Car hit several people on Wednesday
ଦିଲ୍ଲୀ ଗାଜିପୁରରେ ହିଟ୍ ଆଣ୍ଡ ରନ୍ ମାମଲା। ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କାଦେଲା କାର୍। ଆଉ ସଙ୍ଗେସଙ୍ଗେ ସେଠାରୁ ଫେରାର ମାରିଲା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।
ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଏକ ଠେଲାଗାଡ଼ି ନେଇ ଜଣେ ବ୍ୟବସାୟୀ ରାସ୍ତା ପାର ହେଉଥିଲେ। ଏହି ସମୟରେ ଏକ କାର ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଉଛି। ଆଉ ସଙ୍ଗେସଙ୍ଗେ ସେଠାରୁ ଚାଲିଯାଉଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ସୀତା ଦେବୀ।
ଅଧିକ ପଢ଼ନ୍ତୁ: ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତ ଏବଂ ଗୁରୁତରଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710391898.jpg)