Advertisment

୮ ମାସରେ ୪୬ କେଜି ଓଜନ କମାଇଲେ ପୋଲିସ ବାବୁ...ଥିଲା ୧୩୦, ହେଲା ୮୪

୮ ମାସରେ ତାଙ୍କର ଅଣ୍ଟାର ମୋଟାପଣ ୧୨ ଇଂଚ ହ୍ରାସ ପାଇଥିଲା।

ଅଦ୍ୟତନ ହୋଇଛି
Delhi Cop Sheds 46 Kg In 8 Months

Delhi Cop Sheds 46 Kg In 8 Months

Advertisment

ମୋଟାପଣ ଦୂର ହେବା ପରେ ପୁରସ୍କୃତ ହେଲେ ପୋଲିସ ବାବୁ। ୮ ମାସରେ ୪୬ କେଜି କମାଇ ଚର୍ଚ୍ଚାରେ ପୋଲିସ ଅଫିସର୍। କଥାରେ ଅଛି ଚାକିରି କରିବ ପୋଲିସ୍, ମାଛ ଖାଇବ ଇଲିସି...  ପୋଲିସ୍‌ କର୍ମଚାରୀଙ୍କ ଚେହେରା ଯଦି ମୋଟା ହୁଏ, ତେବେ ଅନେକ ପ୍ରଶ୍ନ ସାମନାକୁ ଆସେ। ଯେପରିକି ଆଇନ୍‌ଶୃଙ୍ଖଳା ପରିସ୍ଥିତି ଉପୁଜିଲେ କେମିତି ସମ୍ଭାଳିବେ ଫିଟ୍‌ ନଥିବା ପୋଲିସ୍।  

Advertisment

ମେଟ୍ରୋ ପୋଲିସ୍‌ର ଡେପୁଟି କମିଶନର୍‌ ଜିତେନ୍ଦ୍ର ମଣି। ପୋଲିସ୍ ଅଫିସର୍ କିନ୍ତୁ ମୋଟାପଣ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଲେ। ଡାଇବେଟିସ୍, ବ୍ଲଡ୍ ପ୍ରେସର ଓ କୋଲେଷ୍ଟେରଲ୍ ବଢିଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ। 

ଶେଷରେ ତାଙ୍କର ଜୀବନ ଶୈଳୀକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଦୈନିକ ୧୫ ହଜାର ଷ୍ଟେପ୍‌ ଚାଲିବା ସହ ସନ୍ତୁଳିତ ଖାଦ୍ୟ ଖାଇଥିଲେ ।
ସେ ଖାଦ୍ୟରେ ଅଧିକ ତନ୍ତୁଜାତୀୟ ଖାଦ୍ୟ ତଥା ଫାଇବର୍ ଫୁଡ୍ ଉପରେ ଗୁରୁତ୍ୱ ଦେଇଥିଲେ। ଖାଦ୍ୟରେ ରୁଟି, ସୁପ୍ ଓ ସାଲାଡ୍ ଖାଇଥିବା ସେ କହିଛନ୍ତି। ଡାଏଟ୍‌ରେ ରହିବା ପରେ ମାତ୍ର ୮ ମାସରେ ତାଙ୍କର ଅଣ୍ଟାର ମୋଟାପଣ ୧୨ ଇଂଚ ହ୍ରାସ ପାଇଥିଲା। ଏହା ସହ ଶରୀରରେ କୋଲେଷ୍ଟରଲ୍‌ ପରିମାଣ ମଧ୍ୟ କମିଥିଲା।

Advertisment

ମୋ ଶରୀରର ମୋଟାପଣକୁ କମାଇବା ପାଇଁ ପ୍ରତି ମାସରେ ୪.୫ ଲକ୍ଷ ଷ୍ଟେପ୍‌ ଚାଲିବା ପାଇଁ ଲକ୍ଷ୍ୟ ରଖିଥିଲି। ଗତ ୮ ମାସରେ ୩୨ ଲକ୍ଷରୁ ଅଧିକ ଷ୍ଟେପ୍‌ ଚାଲିଥିବା  ଡିସିପି ଜିତେନ୍ଦ୍ର ମଣି କହିଛନ୍ତି। ଏହା ଦ୍ୱାରା ତାଙ୍କ ଶରୀରର ଓଜନ ୧୩୦ କେଜିରୁ ୮୪ କେଜିକୁ କମିଛି।  ତାଙ୍କର ଏହି ଚେଷ୍ଟା ଓ ଫିଟ୍‌ ସ୍ୱାସ୍ଥ୍ୟ ପାଇଁ ଆୟୋଜିତ ଏକ ଉତ୍ସବରେ ପୋଲିସ କମିଶନର ସଂଜୟ ଆରୋରା ତାଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ