Advertisment

Delhi Pollution: ଦିଲ୍ଲୀରେ ପୁଣି ଫେରିଛି ପ୍ରଦୂଷଣ, ଯମୁନା ନଦୀରେ ବିଷାକ୍ତ ଫେଣ

ଯମୁନା ନଦୀରେ ବିଷାକ୍ତ ଫେଣର ଆସ୍ତରଣ । ରାଜଧାନୀ ଦିଲ୍ଲୀରେ AQI ସର୍ବନିମ୍ନ ୨୭୪ରେ ।

ଅଦ୍ୟତନ ହୋଇଛି
Delhi pollution

Delhi pollution

Advertisment

ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଦୀପାବଳି ପୂର୍ବରୁ ବିଷାକ୍ତ ହୋଇଗଲାଣି ରାଜଧାନୀର ବାୟୁ । ଆଜି ସକାଳୁ ସକାଳୁ ଦିଲ୍ଲୀ ଓ ଏନସିଆର୍  ଅଞ୍ଚଳରେ ପ୍ରଦୂଷଣର ମୋଟା ଚାଦର ଦେଖିବାକୁ ମିଳିଛି । ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ଓ ଅତ୍ୟନ୍ତ ଖରାପ ଶ୍ରେଣୀରେ ପହଞ୍ଚିଥିବା ରେକର୍ଡ କରାଯାଇଛି । ସର୍ବନିମ୍ନ AQI ୨୭୪ରେ ପହଞ୍ଚିଛି । 

Advertisment

ସେହିପରି ୧୩ଟି ହଟ୍ ସ୍ପଟ୍ ଚିହ୍ନଟ କରାଯାଇଛି, ଯେଉଁଠି ବାୟୁର ମାନ ଅତି ନିମ୍ନସ୍ତରକୁ ଚାଲିଯାଇଥିବା ରେକର୍ଡ ହୋଇଛି । ଆଜି ବି ଯମୁନାରେ ଭାସୁଛି ବିଷ। ଗତକାଲିଠୁ ଆଜି ବହୁ ପରିମାଣର ବିଷାକ୍ତ ଫେଣ ଭାସୁଛି । ଯୁଆଡ଼େ ଚାହିଁବେ ସିଆଡ଼େ ପ୍ରଦୂଷଣର ଧଳା ଚାଦର ଭଳି ଘୋଡ଼ାଇ ରହିଛି ଫେଣ । କିଛି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଜି ଯମୁନା ସଫେଇ କରାଯାଉଛି ।

Advertisment

ଦିଲ୍ଲୀର ଅକ୍ଷରଧାମ ଓ ଏହାର ଆଖପାଖ ଅଞ୍ଚଳରେ ଧୂଆଁର ଏକ ଚାଦର ଛାଇଯାଇଛି, କାରଣ ଏହି ଅଞ୍ଚଳର AIQ ବୃଦ୍ଧି ପାଇଁ ୩୩୪ରେ ପହଞ୍ଚି ଯାଇଛି। ଗତ ଦୁଇ ଦିନ ମଧ୍ୟରେ ପ୍ରଦୂଷଣ ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି ଯାହା ଅନେକ ସମସ୍ୟା ସୃଷ୍ଟି କରୁଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଉଚିତ ପଦକ୍ଷେପ ନେବା ଉଚିତ୍ ବୋଲି ଏଠାକାର ଜଣେ ବାସିନ୍ଦା କହିଛନ୍ତି।

ଦିଲ୍ଲୀ-ଏନ୍‌ସିଆର୍‌ରେ ଶନିବାର ସକାଳେ ବାୟୁ ପ୍ରଦୂଷଣର ସ୍ତର ଖରାପ ଓ ଅତ୍ୟନ୍ତ ଖରାପ ଶ୍ରେଣୀରେ ପହଞ୍ଚିଥିବା ରେକର୍ଡ କରାଯାଇଛି। ଦିଲ୍ଲୀର ମୁଣ୍ଡକାରେ ସବୁଠୁ ଖରାପ ରହିଛି ବାୟୁର ଗୁଣବତ୍ତା। ଏଠାରେ AQI ୩୭୨ ରହିଛି। ସେହିପରି ବବାନାରେ ୩୬୬, ଜାହାଙ୍ଗିରପୁରୀରେ ୩୫୩, ଦ୍ୱାରକାରେ ୩୪୩, ଆନନ୍ଦ ବିହାରରେ ୩୩୪ ଥିବା ରେକର୍ଡ କରାଯାଇଛି। ଏହା ବ୍ୟତୀତ ନୋଏଡାରେ ୨୨୬ ଓ ଫରିଦାବାଦର AQI ୨୦୯ ରେକର୍ଡ ହୋଇଛି।

Advertisment
Delhi Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ