Advertisment

ଜାତୀୟ ରାଜଧାନୀରେ ୧୫ ଯାଏଁ ବନ୍ଦ ରହିବ ସମସ୍ତ ଘରୋଇ ସ୍କୁଲ

ଆହୁରି ୨ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି।

Delhi private schools asked to remain closed till Jan 15 over cold wave

Delhi private schools asked to remain closed till Jan 15 over cold wave

Advertisment

ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ। ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୯ ଡିଗ୍ରୀକୁ ଖସି ଆସିଛି। ସଫଦରଜଙ୍ଗ ଅଂଚଳରେ ସବୁଠାରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି। ଆର୍ଯ୍ୟ ନଗରରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୨. ୬ ଡିଗ୍ରୀ ରେକର୍ଡ ହୋଇଛି। ଏହି ସବୁ ଅଂଚଳ ସହ ଲୋଧି ରୋଡ, ପାଲମରେ ପ୍ରବଳ ଶୀତ ଅନୁଭୂତ ହେଉଛି।

Advertisment

ଆଜି ସକାଳୁ ସକାଳୁ ସମଗ୍ର ଦିଲ୍ଲୀରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ଗାଡି ମୋଟର, ଟ୍ରେନ୍ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।  ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରାୟ ୨୦ଟି ବିମାନର ଉଡାଣ ବିଳମ୍ବ ହୋଇଥିଲା। ଆହୁରି ୨ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି।

ଅସହ୍ୟ ଶୀତ ଯୋଗୁଁ ଦିଲ୍ଲୀରେ ଜାନୁଆରୀ ୧୫ ଯାଏଁ ବନ୍ଦ ରହିବ ସମସ୍ତ ଘରୋଇ ସ୍କୁଲ। ଶୀତ ଛୁଟି ପରେ ଏହା ଜାନୁଆରୀ ୯ରେ ଖୋଲିବାର ଥିଲା।  ତେବେ ଆସନ୍ତାକାଲି ଏହାକୁ ନଖୋଲି, ଛୁଟିକୁ ଆଉ ସପ୍ତାହେ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର।

Advertisment

ଏନେଇ ଦିଲ୍ଲୀର ସମସ୍ତ ଘରୋଇ ସ୍କୁଲକୁ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସର୍କୁଲାର୍ ଜାରି କରାଯାଇଛି। ଆଜି ଦିଲ୍ଲୀରେ ଶୀତ ରେକର୍ଡ ଭାଙ୍ଗିଛି। ସଫଦରଗଞ୍ଜରେ ଆଜି ସର୍ବନିମ୍ନ ତାପମାତ୍ରା ୧.୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏହା ଜାନୁଆରୀ ମାସରେ ଗତ ୨ ବର୍ଷ ଭିତରେ ସର୍ବନିମ୍ନ ତାପମାତ୍ରା।

Weather News Weather Forecast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ