Advertisment

ସ୍କୁଲ୍‌ରେ ବୋମା ଥିବା ନେଇ ଇ-ମେଲ୍‌ରେ ଆସିଲା ଧମକ, ତା’ପରେ...

ସ୍କୁଲ୍‌ରେ ବୋମା ଥିବା ନେଇ ଇ-ମେଲ୍‌ରେ ଆସିଲା ଧମକ। ମଥୁରା ରୋଡ୍‌ ସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌କୁ ଏହି ଧମକ ମିଳିବା ପରେ ତୁରନ୍ତ ସ୍କୁଲ୍‌କୁ ଖାଲି କରାଯାଇଥିଲା।

ଅଦ୍ୟତନ ହୋଇଛି
Delhi News

Delhi School Gets Bomb Threat On Email

Advertisment

ସ୍କୁଲ୍‌ରେ ବୋମା ଥିବା ନେଇ ଇ-ମେଲ୍‌ରେ ଆସିଲା ଧମକ। ମଥୁରା ରୋଡ୍‌ ସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌କୁ ଏହି ଧମକ ମିଳିବା ପରେ ତୁରନ୍ତ ସ୍କୁଲ୍‌କୁ ଖାଲି କରାଯାଇଥିଲା। ଏହାପରେ ପୋଲିସ୍‌ ସ୍କୁଲ୍‌ ପରିସରରେ ସର୍ଚ୍ଚ ଆରମ୍ଭ କରିଥିଲା। ହେଲେ ପୋଲିସ୍‌କୁ ସେଭଳି କିଛି ମିଳିନଥିଲା। ପୋଲିସ୍‌ ବ୍ୟତୀତ ବମ୍‌ ସ୍କ୍ୱାଡ୍‌ ଅଧିକାରୀ ଓ ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

Advertisment

ଅଧିକ ପଢ଼ନ୍ତୁ: ବିମାନରେ ବୋମା ! ଖବର ଶୁଣିବା ପରେ ଏୟାରପୋର୍ଟରେ ଆତଙ୍କ

ପୋଲିସ୍‌ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ୧୦ ମିନିଟରେ ସ୍କୁଲ୍‌ କର୍ତ୍ତୃପକ୍ଷ ଫୋନ୍‌ କରି ଏସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ତୁରନ୍ତ ସ୍କୁଲ୍‌କୁ ଖାଲି କରାଯାଇଥିଲା। ତେବେ ସ୍କୁଲ୍‌ ପରିସରରେ ସେଭଳି କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଛି।

ସୂଚନାଥାଉ କି, ଏହାପୂର୍ବରୁ ଦକ୍ଷିଣ ଦିଲ୍ଲୀ ସ୍ଥିତ ‘ଦ ଇଣ୍ଡିଆନ୍‌ ସ୍କୁଲ୍‌’କୁ  ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। ଇ-ମେଲ୍‌ରେ ଦାବି କରାଯାଇଥିଲା, ସ୍କୁଲ୍‌ ପରିସରରେ ବୋମା ଖଞ୍ଜା ଯାଇଛି। ଏହାପରେ ତୁରନ୍ତ ସ୍କୁଲ୍‌କୁ ଖାଲି କରାଯାଇ ଛାତ୍ରଛାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା। ହେଲେ ପରେ ଜଣାପଡ଼ିଥିଲା ଏହାଏକ ଗୁଜବ ଥିଲା।

Advertisment
Schools
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ