Advertisment

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଖାରଜ

ସିବିଆଇ କହିଥିଲା ଯେ ଶ୍ରୀ ଜୈନ ଓ ତାଙ୍କ ପରିବାର ୪ଟି ଶେଲ କମ୍ପାନୀ ଖୋଲିଥିଲେ।

ଅଦ୍ୟତନ ହୋଇଛି
Satyendar Jain

Satyendar Jain

Advertisment

ନୂଆଦିଲ୍ଲୀ: ନିରାଶ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ଶ୍ରୀ ଜୈନ ଜାମିନ ଆବେଦନ କରିଥିଲେ। ହେଲେ ଆଜି ତାଙ୍କ ଆବେଦନକୁ ଦିଲ୍ଲୀର ଗୋଟିଏ କୋର୍ଟ ଖାରଜ କରି ଦେଇଛନ୍ତି।

Advertisment

କୋଲକାତାସ୍ଥିତ ଏକ କମ୍ପାନୀକୁ ହାୱଲା କାରବାର ଲିଙ୍କ୍‌ ମାମଲାରେ ଅଭିଯୁକ୍ତ ଥିବା ସତ୍ୟନ୍ଦ୍ରଙ୍କୁ ଗିରଫ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ୮ ବର୍ଷ ତଳର ଏକ ପୁରୁଣା ମାମଲାରେ ଇଡି ପୂର୍ବରୁ ୨୦୧୮ରେ ସତ୍ୟନ୍ଦ୍ର ଜୈନଙ୍କୁ ପଚରାଉଚରା କରିଥିଲା। ୨୦୧୫-୧୬ରେ ସେ କୋଲାକାତା ଭିତ୍ତିକ ଗୋଟିଏ ଫାର୍ମ ସହ ବେଆଇନ ଆର୍ଥିକ କାରବାରରେ ମାମଲାରେ ସାମିଲ ଥିବା ଇଡି ଅଭିଯୋଗ କରିଛି। ଏଥିପାଇଁ ତାଙ୍କୁ ଗତ ମାସରେ ଗିରଫ କରାଯାଇଥିଲା। ୧.୬୨ କୋଟି ଟଙ୍କାର ହେରଫେର ଅଭିଯୋଗ ଆସିବା ପରେ ସିବିଆଇ ୨୦୧୭ରେ ପ୍ରଥମେ ଶ୍ରୀ ଜୈନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ମାମଲା ରୁଜୁ କରିଥିଲା।

ସିବିଆଇ କହିଥିଲା ଯେ ଶ୍ରୀ ଜୈନ ଓ ତାଙ୍କ ପରିବାର ୪ଟି ଶେଲ କମ୍ପାନୀ ଖୋଲିଥିଲେ। ଏହି କମ୍ପାନୀଗୁଡ଼ିକ ନାଁରେ ୨୦୧୧-୧୨ରେ ୧୧.୭୮ କୋଟି ଓ ୨୦୧୫-୧୬ରେ ୪.୬୩ କୋଟି ଟଙ୍କା ଚଳୁ କରାଯାଇଥିଲା। ସିବିଆଇ ଏଫଆଇଆରକୁ ଆଧାର ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଶ୍ରୀ ଜୈନ ଓ ତାଙ୍କ ପରିବାର ଲୋକଙ୍କ ଏକାଧିକ ଠିକଣାରେ ରେଡ୍‌ ମଧ୍ୟ ହୋଇଥିଲା। ରେଡ୍‌ ପରେ ଗତ ମାସରେ ଇଡିର ଅଧିକାରୀମାନେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛନ୍ତି।

Advertisment

ସେପଟେ ୮ ବର୍ଷ ତଳର ଏହି ପୁରୁଣା ମାମଲା ସଂପୂର୍ଣ୍ଣ ଜାଲ ବୋଲି ସତ୍ୟନ୍ଦ୍ରଙ୍କ ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଷୋଦିଆ । ସେ କହିଛନ୍ତି, ହିମାଚଳ ପ୍ରଦେଶ ନିର୍ବାଚନ ଲାଗି ସତ୍ୟନ୍ଦ୍ର ଆପ୍‌ର ନିର୍ବାଚନ ଇନଚାର୍ଜ ରହିଛନ୍ତି । ସେ ଯେପରି ଆଉ ହିମାଚଳ ପ୍ରଦେଶ ଯାଇ ନପାରିବେ, ସେଥାପାଇଁ ତାଙ୍କୁ ଗିରଫ କରାଯାଇଥିବା ଶିିଷୋଦିଆ ଅଭିଯୋଗ କରିଛନ୍ତି ।

Health Minister Satyendar Jain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ