Advertisment

Flipkart, Amazon କୁ ନୋଟିସ୍‌; ଅନ୍‌ଲାଇନ୍‌ରେ ଏସିଡ୍‌ ଅର୍ଡର କରି ଛାତ୍ରୀଙ୍କ ଉପରକୁ ଫିଙ୍ଗିଥିଲେ ଯୁବକ

ଦିଲ୍ଲୀରେ ୧୭ ବର୍ଷୀୟ ସ୍କୁଲ୍‌ ଛାତ୍ରୀଙ୍କୁ ଏସିଡ୍‌ ଫିଙ୍ଗିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସ୍ପଷ୍ଟ ଦିବାଲୋକରେ ଏଭଳି ଛାତି ଥରାଇଲା ଭଳି ଘଟଣା ପରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Notices To Flipkart Over Sale Of Acid

Notices To Flipkart, Amazon Over Sale Of Acid

ବିଚ୍‌ ରାସ୍ତାରେ ଜନଗହଳି ଭିତରେ ଦିଲ୍ଲୀରେ ୧୭ ବର୍ଷୀୟ ସ୍କୁଲ୍‌ ଛାତ୍ରୀଙ୍କୁ ଏସିଡ୍‌ ଫିଙ୍ଗିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସ୍ପଷ୍ଟ ଦିବାଲୋକରେ ଏଭଳି ଛାତି ଥରାଇଲା ଭଳି ଘଟଣା ପରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ Flipkartରୁ କେମିକାଲ୍‌ ଅର୍ଡର କରିଥିବା ଜଣାପଡ଼ିଛି।

Advertisment

ଏଥିରୁ ଜଣାପଡ଼ୁଛୁ ଯେ, କିଭଳି ଭାବେ ଅତି ସହଜରେ ଅନ୍‌ଲାଇନ୍‌ ହେଉ କି ଦୋକାନରେ ଏସିଡ୍‌ ମିଳୁଛି ଓ ଲୋକମାନେ ମଧ୍ୟ ଏହାକୁ କିଣୁଛନ୍ତି। ସୁପ୍ରିମକୋର୍ଟଙ୍କ ବ୍ୟାନ୍‌ ସତ୍ତ୍ୱେ ମଧ୍ୟ ଅନ୍‌ଲାଇନ୍‌ କିମ୍ବା ଦୋକାନରେ ଏହା ବିକ୍ରି ହେଉଛି। ଅତି ସହଜରେ ଏସିଡ୍‌ ଉପଲ୍ଲବ୍ଧ ହେଉଥିବାରୁ ଏନେଇ ଦିଲ୍ଲୀ ମହିଳା କମିଶନ ଏନେଇ Flipkart ଓ Amazonକୁ ନୋଟିସ୍‌ କରିଛନ୍ତି। 

ସୂଚନାଥାଉ କି, ବୁଧବାର ଦିନ ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ସ୍କୁଲ୍‌ ଯିବା ପାଇଁ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଛିଡ଼ା ହୋଇଥିଲେ। ଏହି ସମୟରେ ମୁଖା ପିନ୍ଧି ୨ ଜଣ ବ୍ୟକ୍ତି ବାଇକ୍‌ରେ ଆସି ଛାତ୍ରୀଙ୍କ ଉପରକୁ ଏସିଡ୍‌ ଫିଙ୍ଗିଥିଲେ। ଏହାପରେ ଛାତ୍ରୀଙ୍କୁ ଯନ୍ତ୍ରଣା ହେବାରୁ ସେଠାରୁ ସେ ପ୍ରାଣ ବିକଳରେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଥିଲା। ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି। 

Advertisment

ଘଟଣାର ମାଷ୍ଟରମାଇଣ୍ଡ ସଚିନ ଆରୋରା(୨୦) ବୋଲି ଜଣାପଡ଼ିଛି। ଗତ ସେପ୍ଟେମ୍ବରରେ ସମ୍ପୃକ୍ତ ଛାତ୍ରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ପ୍ରତିଶୋଧ ନେବା ପାଇଁ ସେ ହରଶିତ୍‌ ଅଗ୍ରୱାଲ୍‌(୧୯) ଓ ବୀରେନ୍ଦ୍ର ସିଂ(୨୨)ଙ୍କ ସହାୟତା ନେଇଥିଲେ। ଛାତ୍ରୀଙ୍କ ଉପରକୁ ସଚିନ ଓ ହରଶିତ୍‌ ଏସିଡ୍‌ ଫିଙ୍ଗି ଥିବାବେଳେ ବୀରେନ୍ଦ୍ର ସଚିନଙ୍କ ସ୍କୁଟର ଓ ମୋବାଇଳ୍‌ ଫୋନ୍‌ର ଲୋକେସନ୍‌ ବଦଳାଇଥିଲେ। ପୋଲିସ୍‌କୁ ଭୂଆଁ ବୁଲାଇବା ପାଇଁ ସେ ଏପରି କରିଥିଲେ। ଘଟଣାର ୧୨ ଘଣ୍ଟା ପରେ ପୋଲିସ୍‌ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କୁ ପଚରାଉଚରେ ବେଳେ ଜଣାପଡ଼ିଥିଲା, ସେମାନେ ଅନ୍‌ଲାଇନ୍‌ରେ ଏସିଡ୍‌ ଅର୍ଡର କରିଥିଲେ। ସଚିନ୍‌ Flipkartରୁ ଏହାକୁ ଅର୍ଡର କରିବା ସହ e-walletରେ ପେମେଣ୍ଟ କରିଥିଲେ। 

ସୂଚନାଥାଉ କି, ଦେଶରେ ଏସିଡ୍‌ ଆକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରେ ସୁପ୍ରିମକୋର୍ଟ କାଉଣ୍ଟରରେ ଏସିଡ୍‌ ବିକ୍ରି ଉପରେ ବ୍ୟାନ୍‌ ଲଗାଇଥିଲେ। ଲାଇସେନ୍ସ ନଥିବା ଦୋକାନୀ ଏହାକୁ ବିକ୍ରି କରିପାରିବେ ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଯେଉଁମାନେ ଏସିଡ୍‌ କିଣିବେ ସେମାନେ ଏହାର କାରଣ ଓ ପରିଚୟ ପ୍ରମାଣ ପତ୍ର ଦେବେ ବୋଲି ମଧ୍ୟ କୁହାଯାଇଛି। 

ସୁପ୍ରିମକୋର୍ଟଙ୍କ ବ୍ୟାନ୍‌ ସତ୍ତ୍ୱେ କୌଣସି ଫ୍ୟାକ୍ଟ ଚେକ୍‌ ନହୋଇ ଖୁଲମଖୁଲା ମାର୍କେଟ୍‌, ଅନ୍‌ଲାଇନ୍‌ରେ ଏସିଡ୍‌ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। 

Acid Attack
Advertisment
Advertisment