Advertisment

ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀବାସୀ, ଚିନ୍ତା ଭୁବନେଶ୍ୱରବାସୀ

ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଦିଲ୍ଲୀବାସୀ। ଦିନ ଦ୍ୱିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି...

Delhi Pollution

Delhi Pollution

Advertisment

ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଦିଲ୍ଲୀବାସୀ। ଦିନ ଦ୍ୱିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି । ଏମିତି ସ୍ଥିତି ଯୋଗୁ ନଭେମ୍ବର ୧୦ ଯାଏଁ ପ୍ରାଥମିକ ସ୍କୁଲ ବନ୍ଦ କରିଛନ୍ତି ଦିଲ୍ଲୀ ସରକାର। ଏପଟେ ରାଜଧାନୀ ଭୁବନେଶ୍ୱରରେ ବି ବଢ଼ୁଛି ପ୍ରଦୂଷଣ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ ।

Advertisment

ବିଷ ବଳୟରେ ଦେଶର ରାଜଧାନୀ। ଖସୁଛି ଏୟାର କ୍ୱାଲିଟି ଇଣ୍ଡେକ୍ସ। ଧୂଳି ଓ ଧୂଆଁରେ ଅଣନିଶ୍ୱାସୀ ଦିଲ୍ଲୀବାସୀ। ଏୟାର କ୍ୱାଲିଟି ଇଣ୍ଡେକ୍ସରେ ରବିବାର ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ୪୧୦ ରହିଛି । ଯଦିଓ ଶନିବାରର AQI ୫୦୪ ତୁଳନାରେ ସାମାନ୍ୟ ସୁଧାର ଆସିଛି, ଏବେ ବି ରାଜଧାନୀର ପ୍ରଦୂଷଣ ଅତି ଖରାପ ବା ସିଭିୟର ରହିଛି । ସକାଳ ହେଉ ବା ଦ୍ୱିପ୍ରହର, ଧୂଳି ଧୂଆଁରେ କୁହୁଡ଼ିରେ ଘୋଡ଼େଇ ହୋଇ ରହିଛି ପୂରା ଦିଲ୍ଲୀ ମହାନଗର । ସ୍ଥିତି ଏମିତି ଯେ ମୁହଁ ଦେଖାଯିବା ବି ସମ୍ଭବ ହେଉନି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରାଥମିକ ସ୍କୁଲଗୁଡ଼ିକୁ ଆସନ୍ତା ୧୦ ତାରିଖ ଯାଏଁ ବନ୍ଦ ଘୋଷଣା କରିଛନ୍ତି । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଲାଗି ଅନଲାଇନରେ ପାଠ ପଢ଼ାଇବାକୁ କୁହାଯାଇଛି।

ପ୍ରଦୂଷଣ ଯୋଗୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା କାରଣରୁ ବହୁତ କମ୍ ସଂଖ୍ୟକ ଲୋକ ମର୍ଣ୍ଣିଂ ୱାକ୍ ପାଇଁ ବାହାରୁଛନ୍ତି। ଏହାଛଡ଼ା ବାୟୁ ପ୍ରଦୂଷଣ ଯୋଗୁ ଲୋକମାନେ କାଶ, ଗଳାରେ ସଂକ୍ରମଣ ଓ ଆଖି ପୋଡ଼ିବା ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

Advertisment

ଭୁବନେଶ୍ୱରରେ ବି ଉପରମୁହାଁ ପ୍ରଦୂଷଣ। ସ୍ମାର୍ଟସିଟି ଭୁବନେଶ୍ୱର ପକ୍ଷରୁ ରବୀନ୍ଦ୍ର ମଣ୍ଡପ ପାଖରେ ଲଗାଯାଇଥିବା ବାୟୁ ପ୍ରଦୂଷଣ ଡିସ୍ପ୍ଲେ ବୋର୍ଡ ତଥ୍ୟ ଅନୁସାରେ, ଆଜି ଇନ୍ଫୋସିଟି ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରା ସର୍ବାଧିକ ୩୩୫ ରେକର୍ଡ କରାଯାଇଛି। ସେହିପରି ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୨୩୬ ଓ ରିଜିଓନାଲ ପ୍ଲାଣ୍ଟ ଅଞ୍ଚଳରେ ୨୩୪ ରେକର୍ଡ ହୋଇଛି । ତେବେ ଏ ତଥ୍ୟକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଖଣ୍ଡନ
କରାଯିବା ସହ ଏବେ ଭୁବନେଶ୍ୱରରେ ପ୍ରଦୂଷଣ ମଡରେଟ୍ ରହିଛି। ଏହାକୁ ନେଇ ଭୟଭୀତ ହେବାର ନାହିଁ ବୋଲି କୁହାଯାଇଛି। ଏବେଠୁ ସାବଧାନ ନ ହେଲେ ଆଗକୁ ଭୁବନେଶ୍ୱରରେ ବି ଦିଲ୍ଲୀ ଭଳି ସ୍ଥିତି ଦେଖିବାକୁ ମିଳିପାରେ ବୋଲି ଚେତାଇ ଦେଲେଣି ପରିବେଶବିତ୍ ।

ଆଗକୁ ଦୀପାବଳି । ଆତସବାଜି ଦ୍ୱାରା ପୁଣି ବାୟୁ ପ୍ରଦୂଷଣ ଢେର ବଢ଼ିବାର ଆଶଙ୍କା କରାଯାଉଛି। ଏମିତିକି ଏହାଯୋଗୁ ଅନେକ ଲୋକ ଫୁସଫୁସ୍ କ୍ୟାନସରର ଶିକାର ହେବେ ବୋଲି ଚେତାଇ ଦେଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞ।

Advertisment
Air Pollution Delhi Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ