର ।

Advertisment

ଅଧିକ ପଢ଼ନ୍ତୁ: ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ

ଭାରତ-ପାକିସ୍ତାନ ଉତେଜନାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସିକ୍ୟୁରିଟି ବ୍ୟବସ୍ଥା କଡାକଡି କରାଯାଇଛି । ଜାତୀୟ ରାଜଧାନୀରେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇ ଆର୍ଲଟରେ ରଖାଯାଇଛି । ଦିଲ୍ଲୀ ସରକାର ଏହାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଦେଇଛନ୍ତି । ରାଜଧାନୀର ମଲ୍‌, ମାର୍କେଟ, ମେଟ୍ରୋ ଷ୍ଟେସନ, ବିମାନବନ୍ଦର, ହୋଟେଲ ସମେତ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନ୍ୟପଟେ ଶନିବାର ସକାଳୁ ଜମ୍ମୁ-କାଶ୍ମୀରର ଶ୍ରୀନଗର, ଜମ୍ମୁ, ରଜୌରୀ, ଉଦ୍ଧମପୁର ସମେତ ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ସୁରକ୍ଷାକୁ ନଜରରେ ରଖି କେନ୍ଦ୍ରୀୟ ଓ ପଶ୍ଚିମ ଭାରତର ୩୨ଟି ଏୟାରପୋର୍ଟକୁ ଆସନ୍ତା ୧୫ ତାରିଖ ଯାଏଁ ବନ୍ଦ ରଖାଯାଇଛି । 

ଅଧିକ ପଢ଼ନ୍ତୁ: ରୁଷିଆ ଗସ୍ତ ବାତିଲ କଲେ ମୋଦି

Operation Sindoor Indian Army India Pakistan War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: