Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ‌ଅଷ୍ଟମ ନୋଟିସରେ ବି ହାଜର ହେବେନି କେଜ୍ରିୱାଲ୍

ଗତ ୭ଟି ନୋଟିସରେ ହାଜର ହୋଇନଥିବା କେଜ୍ରିୱାଲ୍ ଅଷ୍ଟମ ନୋଟିସରେ ବି ହାଜର ହେବେନି। କିନ୍ତୁ ମାର୍ଚ୍ଚ ୧୨ ତାରିଖ ପରେ ଭିଡିଓ କନଫରେନସିଂରେ ହାଜର ହୋଇ ଏନେଇ ଜବାବ ରଖିପାରିବେ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Delhi excise policy case

Delhi excise policy case

Advertisment

ବଢିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡରିଂ ମାମଲାରେ ହାଜର ହେଉନାହାନ୍ତି କେଜ୍ରିୱାଲ। ଇଡିର ବାରମ୍ୱାର ସମନକୁ ଏଡାଇ ଯାଉଛନ୍ତି। ମାତ୍ର ଏଥର ହାଜର ନହେଲେ ମଧ୍ୟ ଜବାବ ଦେବେ ବୋଲି କହିଛନ୍ତି କେଜ୍ରିୱାଲ।

Advertisment

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବରୁ ୭ଥର ନୋଟିସ୍ କରିସାରିଛି ଇଡି। ହେଲେ ସେ ଥରେ ସୁଦ୍ଧା ହାଜର ହୋଇନାହାନ୍ତି। ଗତ ୭ଟି ନୋଟିସରେ ହାଜର ହୋଇନଥିବା କେଜ୍ରିୱାଲ୍ ଅଷ୍ଟମ ନୋଟିସରେ ବି ହାଜର ହେବେନି। କିନ୍ତୁ ମାର୍ଚ୍ଚ ୧୨ ତାରିଖ ପରେ ସେ ଭିଡିଓ କନଫରେନସିଂରେ ହାଜର ହୋଇ ଏନେଇ ଜବାବ ରଖି ପାରିବେ ବୋଲି କହିଛନ୍ତି।

Advertisment

ଆଜି କେଜରିୱାଲଙ୍କୁ ହାଜର ହେବାକୁ ଅଷ୍ଟମ ନୋଟିସ୍ କରିଥିଲା ଇଡି। ହେଲେ ଆଜି ବି ଏହାକୁ ଏଡ଼ାଇ ଯାଇଛନ୍ତି। ଇଡିର ଏହି ନୋଟିସ୍ ବେଆଇନ ଦର୍ଶାଇ କୋର୍ଟରେ ଆବେଦନ କରିଛି ଆମ୍ ଆଦମୀ ପାର୍ଟି। ଯାହାର ଶୁଣାଣି ଆସନ୍ତା ୧୬ ତାରିଖରେ ରହିଛି। ନିର୍ବାଚନ ତାରିଖ ପାଖଉଥିବା ବେଳେ ଇଡି ଓ କେଜ୍ରିୱାଲଙ୍କ ମଧ୍ୟରେ ଏହି ଛକାପଞ୍ଝା ବଢ଼ିବାରେ ଲାଗିଛି।

କେଜ୍ରିୱାଲଙ୍କୁ ବାରମ୍ୱାର ସମନ ଜାରି କରାଯାଉଛି। ମାତ୍ର ସେ ସବୁକୁ ଅଣଦେଖା କରି କୋର୍ଟରେ ହାଜର ହେଉନାହାନ୍ତି। ତାଙ୍କୁ ୭ଥର ଡକାଯିବା ସତ୍ତ୍ୱେ ସେ ଇଡିରେ ହାଜର ହୋଇନଥିଲେ। ଗତବର୍ଷ ନଭେମ୍ବର ୨, ଡିସେମ୍ବର ୨୧ ଏବଂ ଚଳିତ ବର୍ଷ ଜାନୁୟାରୀ ୩ ଏବଂ ଜାନୁଆରୀ ୧୮, ଫେବୃଆରୀ ୨, ଫେବୃଆରୀ ୧୯, ଫେବୃଆରୀ ୨୬ରେ ସମନ ଜାରି ହୋଇଥିଲା।

Advertisment

କେଜ୍ରିୱାଲ ଏହା ପୂର୍ବରୁ ଇଡିକୁ ଏକ ଚିଠି ଲେଖି ଏହାକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ। କେଜ୍ରିୱାଲ ଅଭିଯୋଗ କରିଛନ୍ତି ଏପରି ସମନ କରିବାର ଉଦ୍ଦେଶ୍ୟ ହେଉଛି ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାରରୁ ନିବୃତ୍ତ କରିବା। କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାରକୁ ହଟାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେଷ୍ଟା କରୁଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି।

Enforcement Directorate Delhi CM Arvind Kejriwal Delhi Excise Policy Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ