ବିନୟ କୁମାର ସାକ୍‌ସେନା ଦିଲ୍ଲୀର ନୂଆ ଉପରାଜ୍ୟପାଳ

ଯେଉଁ ଦିନଠାରୁ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନଠୁ କାର୍ଯ୍ୟକାଳ ଆରମ୍ଭ ।

Vinai Saxena

ବିନୟ କୁମାର ସାକ୍‌ସେନା ଦିଲ୍ଲୀର ନୂଆ ଉପରାଜ୍ୟପାଳ ନିଯୁକ୍ତ । ଯେଉଁ ଦିନଠାରୁ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନଠୁ କାର୍ଯ୍ୟକାଳ ଆରମ୍ଭ । ଏହାପୂର୍ବରୁ ଅନିଲ ବୈଜଲ ଏହି ଦାୟିତ୍ୱରେ ରହିଥିଲେ । ବ୍ୟକ୍ତିଗତ କାରଣରୁ ସେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।

ଅନ୍ୟପଟେ ବିନୟ କୁମାର ସକ୍‌ସେନା ଏହା ପୂର୍ବରୁ ଖଦି ଏବଂ ଗ୍ରାମ୍ୟ ଉଦ୍ୟୋଗ ବିଭାଗର କମିଶନ ଭାବେ ଦାୟିତ୍ୱ ଭାର ସମ୍ଭାଳିଥିଲେ ।  

ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟ କୁମାରଙ୍କୁ ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବରେ ନିଯୁକ୍ତି ଦେଇଛନ୍ତି ।