ସ୍କୁଲ ପରେ ହସ୍ପିଟାଲକୁ ମିଳିଲା ବୋମା ଧମକ, ଆତଙ୍କିତ ଅବସ୍ଥାରେ ଦିଲ୍ଲୀବାସୀ

ଦିଲ୍ଲୀ ହସ୍ପିଟାଲକୁ ମିଳିଛି ବୋମା ଧମକ । ଦିଲ୍ଲୀରେ ଥିବା ଚାରୋଟି ହସ୍ପିଟାଲକୁ ମିଳିଲା ବୋମା ଧମକ । ହସ୍ପିଟାଲଗୁଡ଼ିକ ହେଲା ଦୀପଚାନ୍ଦ ବନ୍ଧୁ ହସ୍ପିଟାଲ୍, ଦାଦା ଦେବ ହସ୍ପିଟାଲ୍, ହେଡଗୱାର୍ ହସ୍ପିଟାଲ୍ ଏବଂ ଗୁରୁ ତେଗ ବାହାଦୂର ହସ୍ପିଟାଲ୍ ।

Delhi Hospital

ଦିଲ୍ଲୀ ହସ୍ପିଟାଲକୁ ମିଳିଛି ବୋମା ଧମକ । ଦିଲ୍ଲୀରେ ଥିବା ଚାରୋଟି ହସ୍ପିଟାଲକୁ ମିଳିଲା ବୋମା ଧମକ । ହସ୍ପିଟାଲଗୁଡ଼ିକ ହେଲା ଦୀପଚାନ୍ଦ ବନ୍ଧୁ ହସ୍ପିଟାଲ୍, ଦାଦା ଦେବ ହସ୍ପିଟାଲ୍, ହେଡଗୱାର୍ ହସ୍ପିଟାଲ୍ ଏବଂ ଗୁରୁ ତେଗ ବାହାଦୂର ହସ୍ପିଟାଲ୍ । ଆଜି ସକାଳେ ବୋମା ଧମକ ମିଳିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଧମକ ମିଳିଥିଲା ।

ଗତ କିଛିଦିନ ଭିତରେ ଦିଲ୍ଲୀର ପ୍ରାୟ ୬-୭ ଟି ହସ୍ପିଟାଲକୁ ବୋମା ଧମକ ମିଳିସାରିଛି । ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, ବିମାନବନ୍ଦରକୁ ମେ ୧୨ ରେ ଏକ ଅଜ୍ଞାତ ଆକାଉଣ୍ଟରୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା । ସେହିଭଳି ବୁରାରୀ ସରକାରୀ ହସ୍ପିଟାଲ ଓ ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ହସ୍ପିଟାଲ ସମେତ ଦୁଇଟି ସରକାରୀ ଡାକ୍ତରଖାନାକୁ ମଧ୍ୟ ଏପରି ଧମକ ମିଳିଥିଲା । ଏନେଇ ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ସ୍କୁଲ ପରେ ଏବେ ବିମାନବନ୍ଦରରେ ବୋମା ଥିବା ନେଇ ଆସିଲା ଇ-ମେଲ୍ !

ଏହା ସହ ପ୍ରାୟ ଦୁଇ ସପ୍ତାହ ତଳେ ଦିଲ୍ଲୀ-ଏନସିଆରରେ ଥିବା ୧୫୦ରୁ ଅଧିକ ବିଦ୍ୟାଳୟକୁ ମଧ୍ୟ ବୋମା ଧମକ ମିଳିଥିଲା। ଏହାକୁ ନେଇ ଅଭିଭାବକଙ୍କ ମହଲରେ ଆତଙ୍କ ସୃଷ୍ଟି ହୋଇଥିଲା । ତେବେ ଗୃହ ମନ୍ତ୍ରଣାଳୟ (MHA) ଏକ ସରକାରୀ ବିବୃତ୍ତି ଜାରି କରି ଉକ୍ତ ଇମେଲକୁ ଫେକ୍ ବୋଲି ଦର୍ଶାଇଥିଲା । ସେହିପରି ଗତ ୧୨ ତାରିଖ ଅପରାହ୍ନ ୩ ଟାରେ ବୁରାରି ହସ୍ପିଟାଲକୁ ବୋମା ଧମକ ମିଳିଥିବା ପୋଲିସ ସୂଚନା ପାଇଥିଲା ।

ଏହା ପରେ ପରେ ସହରର ଅନ୍ୟାନ୍ୟ ଡାକ୍ତରଖାନାରୁ ମଧ୍ୟ ସମାନ ଅଭିଯୋଗ ଆସିଥିଲା । ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲେ ସୁଦ୍ଧା କୌଣସି ଅଗ୍ରଗତି ହୋଇନାହିଁ । ଏହା ପରେ ଆଜି ମଧ୍ୟ ୪ ଟି ହସ୍ପିଟାଲରୁ ଧମକ ମିଳିବା ପୋଲିସର ଚିନ୍ତା ବଢ଼ାଇ ଦେଇଛି । ତଦନ୍ତ ଚାଲିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାକ ପୋଲିସର ହସ୍ତଗତ ହୋଇନାହିଁ ।

ସେହିପରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୌଣସି ସନ୍ଦେହଜନକ ଜିନିଷ ମିଳିଲେ ଖବର ଦେବାକୁ ଅନୁରୋଧ କରାଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷ ସନ୍ଧ୍ୟା ୬ ଟାରେ ଧମକପୂର୍ଣ୍ଣ ଇମେଲ ପାଇଥିବା ପୋଲିସ କହିଛି ।