Advertisment

ସାବଧାନ ! ଆପଣ ଦୌଡ଼ୁଥିବା ଟ୍ରେଡ୍‌ ମିଲ୍‌ରେ କରେଣ୍ଟ ଚାର୍ଜ ହୋଇନି ତ..? ଥରେ ପରଖି ନିଅନ୍ତୁ

ମୃତକ ଯୁବକଙ୍କ ବୟସ ୨୪ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ନାଁ ସକ୍ଷମ ପୃଥି ବୋଲି ସୂଚନା ରହିଛି ।

ଅଦ୍ୟତନ ହୋଇଛି
Trade Meal

Trade Meal

Advertisment

ଟ୍ରେଡ୍‌ ମିଲ୍‌ ନେଲା ଜୀବନ । ସକାଳ ପ୍ରାୟ ୬ଟା ବେଳେ ଘରୁ ଗୋଟିଏ ଫଳ ସେଓ ଖାଇ ଜିମ୍‌ ବାହାରି ଆସିଥିଲେ ଯୁବକ ଜଣକ । ଆଉ ତାହା ହିଁ ଥିଲା ତାଙ୍କର ଶେଷ ଖାଦ୍ୟ । ଶେଷ ଥର ପାଇଁ ସେ ଦେଖିଥିଲେ ନିଜର ପରିବାର ଲୋକଙ୍କୁ । କାରଣ ଜିମ୍‌ରେ ପହଞ୍ଚି ୱାର୍କଆଉଟ୍‌ ସାରି ଟ୍ରେଡ୍‌ ମିଲ୍‌ରେ ଦୌଡ଼ିବା ବେଳେ ଚାଲିଗଲା ତାଙ୍କର ଜୀବନ । ଜିମ୍ ମାଲିକଙ୍କ ସାମାନ୍ୟ ଭୁଲ ଯୋଗୁଁ ଗୋଟିଏ ନିରୀହ ଜୀବନ ଆଜି ଆଖିବୁଜି ଦେଇଛି ।

Advertisment

ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦେଶର ରାଜଧାନୀ ଦିଲ୍ଲୀରେ । ନୂଆଦିଲ୍ଲୀର ରୋହିଣି ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଘଟଣା । ଖବର ପାଇ ଯୁବକଙ୍କ ପରିବାରରେ ଖେଳିଯାଇଛି ଶୋକର ଛାୟା ।ଭୋ-ଭୋ ହୋଇ କାନ୍ଦୁଛନ୍ତି ଯୁବକଙ୍କ ମାଆ । ଆଉ ସବୁ ଦୋଷ ଦେଉଛନ୍ତି ଜିମ୍‌ ମାଲିକଙ୍କୁ । କାରଣ ଟ୍ରେଡମିଲ୍‌ରେ ଯୁବକ ଦୌଡ଼ୁଥିବା ବେଳେ ହଠାତ୍‌ ସେଥିରେ ବିଦ୍ୟୁତ୍‌ ସଂଯୋଗ ହୋଇଗଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ମୃତକ ଯୁବକଙ୍କ ବୟସ ୨୪ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ନାଁ ସକ୍ଷମ ପୃଥି ବୋଲି ସୂଚନା ରହିଛି ।

ପୁରା କାହାଣୀଟି ହେଲା...

ରୋହିଣି ଅଞ୍ଚଳର ସକ୍ଷମ ବି.ଟେକ୍‌ ପାସ୍‌ କରିଥିବା ବେଳେ ଗୁରଗ୍ରାମରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ସେ ସବୁଦିନ ବ୍ୟାୟାମ୍‌ କରିବା ନିମନ୍ତେ ଘର ନିକଟରେ ଥିବା Gymplex Fitness Zone ଜିମ୍‌କୁ ଯାଇଥାନ୍ତି। ଗତ ମଙ୍ଗଳବାର ସକାଳ ସମୟରେ ସକ୍ଷମ ଜିମ୍‌ରେ ଥିବା ଟ୍ରେଡମିଲ୍‌ରେ ଦୌଡ଼ୁଥିବା ବେଳେ ହଠାତ୍‌ ସେଥିରେ ବିଦ୍ୟୁତ୍‌ ଚାର୍ଜ ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସକ୍ଷମ ପଡ଼ି ଯାଇଥିଲେ।

Advertisment

ସେହି ସମୟରେ ଜିମ୍‌ରେ ଉପସ୍ଥିତ ଅନ୍ୟମାନେ ତାଙ୍କୁ ତୁରନ୍ତ ମେଡିକାଲ ନେଇଯାଇଥିଲେ । ସେଠାରେ ଡାକ୍ତର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସକ୍ଷମଙ୍କ ପରିବାର ଲୋକ ମେଡିକାଲରେ ପହଞ୍ଚିଥିଲେ। ସେଠାରେ ଶୋକର ଛାୟା ଖେଳିଯାଇଥିଲା । ଭେଣ୍ଡିଆ ପୁଅର ମୃତଦେହ ଦେଖି ବାପାମା’ ନିଜ କୋହ ସମ୍ଭାଳି ପାରି ନଥିଲେ।

ଅନ୍ୟପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜିମ୍‌ ମାଲିକଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଖାଲି ସେତିକି ନୁହେଁ ସବୁ ଜିମ୍ ମାଲିକ ଦାୟିତ୍ୱବାନ୍‌ ହେବାକୁ ମଧ୍ୟ କୁହାଯାଇଛି । ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହୁଏ ସେଥିପାଇଁ ଅନ୍ୟ ଜିମ୍‌ ମାଲିକଙ୍କୁ ମଧ୍ୟ ତାଗିଦ୍‌ କରାଯାଇଛି ।

Advertisment
Gym
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ