Advertisment

ଜଳୁଛି ରାଜଧାନୀ, ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ

ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ଭଳି ଆଜି ମଧ୍ୟ କ୍ୟାପିଟାଲ ସିଟିରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି।

author-image
Rajalaxmi Sahoo
Delhi Sees Record Temperature

Delhi Sees Record Temperature

ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ଭଳି ଆଜି ମଧ୍ୟ କ୍ୟାପିଟାଲ ସିଟିରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି। ଅନେକ ସ୍ଥାନରେ ଆଜି ତାପମାତ୍ରା ୪୫ ଡିଗ୍ରୀ ଉପରେ ପହଞ୍ଚିଥିଲା। ଗତକାଲି ତୁଳନାରେ ଆଜି ସାମାନ୍ୟ ତାପମାତ୍ରା ହ୍ରାସ ପାଇଛି। ତଥାପି ଚଳତି ବର୍ଷର ସର୍ବୋଚ୍ଚ ତାପମାତ୍ରା ଉପରେ ରହିଛି ଆଜିର ତାପମାତ୍ରା।

Advertisment

ଆୟାନଗରରେ ତାପମାତ୍ରା ୪୬.୮ ଡିଗ୍ରୀ , ପାଲମରେ ୪୬.୪ ଡିଗ୍ରୀ ଓ ଲୋଧି ରୋଡ୍‌ରେ ୪୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଦିଲ୍ଲୀ-ଏନ୍‌ସିଆର୍‌ରେ ମଧ୍ୟ ପ୍ରବଳ ତାତି ଅନୁଭୂତ ହୋଇଛି। ହରିଆଣାର ଗୁରୁଗ୍ରାମ, ନୋଏଡ଼ା, ଫରିଦାବାଦ ଓ ଗାଜିଆବାଦ ଅଞ୍ଚଳରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି।

ଗତକାଲି ଉତ୍ତର-ପଶ୍ଚିମ ଦିଲ୍ଲୀର ମୁଙ୍ଗେସପୁରରେ ତାପମାତ୍ରା ୪୯. ୨ ଡିଗ୍ରୀ ଛୁଇଁଥିବା ବେଳେ ନଜଫଗଡ଼ରେ ୪୯.୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ପ୍ରବଳ ଗରମ ଓ ଗୁଳୁଗୁଳିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାରୁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଆଜି କାଳବୈଶାଖୀର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଦିଲ୍ଲୀବାସୀଙ୍କୁ ତାତିରୁ ସାମାନ୍ୟ ତ୍ରାହି ମିଳିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସ୍ଥାନେ ସ୍ଥାନେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। 

Advertisment
Temperature In Delhi Delhi Heatwave
Advertisment
Advertisment