Advertisment

ଜେଲ୍‌ ବାଥରୁମ୍‌ରେ ବେହୋସ ହୋଇଗଲେ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ

ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଗତକାଲି ତାଙ୍କର ମୁଣ୍ଡ ବୁଲାଇବା ଯୋଗୁ ତିହାର ଜେଲ୍‌ର ବାଥରୁମ୍‌ରେ ସେ ପଡ଼ି ଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Ex Minister Satyendar Jain Fell In Jail Bathroom

Delhi Ex Minister Satyendar Jain Fell In Jail Bathroom

ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ତାଙ୍କୁ ଏବେ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ସତ୍ୟେନ୍ଦ୍ରଙ୍କୁ ଡିଡିୟୁ ହସ୍ପିଟାଲ୍‌ରୁ ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଗତକାଲି ତାଙ୍କର ମୁଣ୍ଡ ବୁଲାଇବା ଯୋଗୁ ତିହାର ଜେଲ୍‌ର ବାଥରୁମ୍‌ରେ ସେ ପଡ଼ି ଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏହା ପୂର୍ବରୁ ମଧ୍ୟ ସତ୍ୟେନ୍ଦ୍ର ଜେଲ୍‌ର ବାଥରୁମ୍‌ରେ ବେହୋସ ହୋଇ ଯାଇଥିଲେ ଓ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

ମନି ଲଣ୍ଡରିଂ ମାମଲାରେ ପ୍ରାୟ ବର୍ଷେ ହେଲାଣି ସତ୍ୟେନ୍ଦ୍ର ଜୈନ ଜେଲ୍‌ରେ ବନ୍ଦୀ ଅଛନ୍ତି। ଇଡି ଦ୍ୱାରା ରୁଜୁ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଗତବର୍ଷ ମେ’ ୩୦ରେ ଗିରଫ ହୋଇଥିଲେ। ସେବେଠାରୁ ସେ ଜେଲ୍‌ରେ ଅଛନ୍ତି। ଗତ ଗୁରୁବାର ସେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କୋର୍ଟରେ ଜୈନଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ସତ୍ୟେନ୍ଦ୍ର ବର୍ତ୍ତମାନ ଅତ୍ୟନ୍ତ ସାଂଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ଓଜନ ୩୫ କିଲୋ କମି ସାରିଲାଣି ବୋଲି ଆଇନଜୀବୀ କୋର୍ଟଙ୍କୁ ଜଣାଇଥିଲେ।

Advertisment

ଏହା ଶୁଣିବା ପରେ ସୁପ୍ରିମକୋର୍ଟ ନୋଟିସ କରିବା ସହ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଜୈନଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ଅବକାଶକାଳୀନ ବେଞ୍ଚଙ୍କ ନିକଟରେ ଆବେଦନ କରିବାକୁ ଅନୁମତି ଦେଇଥିଲେ। 

Advertisment
Advertisment