Advertisment

ଦିଲ୍ଲୀରେ ପ୍ରବଳ ବର୍ଷା, ଜଳବନ୍ଦୀ ସହରବାସୀ

ରାଜଧାନୀ ଦିଲ୍ଲୀରେ ଗତକାଲି ରାତିରୁ ଜାରି ରହିଛି ଲଗାଣ ବର୍ଷା। ଚାରିଆଡ ଜଳାର୍ଣ୍ଣବ। ଯେମିତି ଜଳବନ୍ଦୀ ଅବସ୍ଥାରେ ଅଛି ଦେଶର ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ ହୋଇ ଯାଇଛି।

ଅଦ୍ୟତନ ହୋଇଛି
ଦିଲ୍ଲୀରେ ପ୍ରବଳ ବର୍ଷା, ଜଳବନ୍ଦୀ ସହରବାସୀ

heavy rainfall in delhi

Advertisment

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଗତକାଲି ରାତିରୁ ଜାରି ରହିଛି ଲଗାଣ ବର୍ଷା। ଚାରିଆଡ ଜଳାର୍ଣ୍ଣବ। ଯେମିତି ଜଳବନ୍ଦୀ ଅବସ୍ଥାରେ ଅଛି ଦେଶର ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ ହୋଇ ଯାଇଛି।  ଲଗାଣ ବର୍ଷା ଫଳରେ ଦିଲ୍ଲିର ବିଭିନ୍ନ ସ୍ଥାନରେ ପାଣି ଜମିରହିଛି । ଫଳରେ ଘରୁ ବାହାରିପାରୁ ନାହାନ୍ତି ସହରବାସୀ ।

Advertisment

ଲଗାଣ ବର୍ଷା ଯୋଗୁ ଦିଲ୍ଲୀବାସୀ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ କରୁଛନ୍ତି । ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି ।  ଦିଲ୍ଲୀ ବ୍ୟତୀତ ଗାଜିଆବାଦ, ନଏଡା ଏବଂ ଫରିଦାବାଦରେ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପାଣିର ସୁଅ ଛୁଟୁଛି। ଅନେକ ସ୍ଥାନରେ ରାସ୍ତା ପାଣିରେ ବୁଡ଼ି ଯାଇଥିବାରୁ ଯାତୟାତ ବନ୍ଦ କରି ଦିଆଯାଇଛି। 

ବର୍ଷା ଯୋଗୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । ସଡ଼କରେ ପାଣି ଜମି ଥିବାରୁ ଯାତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇପଡିଛି । ମେଟ୍ରୋ ବ୍ରିଜ ଜଳବନ୍ଦୀ ହୋଇଥିବାରୁ ସେହି ରାସ୍ତା ଦେଇ ଯାଉଥିବା ଗାଡିକୁ ଟ୍ରାଫିକ ପୋଲିସ ପକ୍ଷରୁ ଫେରାଇ ଦିଆଯାଉଛି।  ସେହିପରି ଆଜାଦ ମାର୍କେଟ ଅଣ୍ଡରପାସରେ ୧.୫ ଫୁଟ ପର୍ଯ୍ୟନ୍ତ ପାଣି ଜମିଛି । ଫଳରେ ମାର୍କେଟକୁ ବନ୍ଦ କରାଯାଇଛି । 

Advertisment

ଦିଲ୍ଲିର ତିଲକ ବ୍ରିଜ, ରାଜଘାଟ, ମେଟ୍ରୋ, ଆତାବା ମୂଲଚନ୍ଦ୍ ଅଣ୍ଡରପାସ ଇତ୍ୟାଦିରେ ପାଣି ଜମିଥିବାରୁ ଏହି ସ୍ଥାନ ଗୁଡିକ ବନ୍ଦ କରିଦିଆଯାଇଛି । ବର୍ଷା କାରଣରୁ ଦିଲ୍ଲିର ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିଯାଇଛି ବୋଲି ପାଣିପାଗ ବିଭାଗ ତଥା ଆଇ.ଏମ୍.ଡି ପକ୍ଷରୁ ସୂଚନା ଦିଆ।ଯାଇଛି । ଆଇଏମଡି ସୂଚନା ଅନୁଯାୟୀ, ସଫଦରଜଙ୍ଗରେ ଗତ ୨୪ ଘଣ୍ଟା ମଧ୍ୟରେ ଆଜି ସାକଳ ସାଢ ୮ଟା ସୁଦ୍ଧା ୧୩୮.୮ମିମି ବର୍ଷା ହୋଇଯାଇଛି। ଚଳିତ ସିଜିନ୍‌ରେ ଏହା ସବୁଠାରୁ ଅଧିକ ଦିନିକିଆ ବର୍ଷା।  ଆଇଏମଡି ସୂଚନା ଅନୁସାରେ, ଅଗଷ୍ଟ ୨, ୧୯୬୧ରେ ସର୍ବାଧିକ ବର୍ଷା ୧୮୪ ମିଲିମିଟର ରେକର୍ଡ କରାଯାଇଥିଲା। ତା ପରେ ଆଜି ସର୍ବାଧିକ ବର୍ଷା ହୋଇଛି।

Advertisment

 ଗତକାଲିରୁ ଦିଲ୍ଲୀ ଏନ୍‌ସିଆରରେ ବି ବର୍ଷା ଆରମ୍ଭ ହୋଇଥିଲା । ଆଜି ବି ଦିଲ୍ଲୀରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯାହାକୁ ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲିରେ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିଆଣା, ପଞ୍ଜାବ ଓ ଦିଲ୍ଲିର ବିଭିନ୍ନ ସ୍ଥାନମାନଙ୍କରେ ୨୩ ଅଗଷ୍ଟ ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

New Delhi Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ