• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମା’କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ପୁଅ । ଦିଲ୍ଲୀର ବୁଦ୍ଧବିହାର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୨୫ ବର୍ଷୀୟ ଯୁବକ ନିଜ ମାଆକୁ ହତ୍ୟା କରିବା ପରେ ନିଜେ ଜୀବନ ହାରି ଦେଇଛନ୍ତି । ଘରୁ ଦୁର୍ଗନ୍ଧ ହେବା ପରେ ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ । ତେବେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ । ଏବେ ପୋଲିସ୍‌ ହାତରେ ଲାଗିଛି ୭୭ ପେଜ୍‌ର ସୁଇସାଇଡ୍‌ ନୋଟ୍‌ ।

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଏକ ଫ୍ଲାଟରେ ଦୁର୍ଗନ୍ଧ ଆସୁଥିବା ନେଇ ପଡ଼ୋଶୀ ଫୋନ୍‌ କରି ଜଣାଇଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲା । ତେବେ ଭିତରକୁ ପଶିବା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଜଣେ ଯୁବକଙ୍କର ରକ୍ତ ଜୁଡୁବୁଡୁ ଶବ ଖଟ ଉପରେ ପଡ଼ିଥିଲା । ଭିତର କୋଠରୀରେ ଜଣେ ମହିଳାଙ୍କ ମୃତଦେହ ମଧ୍ୟ ପଡ଼ିଥିଲା । ହେଲେ ସେତେବେଳକୁ ମହିଳାଙ୍କ ଶରୀର ସଂପୂର୍ଣ୍ଣ ନଷ୍ଟ ହୋଇସାରିଥିଲା ।

ପୋଲିସ ଛାନଭିନ୍ ସମୟରେ ଯୁବକ ଛାଡ଼ିଯାଇଥିବା ୭୭ ପୃଷ୍ଠାର ସୁଇସାଇଡ୍ ନୋଟ୍‌ ପୋଲିସ୍‌କୁ ମିଳିଛି । ଯେଉଁଥିରେ ସେ ମା'କୁ ହତ୍ୟା କରିବାର ଉପାୟ ଏବଂ ଆତ୍ମହତ୍ୟା କରିବାର କାରଣ ବିଷୟରେ ଲେଖିଛନ୍ତି । ଆତ୍ମହତ୍ୟା ନୋଟରେ ଯୁବକ ଜଣକ ଲେଖିଛନ୍ତି, ସେ ତାଙ୍କ ମାତାଙ୍କୁ ସେପ୍ଟେମ୍ବର ୧ ରେ ହତ୍ୟା କରିଛନ୍ତି ଏବଂ ସେ ଆଜି ଆତ୍ମହତ୍ୟା କରୁଛନ୍ତି ।

ମୃତ ଯୁବକ ଜଣକ ସୋନୁ ବୋଲି ଚିହ୍ନଟ କରିଛି ପୋଲିସ୍‌ । ଆଉ ତାଙ୍କ ମା’ଙ୍କ ନାମ ମିଥଲେଶ ବୋଲି କୁହାଯାଉଛି । ଉଭୟ ମା ଏବଂ ପୁଅ ରୋହିଣୀ ସେକ୍ଟର -୨୪ ର ଏକ ତିନି ମହଲା ଘରେ ରହୁଥିଲେ । ରବିବାର ରାତିରେ ପଡୋଶୀମାନେ ଘରୁ ଦୁର୍ଗନ୍ଧ ବାହାରିବା ପରେ ପୋଲିସକୁ ସୂଚନା ଦେଇଥିଲେ ।

ସୂଚନା ପାଇବା ମାତ୍ରେ ବୁଦ୍ଧବିହାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘର ଭିତରକୁ ଯିବାବେଳେ ସୋନୁଙ୍କ ମୃତଦେହ ଖଟ ଉପରେ ପଡ଼ି ରହିଥିଲା । ଏହା ସହିତ ତାଙ୍କ ମା’ଙ୍କର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଥିଲା । ସୋନୁଙ୍କ ମୃତଦେହ ନିକଟରୁ କିଛି ଅସ୍ତ୍ରଶସ୍ତ୍ର ଏବଂ ଆତ୍ମହତ୍ୟା ନୋଟ୍ ମିଳିଥିଲା । ଏବେ ହତ୍ୟାକାଣ୍ଡ ସମ୍ପର୍କରେ ଛାନଭିନ୍‌ କରୁଛି ପୋଲିସ୍‌ ।