Advertisment

ସିସୋଦିଆଙ୍କୁ ହାଇକୋର୍ଟ ଝଟକା, ମିଳିଲାନି ଜାମିନ !

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମିଳିଲାନି ବେଲ୍ । ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ଆମ୍ ଆଦମୀ ପାର୍ଟି ।

ଅଦ୍ୟତନ ହୋଇଛି
Delhi HC rejects AAP leader Manish Sisodia's bail plea

Manish Sisodia

Advertisment

ସିସୋଦିଆଙ୍କୁ ହାଇକୋର୍ଟ ଝଟକା। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ହାଇକୋର୍ଟ ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରି ଦେଇଛନ୍ତି। ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ କହିଛି ଆମ୍ ଆଦମୀ ପାର୍ଟି। ଗତକାଲି ଦିଲ୍ଲୀ ରାଉଜ୍ ଏଭେନ୍ୟୁ କୋର୍ଟ ସିସୋଦିଆଙ୍କ ହାଜତ ମିଆଦକୁ ମେ ୩୧ ତାରିଖ ଯାଏଁ ବୃଦ୍ଧି କରିଥିଲେ। ଆଜି ହାଇକୋର୍ଟ ତାଙ୍କୁ ବେଲ୍ ଦେଇନାହାନ୍ତି।

Advertisment

କୋର୍ଟ କହିଛନ୍ତି, ସିସୋଦିଆ ନିଜ ପଦବୀର ଦୁରୁପଯୋଗ କରି ଅବକାରୀ ନୀତି ପ୍ରସ୍ତୁତ କରିବାରେ ଦିଲ୍ଲୀବାସୀଙ୍କ ବିଶ୍ବାସ ଭାଙ୍ଗିଛନ୍ତି। ସେ ଅତି ପ୍ରଭାବଶାଳୀ, ତାଙ୍କୁ ଜାମିନ ମିଳିଲେ ସାକ୍ଷୀ ଓ ତଥ୍ୟକୁ ପ୍ରଭାବିତ କରିବା ଆଶଙ୍କା ରହିଛି, ତେଣୁ ତାଙ୍କୁ ଜାମିନ ଦେଇ ହେବନାହିଁ ବୋଲି କହିଛନ୍ତି ବିଚାରପତି।

ଅଧିକ ପଢ଼ନ୍ତୁ: ଦେଶରେ ସନ୍ଦିଗ୍ଧ ISISI ଏଜେଣ୍ଟ୍ ! ବିମାନବନ୍ଦର ଉଡ଼ାଇବାକୁ ଦେଇଥିଲେ ଧମକ

Advertisment

୫୨ ବର୍ଷୀୟ ସିସୋଦିଆ ଦୁର୍ନୀତି ସହ ଜଡ଼ିତ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବିଶେଷ କରି ସେ ବୈଦ୍ୟୁତିକ ପ୍ରମାଣକୁ ନଷ୍ଟ କରିବା କାମରେ ଲିପ୍ତ ଥିବା କୁହାଯାଇଛି। ତେଣୁ ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମା ତାଙ୍କୁ ଆଜି ଜାମିନ ଦେଇ ନାହାନ୍ତି। ସନ୍ଧ୍ୟା ୬.୨୮ରେ ଜଷ୍ଟିସ ଶର୍ମା ରାୟ ପଢ଼ିବା ଆରମ୍ଭ କରିଥିଲେ। ସେ ୨୨ ମିନିଟ ଧରି ରାୟର ବିଷୟବସ୍ତୁ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ହାଇକୋର୍ଟ କହିଛନ୍ତି ଯେ “ଏହି ମାମଲାରେ ଆବେଦନକାରୀ ନିଜ ସପକ୍ଷରେ ଜାମିନ ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି।” ହାଇକୋର୍ଟଙ୍କ କହିବା କଥା ଯେ ସିସୋଦିଆ ଜଣେ କ୍ଷମତା ଓ ପ୍ରଭାବଶାଳୀ ବ୍ୟକ୍ତି। ଦିଲ୍ଲୀ ସରକାରରେ ତାଙ୍କର ବେଶ ଦବଦବା ରହିଛି। ୨୦୨୩ ମାର୍ଚ୍ଚ ମାସରେ ଇଡି ସିସୋଦିଆଙ୍କୁ ଗିରଫ କରିବା ବେଳେ ସେ ୧୮ଟି ବିଭାଗର ଦାୟିତ୍ୱରେ ରହିଥିଲେ।

Advertisment

ଅବକାରୀ ନୀତିକୁ ଲୋକମାନେ ସମର୍ଥନ କରୁଥିବା ସିସୋଦିଆ ଦେଖାଇବାକୁ ଚେଷ୍ଟା କରିଥିଲେ। ବାସ୍ତବରେ ଏହା କେବଳ କିଛି ବ୍ୟକ୍ତିବିଶେଷଙ୍କୁ ଫାଇଦା ଦେବା ପାଇଁ ଉପଲବ୍ଧ ଥିଲା। ନୀତି ଦ୍ୱାରା ବ୍ୟାପକ ଦୁର୍ନୀତି ହୋଇଛି ବୋଲି କୋର୍ଟ ମତ ରଖିଛନ୍ତି।

ଅଧିକ ପଢ଼ନ୍ତୁ: ଖରାପମାନର ସୁନ ପାମ୍ପୁଡି ବିକି ଅଡୁଆରେ ପତଞ୍ଜଳି; ବନ୍ଧା ହେଲେ କର୍ମଚାରୀ

Rephrase with Ginger (Ctrl+Alt+E)
Manish Sisodia AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ